ETV Bharat / bharat

ଉତ୍ତରାଖଣ୍ଡରେ ଲାଗୁ ହେଲା UCC, ଦେଶରେ ପ୍ରଥମ ରାଜ୍ୟ - UNIFORM CIVIL CODE

ଉତ୍ତରାଖଣ୍ଡରେ ଲାଗୁ ହୋଇଛି ୟୁନିଫର୍ମ ସିଭିଲ କୋଡ(UCC) । ଏକକ ନାଗରିକ ସଂହିତା (ୟୁସିସି) ପୋର୍ଟାଲ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

UNIFORM CIVIL CODE
UNIFORM CIVIL CODE (ETV Bharat)
author img

By ETV Bharat Odisha Team

Published : Jan 27, 2025, 1:25 PM IST

Updated : Jan 27, 2025, 2:20 PM IST

ଡେରାଡୁନ(ଉତ୍ତରାଖଣ୍ଡ) : ଉତ୍ତରାଖଣ୍ଡରେ ଲାଗୁ ହେଲା ବହୁ ପ୍ରତୀକ୍ଷିତ ଏକକ ନାଗରିକ ସଂହିତା ବିଲ୍ (UCC) । ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହୋଇଛି । ଦୁଇ ବର୍ଷରୁ ଅଧିକ ସମୟ ଧରି ଏହା ଉପରେ କାମ କରିଥିଲେ ଧାମି ସରକାର । ସମସ୍ତ ପର୍ଯ୍ୟାୟ ଶେଷ ହେବା ପରେ ଆଜି ଏହାକୁ ଲାଗୁ କରାଯାଇଛି । UCC ପୋର୍ଟାଲର ଲୋକାର୍ପଣ କରିଛନ୍ତି ପୁଷ୍କର ସିଂ ଧାମି ।

UCC ପୋର୍ଟାଲ ଲୋକାର୍ପଣ:

UCC ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ଉତ୍ତରାଖଣ୍ଡରେ 27 ମେ 2022ରେ ଏକକ ନାଗରିକ ସଂହିତା ନେଇ ଏକ ବିଶେଷଜ୍ଞ ସମିତି ଗଠନ ହୋଇଥିଲା । 2024 ଫେବୃଆରୀ ୨ରେ ପାଖାପାଖି ୨ ବର୍ଷ ପରେ ସମିତି ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା । 2024 ମାର୍ଚ୍ଚ ୮ରେ ବିଧାନସଭାରେ ବିଲ୍ ପାରିତ ହୋଇଥିଲା । ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯାଇଥିଲା । ଗଣତନ୍ତ୍ର ଦିବସ (ରବିବାର)ରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ, "2022ରେ ବିଜେପି ନିଜ ପ୍ରତିଶ୍ରୁତି ପାଳନ କରିଛି । CAA ଲାଗୁ ହେବା ପରେ ଲିଙ୍ଗ, ଜାତି ଓ ଧର୍ମକୁ ନେଇ ଏଣିକି ଆଉ ଭେଦଭାବ ରହିବ ନାହିଁ ।"

  • ଉତ୍ତରାଖଣ୍ଡରେ UCC
  • ୨୦୨୨ ମେ ୨୭ରେ ଏକକ ନାଗରିକ ସଂହିତା ବିଶେଷଜ୍ଞ ସମିତି ଗଠନ
  • ୨୦୨୪ ଫେବୃଆରୀ ୨ରେ ସରକାରଙ୍କୁ ସମିତିର ରିପୋର୍ଟ ପ୍ରଦାନ
  • ୨୦୨୪ ମାର୍ଚ୍ଚରେ ବିଧାନସଭାରେ ବିଲ୍ ପାସ
  • ୨୦୨୫ ଜାନୁଆରୀ ୨୭ରେ କାର୍ଯ୍ୟକାରୀ

UCC କଣ ? :

ୟୁସିସି ବା ଏକକ ନାଗରିକ ସଂହିତା ଆଇନ ଲାଗୁ ହେଲେ ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଓ ସମ୍ପତ୍ତି କ୍ଷେତ୍ରରେ ସମସ୍ତଙ୍କର ରହିବ ଏକକ ଅଧିକାର । ପରିବାର ସଦସ୍ୟଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଓ ଅଧିକାର ମଧ୍ୟ ସମାନ ରହିବ । ପ୍ରତି ଧର୍ମ ପାଇଁ ବିବାହ, ଛାଡ଼ପତ୍ର ଆଦି ଲାଗି ବି ଗୋଟିଏ ଆଇନ ରହିବ । ଅର୍ଥାତ ହିନ୍ଦୁଙ୍କ ପାଇଁ ଯେଉଁ ନିୟମ ରହିବ, ଅନ୍ୟ ଧର୍ମଙ୍କ ପାଇଁ ମଧ୍ୟ ସେହି ନିୟମ ରହିବ । ବିନା ଛାଡପତ୍ରରେ ଏକାଧିକ ବିବାହ ପାଇଁ ମିଳିବନି ଅନୁମତି । ଏହାର ଅବମାନନା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସମାନ ଅଧିକାର ଦେବ UCC:

  • ୟୁସିସି କମିଟି ରିପୋର୍ଟ ଅନୁସାରେ ବିବାହ ଲାଗି ଯୁବକ ଓ ଯୁବତୀଙ୍କ ବୟସ ଯଥାକ୍ରମେ ୨୧ ଓ ୧୮ ବର୍ଷ ରହିବ
  • ପୁରୁଷ ଓ ମହିଳାଙ୍କ ଛାଡପତ୍ର ଦେବା ଅଧିକାର ସମାନ ରହିବ
  • ମହିଳା ଦ୍ବିତୀୟ ଥର ବିବାହ କରିବା ଲାଗି କୌଣସି ପ୍ରକାର ସର୍ତ୍ତର ସାମ୍ନା କରିବେ ନାହିଁ
  • ଆଇନ ଲାଗୁ ହେବା ପରେ ହଲାଲା (ଇସଲାମ ଅନୁସାରେ ହଲାଲାର ଅର୍ଥ କୌଣସି ପୁରୁଷ କିମ୍ବା ମହିଳା ସେମାନଙ୍କ ପୂର୍ବତନ ସ୍ବାମୀ/ପତ୍ନୀଙ୍କୁ ପୁନର୍ବାର ବିବାହ କରିବାକୁ ଚାହାନ୍ତି, ଏଥିଲାଗି ପ୍ରଥମେ ଅନ୍ୟ ଜଣଙ୍କୁ ବିବାହ କରିବା ବାଧ୍ୟତାମୂଳକ । ଏହାପରେ ଯାଇ ସେ ପୂର୍ବତନ ତଥା ପ୍ରଥମ ସ୍ବାମୀ/ପତ୍ନୀଙ୍କୁ ଦ୍ବିତୀୟ ଥର ଲାଗି ବିବାହ କରିପାରିବେ) ଭଳି ମାମଲା ସାମ୍ନାକୁ ଆସିଲେ ଦୋଷୀକୁ ୩ବର୍ଷ ଦଣ୍ଡ ଓ ୧ ଲକ୍ଷ ଜୋରିମାନା)
  • ସ୍ବାମୀ-ସ୍ତ୍ରୀଙ୍କ ବିବାଦ ମଧ୍ୟରେ ୫ବର୍ଷ ମଧ୍ୟ ସନ୍ତାନର କଷ୍ଟଡି ମାଆକୁ ମିଳିବ
  • ସମସ୍ତ ବର୍ଗ ଲାଗି ପୁଅ-ଝିଅର ସମ୍ପତ୍ତି ସମାନ ରହିବ
  • ସମ୍ପତ୍ତି ଉପରେ ଉଭୟ ବୈଧ ଓ ଅବୈଧ ସନ୍ତାନଙ୍କ ଅଧିକାର ରହିବ
  • ମହିଳା ଗର୍ଭରେ ଥିବା ସନ୍ତାନର ମଧ୍ୟ ସମ୍ପତ୍ତି ଉପରେ ଅଧିକାର ରହିବ
  • ଲିଭ-ଇନ ପଞ୍ଜୀକରଣ ଅଧୀକୃତ ୱେବ-ପୋର୍ଟାଲରେ ବାଧ୍ୟତାମୂଳକ ରହିବ
  • ରେଜିଷ୍ଟ୍ରେସନ ପରେ ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ତଥ୍ୟ ସେମାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯିବ
  • ପଞ୍ଜୀକରଣ ନ କଲେ ୬ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ୨୫ ହଜାର ଜୋରିମାନା
  • ବିବାହ ପରେ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ, ନଚେତ କୌଣସି ପ୍ରକାର ସରକାରୀ ସୁବିଧା ମିଳିବ ନାହିଁ
  • ଏକାଧିକ ବିବାହ ଉପରେ ରୋକ
  • ଚାକିରିଆ ପୁଅର ମୃତ୍ୟୁ ଘଟିଲେ ସମ୍ପତ୍ତି ଉପରେ ପତ୍ନୀ ସମେତ ବୃଦ୍ଧ ପିତାମାତାଙ୍କର ଅଧିକାର ରହିବ
  • ଯଦି ପତ୍ନୀଙ୍କର ମୃତ୍ୟୁ ଘଟୁଛି ଓ ତାଙ୍କ ପିତାମାତାଙ୍କ ଅନ୍ୟ କେହି ସାହାରା ନାହାନ୍ତି, ତେବେ ସ୍ବାମୀ ଉପରେ ଭରଣ ପୋଷଣ ଦାୟିତ୍ବ
  • ସନ୍ତାନଟିଏ ଅନାଥ ହେଲେ ସେମାନଙ୍କ ଗାର୍ଡିଅନସିପ ପ୍ରକ୍ରିୟାକୁ ସରଳ କରାଯିବ

ଏହା ବି ପଢନ୍ତୁ..ଉତ୍ତରାଖଣ୍ଡରେ ୟୁସିସି ଲାଗୁ, ଲିଭ-ଇନ୍‌ ରିଲେସନସିପ ପାଇଁ କଣ ରହିଛି ନିୟମ ?

ଏହା ବି ପଢନ୍ତୁ...UCC ବିଲ୍‌: "ଲିଭ-ଇନ୍‌ ରିଲେସନସିପ ପାଇଁ ପଞ୍ଜୀକରଣ, ବହୁବିବାହ ସମ୍ପୂର୍ଣ୍ଣ ନିଷେଧ"

ଏହା ବି ପଢନ୍ତୁ...ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେଲା ଏକକ ନାଗରିକ ସଂହିତା ବିଲ୍

Last Updated : Jan 27, 2025, 2:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.