ETV Bharat / state

ବର୍ଷ ଶେଷଦିନରେ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ - HUGE CROWD AT PURI

ଶୃଙ୍ଖଳିତ ଦର୍ଶନ ଓ ପାର୍କିଂ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା । କାଲି ନୂଆବର୍ଷରେ ପ୍ରବଳ ଭିଡ ସମ୍ଭାବନା ।

Huge crowd of devotees at Puri Jagannath temple
Huge crowd of devotees at Puri Jagannath temple (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 4:27 PM IST

ପୁରୀ: ବିଦାୟୀ ବର୍ଷ-୨୦୨୪ର ଶେଷ ଦିନରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ । ସେପଟେ ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ନବବର୍ଷକୁ ନେଇ ସମସ୍ତଙ୍କ ମନରେ ନୂଆ ଉତ୍ସାହ ଓ ଉଦ୍ଦୀପନା । ନବବର୍ଷ ସୁଖ ସମୃଦ୍ଧି ଆଣିଦେଉ ବୋଲି ସମସ୍ତଙ୍କ ଆଶା ରହିଛି । ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀରେ ହଜାର ହଜାର ଭକ୍ତଙ୍କ ଆଗମନ ହେବାରେ ଲାଗିଛି । ରାଜ୍ଯ ତଥା ରାଜ୍ୟ ବାହାରୁ ଅନେକ ଭକ୍ତ, ପର୍ଯ୍ୟଟକଙ୍କ ଭିଡ ଜମିଛି । ନୂଆବର୍ଷ ମଙ୍ଗଳମୟ ହେଉ ବୋଲି ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ଭକ୍ତ ।

  • ମାର୍କେଟ ଛକରୁ ସିଂହଦ୍ଵାର ଯାଏଁ ବ୍ୟାରିକେଡ଼

ସେପଟେ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ଶ୍ରୀମନ୍ଦିର ସିଂହଦ୍ଵାର ଯାଏ ବ୍ୟାରିକେଡ଼ କରାଯାଇଛି । ଭକ୍ତଙ୍କ ସୁବିଧା ପାଇଁ ବ୍ୟାରିକେଡ଼ରେ ଫଙ୍ଖା ଲଗାଯାଇଛି । ଭକ୍ତଙ୍କୁ ପାନୀୟ ଜଳ ଯୋଗାଣ ପାଇଁ 30ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ବେଛାସେବୀଙ୍କୁ ଏଥିପାଇଁ ନିୟୋଜନ କରାଯାଇଛି । ପୋଲିସ ପକ୍ଷରୁ ଭକ୍ତଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

Huge crowd of devotees at Puri Jagannath temple (ETV Bharat Odisha)
  • ବରିଷ୍ଠ ପ୍ରଶାସନିକ ଅଧିକାରୀ ନିୟୋଜିତ

ନବବର୍ଷ ଅବସରରେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ବିଳମ୍ବିତ ନ ହୁଏ ସେଥିପାଇଁ ଶ୍ରୀମନ୍ଦିର ଭିତରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଭକ୍ତ ଶୃଙ୍ଖଳିତ ଦର୍ଶନ ସହ ଠାକୁରଙ୍କ ନୀତି କିଭଳି ଭଲରେ ପରିଚାଳନା କରିହେବ ତାହା ଉପରେ ନଜର ରଖିବେ ଏହି ବରିଷ୍ଠ ଅଧିକାରୀ । ଭକ୍ତମାନେ କିଭଳି ଏକ ଭଲ ଅନୁଭୂତି ନେଇ ଫେରିବେ ସେ ଦିଗରେ ସବୁ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପୁରୀ ଜିଲାପାଳ ସବୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • ରାତି 2 ଟା ପୂର୍ବରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି

ଅନ୍ୟପଟେ ଡିସେମ୍ବର 31 ତାରିଖ ରାତି 2 ଟା ପୂର୍ବରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି କରାଯାଇ ନବବର୍ଷ ଦର୍ଶନ ଆରମ୍ଭ ହେବା ନେଇ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ତେବେ ଡ଼ିସେମ୍ବର 31 ଓ ଜାନୁଆରୀ 1 ତାରିଖ ଦୁଇ ଦିନ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରବେଶ କରିପାରିବେ ।

Huge crowd of devotees at Puri Jagannath temple
Huge crowd of devotees at Puri Jagannath temple (ETV Bharat Odisha)

ମହାପ୍ରଭୁଙ୍କୁ ଦର୍ଶନ କରି ବିଭୋର ଭକ୍ତ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତ କହିଛନ୍ତି, " ଭଲରେ ମହାପ୍ରଭୁଙ୍କ ଦର୍ଶନ ମଳିଲା । ନୂଆବର୍ଷରେ ଭଗବାନ ମଙ୍ଗଳ କରନ୍ତୁ ।ନବବର୍ଷ ସମସ୍ତଙ୍କ ପାଇଁ ସୁଖ ସମୃଦ୍ଧି ଆଣିଦେଉ । ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ । ଆଜି ହଜାର ହଜାର ଭକ୍ତଙ୍କ ଭିଡ ରହିଛି ।"

ଏହାମଧ୍ୟ ପଢନ୍ତୁ...

ନୂଆବର୍ଷ ପୂର୍ବରୁ ଜନସମୁଦ୍ର ଶ୍ରୀମନ୍ଦିର, ପ୍ରବଳ ଭିଡ ଯୋଗୁ ୪ ଆହତ

ଜିରୋ ନାଇଟରେ ଝୁମିବ କଟକ, ବଲିଉଡ କଣ୍ଠଶିଳ୍ପୀଙ୍କ ଗୀତରେ ମତୁଆଲା ହେବେ ଦର୍ଶକ

ନୂଆବର୍ଷ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା, ଏମିତି ରହିବ ଟ୍ରାଫିକ୍‌ ଗାଇଡଲାଇନ୍‌

ଦିଲ୍ଲୀରୁ ଆସିଥିବା ଜଣେ ମହିଳା ଭକ୍ତ କହିଛନ୍ତି , "ମହାପ୍ରଭୁଙ୍କ ଦର୍ଶନ ପାଇ ବେଶ୍ ଖୁସି । ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଭଲ ହୋଇଛି । ନୂଆବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ । ନୂଆବର୍ଷ ପାଇଁ ଶ୍ରୀମନ୍ଦିରକୁ ଅଧିକ ଭକ୍ତ ଆସୁଥିବାରୁ ବହୁତ ଭିଡ ରହିଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି ରହିବା ଉଚିତ୍ । ଏହା ଦ୍ବାରା ସେମାନେ ଭଲରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।"

ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଅନ୍ୟପଟେ ପୁରୀ ଏସପି ବିନିତ ଅଗ୍ରୱାଲ କହିଛନ୍ତି, "ଶୃଙ୍ଖଳିତ ଦର୍ଶନ ପାଇଁ ବଡଦାଣ୍ଡର ମାର୍କେଟ ଛକରୁ ବ୍ୟାରିକେଡ଼ ହୋଇଛି । ଶ୍ରୀମନ୍ଦିର ଭିତରେ ସ୍ବତନ୍ତ୍ର ପୋଲିସ ଟିମ ରହିଛି । ଭକ୍ତମାନେ କିଭଳି ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ଯିବେ ତାହା ଉପରେ କାର୍ଯ୍ୟ କରାଯାଉଛି । ସାତ ପାହାଚ ଓ ନାଟ ମଣ୍ଡପରେ ମଧ୍ୟ ପୋଲିସ ଟିମ ରହି ଭିଡ ସ୍ଥିତି ଦେଖି ଲୋକଙ୍କୁ ଛାଡିବା କାର୍ଯ୍ୟ କରୁଛନ୍ତି । ଜିରୋ ନାଇଟ ସେଲିବ୍ରେସନକୁ ନେଇ ସବୁ ହୋଟେଲଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯାଉଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ 173 ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ନିଶା କାରବାର ଉପରେ ଚଢ଼ାଉ ଜାରି ରହିଛି ।

କେଉଁଠି ପାର୍କିଂ କରିବେ ଗାଡି

ଟ୍ରାଫିକ ପାଇଁ ସ୍ବତନ୍ତ୍ର ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବଡଦାଣ୍ଡର ମେଡିକାଲ ଛକରୁ ଶ୍ରୀମନ୍ଦିର ଓ ମେଡିକାଲ ଛକରୁ ଭିଆଇପି ରୋଡ ଦେଇ ସମୁଦ୍ରକୂଳ ଲାଇଟ ହାଉସ ଯାଏ ଚାରିଚକିଆ ଯାନବାହାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ଭୁବନେଶ୍ବରରୁ ଆସୁଥିବା ଗାଡ଼ିଗୁଡିକ ଜେଲ ରୋଡ ପାର୍କିଂ ଓ ଶରଧା ବାଲି ଠାରେ ପାର୍କିଂ କରିପାରିବେ । କୋଣାର୍କ ପଟୁ ଆସୁଥିବା ଗାଡି ତାଳବଣିଆ ପଡିଆ ଓ ବ୍ରହ୍ମଗିରି ପଟୁ ଆସୁଥିବା ଗାଡିଗୁଡ଼ିକ ପାଇଁ ସି ବିଚରେ ଥିବା ଯତ୍ରିକାରେ ପାର୍କିଂ ବ୍ୟବସ୍ଥା ହୋଇଛି । ପୁରୀ ସହରର ସବୁ ପ୍ରବେଶ ପଥରେ ନାକା ଲଗାଯାଇ ସବୁ ଗାଡ଼ିକୁ ଯାଞ୍ଚ କରାଯାଉଛି । ପୁରୀ ସହରକୁ ସିସିଟିଭିରେ ନଜର ରଖାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.