ETV Bharat / state

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା: ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ, ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି କାର୍ତ୍ତିକ ମାସର ଶେଷ ଦିନ । କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କଲେ ହଜାର ହଜାର ଶ୍ରଦ୍ଧାଳୁ ।

KARTIK PURNIMA IN SRIMANDIR PURI
KARTIK PURNIMA IN SRIMANDIR PURI (ETV Bharat Odisha)
author img

By ETV Bharat Odisha Team

Published : 2 hours ago

Updated : 2 hours ago

ପୁରୀ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ମହୋଦଧିରେ ବୁଡ଼ ପକାଇବା ପାଇଁ ବଡ଼ି ଭୋରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟିଛି । ମହୋଦଧିରେ ଲକ୍ଷାଧିକ ଭକ୍ତ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୁଞ୍ଜରିତ ହୋଇଛି ସମଗ୍ର ବେଳାଭୂମି । ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥିଲେ । ଏଥିସହ ପବିତ୍ର କାର୍ତ୍ତିକ ମାସର ପୂର୍ଣ୍ଣିମା ପାଇଁ ହବିଷ୍ୟାଳୀମାନେ ମଧ୍ୟ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଛନ୍ତି । ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତ ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି । ବିଶ୍ବାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ ।

KARTIK PURNIMA IN SRIMANDIR PURI (ETV Bharat Odisha)

ଶ୍ରୀଜୀଉଙ୍କ ରାଜରାଜେଶ୍ଵର ବେଶ:
ଆଜିର ଏହି ପବିତ୍ର ଦିନରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନେ ରାଜରାଜେଶ୍ଵର ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଗୋଟିଏ ବର୍ଷରେ ମହାପ୍ରଭୁ ପାଞ୍ଚ ଥର ସୁନାବେଶ ହେବାର ପରମ୍ପରା ରହିଛି । ତେବେ କାର୍ତ୍ତିକ ମାସ ପୁର୍ଣ୍ଣିମାରେ ରାଜରାଜେଶ୍ବର ବେଶ ନାମରେ ଏହି ସୁନାବେଶ ଲାଗି ହୋଇଥାନ୍ତି ଶ୍ରୀଜୀଉ । ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି । ହରିବୋଲ, ହୁଳହୁଳି ସହିତ ଭକ୍ତଙ୍କ ସଂକୀର୍ତ୍ତନ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏନେଇ ଜଗନ୍ନାଥ ସଂସ୍କୃତି ଗବେଷକ ନରେଶ ଦାଶ କହିଛନ୍ତି, ଆଜି କାର୍ତ୍ତିକ ମାସର ଶେଷ ଦିନ । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ଵର ବେଶ ଅନୁଷ୍ଠିତ ହେବ । "

KARTIK PURNIMA IN SRIMANDIR PURI
KARTIK PURNIMA IN SRIMANDIR PURI (ETV Bharat Odisha)

ସୁରକ୍ଷା କଡ଼ାକଡ଼ି:
ଏହି ଅବସରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ମହୋଦଧିରେ ଡଙ୍ଗା ଭସାଣ ଓ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଇଛି । ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ପୁରୀ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ପୁରୀ ଏସପି ବିନୀତ ଅଗ୍ରୱାଲ କହିଛନ୍ତି, "ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିର, ସମୁଦ୍ର କୂଳ ଓ ଟ୍ରାଫିକ ପାଇଁ ଅଲଗା ଅଲଗା ବ୍ୟବସ୍ଥା ହେଇଛି । ଆମର 6 ଜଣ ଅତିରିକ୍ତ ଏସପି, 14 ଡିଏସପି , 37 ଇନ୍ସପେକ୍ଟର , 5ଶହ ହୋମ ଗାର୍ଡ ଓ ମୋଟ 36 ପ୍ଲାଟୁନ ପୋଲିସ ଫୋର୍ସ ଆମେ ସୁରକ୍ଷା ପାଇଁ ମୁତୟନ ବ୍ୟବସ୍ଥା କରିଛୁ । ବିଶେଷ କରି ଭିଡ ନିୟନ୍ତ୍ରଣ ଉପରେ ଆମର ମୁଖ୍ୟ କାର୍ଯ୍ୟ ରହିବ । ଭକ୍ତଙ୍କ ସୁରକ୍ଷା ମଧ୍ୟ ଆମର ପ୍ରାଥମିକତା ରହିଛି । ଡଙ୍ଗା ଭସାଣ ପାଈଁ ସମୁଦ୍ର କୂଳରେ ସ୍ଵତନ୍ତ୍ର ବ୍ୟବସ୍ଥା ହେଇଛି । ଶ୍ରୀ ଜଗନ୍ନାଥ ବଲ୍ଲଭ, ଜେଲ ରୋଡ ଓ ଶରଧାବାଲିରେ ଗାଡି ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି । ବଡ ଦାଣ୍ଡ ର ମେଡ଼ିକାଲ ଛକରୁ ମାର୍କେଟ ଛକ ଯାଏଁ ସମ୍ପୂର୍ଣ୍ଣ ଗାଡି ଚଳାଚଳ ନେଇ କଟକଣା ରହିଛି ।

ଏହା ମଧ୍ୟ ପଢନ୍ତୁ ...କାଚ ବୋତଲ ଭିତରେ ବୋଇତ କରି ଚର୍ଚ୍ଚାରେ ଈଶ୍ୱର

ଏହା ମଧ୍ୟ ପଢନ୍ତୁ ...କାଲିଠୁ ଦୁଲୁକିବ କଟକ, ବାଲିଯାତ୍ରାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଏହା ମଧ୍ୟ ପଢନ୍ତୁ ...କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି କରାଯାଏ ଦୀପଦାନ ? ଜାଣନ୍ତୁ ଦେବ ଦୀପାବଳି ରୀତି ନୀତି

ଅସାମାଜିକ କାର୍ଯ୍ୟକଳାପ ରୋକିବାକୁ ପଦକ୍ଷେପ:

ସେ ଆହୁରି କହିଛନ୍ତି, "କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଯେଭଳି କୌଣସି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ନ ହୁଏ ସେଥିପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି । ଗତ 4 ଦିନ ଭିତରେ 30 ଜଣ ଅସାମାଜିକ ଓ ଅପରାଧୀଙ୍କୁ ଗିରଫ କରାଯାଇଛି । 15 ଟି ୱାରେଣ୍ଟ ଜାରି କରାଯାଇଛି । ନିଶା କାରବାର ନେଇ 8 ମାମଲା କରାଯାଇଛି । ମଦ୍ୟପାନ କରି ରାସ୍ତା ଉପରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ 28 ଜଣଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଭକ୍ତମାନେ କିଭଳି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।"

ଇଟିଭି ଭାରତ, ପୁରୀ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.