ETV Bharat / international

USର ଅଭିଯୋଗ: ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛରେ ଇରାନ - IRANIAN PLOT TO KILL TRUMP

ଆମେରିକାର ସଙ୍ଗୀନ ଅଭିଯୋଗ ' ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିଲା ଇରାନ । ଆଫଗାନୀ ନାଗରିକଙ୍କୁ ଏଜେଣ୍ଟ ବନାଇଥିଲା ଇରାନ ସେନା ।'

ଟ୍ରମ୍ପଙ୍କ ହତ୍ୟା ଉଦ୍ୟମ ପଛରେ ଇରାନ ! ଆଫଗାନିସ୍ତାନ ନାଗରିକଙ୍କ ବିରୋଧରେ ମାମଲା ରୁଜୁ
ଟ୍ରମ୍ପଙ୍କ ହତ୍ୟା ଉଦ୍ୟମ ପଛରେ ଇରାନ ! ଆଫଗାନିସ୍ତାନ ନାଗରିକଙ୍କ ବିରୋଧରେ ମାମଲା ରୁଜୁ (ETV Bharat odisha)
author img

By ETV Bharat Odisha Team

Published : Nov 9, 2024, 10:26 AM IST

Updated : Nov 9, 2024, 1:27 PM IST

ହାଇଦ୍ରାବାଦ: ଡୋନାଲ୍ଡ ଟ୍ରମ୍ପଙ୍କ ହତ୍ୟା ଉଦ୍ୟମ ପଛରେ ଇରାନର ଷଡଯନ୍ତ୍ର ଅଭିଯୋଗ । ଏପରି ଅଭିଯୋଗ ନିଜେ ଓ୍ବାଶିଂଟନ ପକ୍ଷରୁ ସାମ୍ନାକୁ ଆସିଛି । ଇରାନ ଇସାରରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ଆମେରିକା ନ୍ୟାୟ ବିଭାଗ ।

  • ଅଭିଯୁକ୍ତ ଆଫଗାନୀ !

ଅଭିଯୁକ୍ତ ଜଣେ ଆଫିଗାନିସ୍ତାନ ନାଗରିକ । ସେ ଆମେରିକାରେ ରହୁଥିଲା । ଇରାନ ଯୋଜନରେ ସେ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ଆମେରିକା କହିଛି । ତେବେ ଏହି ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସମ୍ପର୍କରେ ଓ୍ବାଶିଂଟନ କଛି ସ୍ପଷ୍ଟ କରିନି । ଚଳିତ ଅକ୍ଟୋବର ମାସରେ ପେନସିଲଭେନିଆ ସହରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ନିର୍ବାଚନୀ ସଭାରେ ହତ୍ୟା କରିବା ପାଇଁ ଇରାନ ଷଡଯନ୍ତ୍ର କରିଥିଲା ବୋଲି ଏହି ଅଭିଯୋଗରେ ଦର୍ଶାଯାଇଛି ।

  • ଅଭିଯୁକ୍ତ 51 ବର୍ଷୀୟ ଆଫଗାନିସ୍ତାନ ନାଗରିକ:-

ଆମେରିକା ପକ୍ଷରୁ ଏହି ଅଭିଯୋଗରେ କୁହାଯାଇଛି ଯେ, ଏହି ବ୍ୟକ୍ତି ହେଉଛନ୍ତି 51 ବର୍ଷୀୟ ଆଫଗାନିସ୍ତାନର ନାଗରିକ ଫରହାଦ ଶାକେରୀ । ଇରାନର ରିଭୋଲ୍ୟୁସନେରୀ ଗାର୍ଡ କର୍ପସ (ଇରାନ ସେନା)ର ଜଣେ ଏଜେଣ୍ଟ ତାଙ୍କୁ ଏହି ହତ୍ୟା ଯୋଜନା କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶାକେରୀ ପିଲାଦିନେ ଆମେରିକା ଆସିଥିଲା । ଏକ ଡକାୟତି ଅଭିଯୋଗରେ ଗିରଫ ହୋଇ 14 ବର୍ଷ ଜେଲରେ ରହିବା ପରେ ତାଙ୍କୁ ପ୍ରାୟ 2008 ମସିହାରେ ଆମେରିକାରୁ ବିତାଡିତ କରାଯାଇଥିଲା । ପରେ ସେ ଇରାନ ସେନା ସହଯୋଗରେ ଆମେରିକା ବିରୋଧରେ କାମ କରୁଛି ।

ଆମେରିକା ଦ୍ୱାରା ଇରାନର ରିଭୋଲ୍ୟୁସନେରୀ ଗାର୍ଡକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରାଯାଇଛି । ଆମେରିକାର ଆଟର୍ଣ୍ଣି ଜେନେରାଲ୍ ମେରିକ୍ ବି ଗାର୍ଲାଣ୍ଡ କହିଛନ୍ତି ଯେ, ବିଶ୍ୱରେ ଇରାନ ପରି ବହୁତ କମ ଦେଶ ଅଛନ୍ତି, ଯେଉଁମାନେ ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଏହା ବିରୋଧରେ କଡା ଜବାବ ମିଳିବ ।

ଏହା ମଧ୍ୟ ପଢନ୍ତୁ :-US ନିର୍ବାଚନ ପରେ ଟ୍ରମ୍ପଙ୍କୁ ବାଇଡେନଙ୍କ ପ୍ରତିଶ୍ରୁତି, କରିବେ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର

ଏହା ମଧ୍ୟ ପଢନ୍ତୁ :-ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛରେ ଇରାନ ! କାହିଁକି ଏବେ ଚର୍ଚ୍ଚାରେ ଜେନେରାଲ ସୁଲେମାନୀ - Assassination attempt to trump

  • କାସୀମ ସୁଲେମାନୀ ହତ୍ୟାର ପ୍ରତିଶୋଧ ଚାହୁଁଛି ଇରାନ :

ଆମେରିକାର ଅଭିଯୋଗ ଅନୁସାରେ, ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ’ର ପୂର୍ବତନ କମାଣ୍ଡର କାସୀମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଚାହୁଁଛି ଇରାନ । ଫଳରେ ସେ ଆମେରିକା ଏବଂ ଏହାର ସହଯୋଗୀମାନଙ୍କୁ ଟାର୍ଗେଟ କରୁଛି । 2020 ଜାନୁଆରୀ ମାସରେ ଇରାକ ରାଜଧାନୀ ବାଗଦାଦରେ ଆମେରିକାର ଡ୍ରୋନ ଆକ୍ରମଣରେ କାସୀମ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା । ଏହି ଆକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ ଚରମ ତିକ୍ତତା ଜାରି ରହିଛି ।

  • ନିର୍ବାଚନୀ ରାଲିରେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ:-

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଜୁଲାଇ 13 ତାରିଖରେ ପେନସିଲଭାନିଆର ବଟଲରରେ ଏକ ନିର୍ବାଚନ ରାଲିରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଗୁଳି ମାଡ ହୋଇଥିଲା । ଏହି ଘଟଣା ପରେ ଟ୍ରମ୍ପଙ୍କୁ ଆମେରିକାର ସିକ୍ରେଟ ସର୍ଭିସ ଅଧିକାରୀମାନେ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ । ଗୁଳି ଟ୍ରମ୍ପଙ୍କ କାନକୁ ଛୁଇଁ ଚାଲିଯାଇଥିଲା ଓ ଆସନ୍ନ ମୃତ୍ୟୁରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 9, 2024, 1:27 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.