ETV Bharat / international

ବ୍ୟବସାୟୀରୁ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ମୁଖିଆ, ରିୟଲିଟି ଶୋ'ରେ ବି ହୋଷ୍ଟିଂ କରିଛନ୍ତି ଟ୍ରମ୍ପ - DONALD TRUMP JOURNEY

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ ଐତିହାସିକ ବିଜୟ ହାସଲ କରିଛନ୍ତି । ଜଣେ ସଫଳ ବ୍ୟବସାୟୀ ହୋଇଥିବାବେଳେ ରିୟଲିଟି ଶୋ'ରେ ବି ହୋଷ୍ଟିଂ କରିଛନ୍ତି ସେ ।

Donald Trump Journey
Donald Trump Journey (Donald Trump(X))
author img

By ETV Bharat Odisha Team

Published : Nov 6, 2024, 10:34 PM IST

ହାଇଦ୍ରାବାଦ: ରିପବ୍ଲିକାନର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ବିଜୟ । ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲୋକପ୍ରିୟ ଭୋଟ୍ ପାଇ ବାଜିମାତ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନର ପ୍ରାର୍ଥୀ ଜର୍ଜ ଡବ୍ଲୁ ବୁସଙ୍କ ପରେ ଲୋକପ୍ରିୟ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି ଟ୍ରମ୍ପ । ଜିତିବା ପାଇଁ 270 ଇଲେକ୍ଟୋରାଲ କଲେଜ ଭୋଟ ଆବଶ୍ୟକ ଥିବାବେଳେ ସେ 277 ହାସଲ କରିଛନ୍ତି ।

ଲୋକପ୍ରିୟ ଭୋଟ୍ କ'ଣ?

ଲୋକପ୍ରିୟ ଭୋଟ୍ ହେଉଛି ଦେଶର ମୋଟ ଭୋଟ ସଂଖ୍ୟା । ଏହି ଭୋଟ ଇଲେକ୍ଟୋରାଲ କଲେଜ ଭୋଟ ଠାରୁ ଭିନ୍ନ । ଜଣେ ପ୍ରାର୍ଥୀ ଲୋକପ୍ରିୟ ଭୋଟ୍ ଅଧିକ ସଂଖ୍ୟାରେ ପାଇଥିଲେ ବି ଇଲେକ୍ଟୋରାଲ କଲେଜ ଭୋଟ କମ୍ ଥିଲେ ରାଷ୍ଟ୍ରପତି ହୋଇପାରିବେ ନାହିଁ ।

ସ୍ବିଙ୍ଗ୍ ରାଜ୍ୟରେ ଟ୍ରମ୍ପ ଲୋକପ୍ରିୟ:

ଚଳିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜର୍ଜିଆ ଓ କାରୋଲିନା ଭଳି ସ୍ବିଙ୍ଗ ଷ୍ଟେଟରେ ବହୁମତ ହାସଲ କରିବାରେ ସମର୍ଥ ହୋଇଛନ୍ତି । ସେହିପରି ଫ୍ଲୋରିଡା ଓ ଟେକ୍ସାସରେ ମଧ୍ୟ ଟ୍ରମ୍ପଙ୍କୁ ବଡ଼ ସମର୍ଥନ ମିଳିଛି ।

କୋଟିପତି ଟ୍ରମ୍ପ :

ଜଣେ ସଫଳ ବ୍ୟବସାୟୀରୁ ଦୁଇ ଦୁଇ ଥର ରାଷ୍ଟ୍ରପତି ହେବାର ସୁଯୋଗ ପାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କହିରଖୁଛୁ ବିଜେନେସ ଟାଇକୁନ ଫ୍ରେଡ୍ ଟ୍ରମ୍ପଙ୍କ ଚତୁର୍ଥ ସନ୍ତାନ । ଟ୍ରମ୍ପ ଆମେରିକାର ଜଣେ ବିଶିଷ୍ଟ ଧନୀ ବ୍ୟକ୍ତି । ତାଙ୍କ ନାଁରେ ଟ୍ରମ୍ପ ପ୍ଲେସ, ଟ୍ରମ୍ପ ୱାର୍ଲଡ ଟାୱାର, ଟ୍ରମ୍ପ ଇଣ୍ଟର ନ୍ୟାସନାଲ ହୋଟେଲ ଆଣ୍ଟ ଟାୱାର ଆଦି ବଡ଼ ବଡ଼ ବ୍ୟବସାୟ ରହିଛି । ଏପରିକି ତାଙ୍କର ଏହି ପ୍ରତିଷ୍ଠାନ ଗୁଡିକ ଭାରତରେ ମଧ୍ୟ ରହିଛି । ଟ୍ରମ୍ପ ଟାୱାର ମୁମ୍ବାଇରେ ଥିବାବେଳେ ଇସ୍ତାନବୁଲ ଓ ଫିଲିଫାଇନସ ଆଦି ଦେଶରେ ମଧ୍ୟ ରହିଛି ଟ୍ରମ୍ପଙ୍କ ବ୍ୟବସାୟ । ଏହା ବି

ପଢନ୍ତୁ...ବାଲୁକା କଳାରେ ଟ୍ରମ୍ପକୁ ଶୁଭେଚ୍ଛା, ଭାରତୀୟଙ୍କ ତରଫରୁ ଭଲପାଇବା ଜଣାଇଲେ ସୁଦର୍ଶନ

ଏହା ବି ପଢନ୍ତୁ...ଭାରତ ଜ୍ବାଇଁ ଆମେରିକା ଉପରାଷ୍ଟ୍ରପତି, ଚର୍ଚ୍ଚାରେ ଉଷା ଚିଲୁକୁରି

ଟେଲିଭିଜନ ଶୋ' ହୋଷ୍ଟିଂରେ ରୁଚି:

ଖାଲି ସେତିକି ନୁହେଁ, ଟେଲିଭିଜନ ଜଗତରେ ହୋଷ୍ଟିଂରେ ମଧ୍ୟ ତାଙ୍କର ଅଭିଜ୍ଞତା ଥିବାବେଳେ ଅନେକ ପୁସ୍ତକ ରଚନା କରିଛନ୍ତି ଟ୍ରମ୍ପ । 2003ରେ ଟ୍ରମ୍ପ NBC ରିୟାଲିଟି ଶୋ 'ଦ ଆପ୍ରେନଟାଇସ' ମାଧ୍ୟମରେ ଟେଲିଭିଜନ ଜଗତରେ ଡେବ୍ୟୁ କରିଥିଲେ । ଏହି ଶୋ' କୁ ସେ 14ଟି ସିଜିନ ଯାଏଁ ହୋଷ୍ଟିଂ କରିଥିଲେ । ଏହି ଶୋ' ପାଇଁ ତାଙ୍କୁ 213 ମିଲିଅନ ଡଲାର ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଥିଲେ । ଆଉ ଏହି ଶୋ' ବେଶ ଲୋକପ୍ରିୟ ମଧ୍ୟ ହୋଇଥିଲା ।

ଏହା ବି ପଢନ୍ତୁ...ଆମେରିକାରେ ଟ୍ରମ୍ପ ଯୁଗ ଆରମ୍ଭ, ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.