ବଜାରରେ ମହିଳାଙ୍କ ହାତ ତିଆରି ଡଙ୍ଗା, ଭାସିବ ବାଉଁଶ କାଠି ଡଙ୍ଗା - KARTIK PURNIMA 2024
🎬 Watch Now: Feature Video
Published : Nov 14, 2024, 10:59 PM IST
ବାଲେଶ୍ବର: ଓଡ଼ିଆ ସଂସ୍କୃତି ଏବଂ ପରମ୍ପରା ଯେତିକି ଅନନ୍ୟ ସେତିକି ସ୍ୱତନ୍ତ୍ର । ଯେମିତି କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବାର ପରମ୍ପରା । ପୂର୍ବର ସାଧବ ପୁଅମାନଙ୍କ ନୌବାଣିଜ୍ୟର କଥା ମନେ ପକାଇ ଆଜି ବି ଓଡ଼ିଆ ଜାତି ସେହି ପରମ୍ପରାକୁ ବଜାୟ ରଖିଛି । ନଦୀ, ଗାଡ଼ିଆ ଏବଂ ସମୁଦ୍ରରେ ଡଙ୍ଗା ଭସାଇ ପୁରାତନ ପରମ୍ପରାକୁ ଉଜ୍ଜୀବିତ କରିଥାନ୍ତି ।ଏହି ଡଙ୍ଗା ଆଗରୁ ଘରେ ଘରେ କଦଳୀ ପାଟୁଆରେ ତିଆରି କରାଯାଇ ସେଥିରେ ଦୀପ, ପାନ, ଗୁଆ ଆଦି ରଖି ଗୀତ ଗାଇ ଭସାଯାଉଥିଲା । ହେଲେ ଏବେ ଆଧୁନିକତାର ଆଢୁଆଳରେ କଦଳୀ ପାଟୁଆ ଏବଂ ସୋଲ ଡ଼ଙ୍ଗାର ସ୍ଥାନ ନେଇଛି ଥର୍ମକୁଲ ଏବଂ ପ୍ଲାଷ୍ଟିକ କୋଟେଡ କାଗଜରେ ତିଆରି ଡଙ୍ଗା । ଏହାରି ଭିତରେ ବାଲେଶ୍ବରର କିଛି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ସୋଲ ଏବଂ ବାଉଁଶ କାଠିର ଡଙ୍ଗା ବେଶ ଆକର୍ଷିତ କରିଛି । 20 ଟଙ୍କାରୁ ଆରମ୍ଭ କରି 100 ଟଙ୍କା ଯାଏ ମୂଲ୍ୟର ଡ଼ଙ୍ଗା ଏହି ଷ୍ଟଲରେ ମିଳୁଛି । ଏନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସସ୍ମିତା ଜେନା କହିଛନ୍ତି," ସୋଲ ଡଙ୍ଗା ଆମର କାର୍ତ୍ତିକ ମାସ ପାଇଁ ମିଶନ ଶକ୍ତି ତରଫରୁ ଷ୍ଟଲ ଖୋଲାଯାଇଛି । ଡଙ୍ଗା ଆମ ପାଖରେ ଚାରି ପାଞ୍ଚ ପ୍ରକାରର ଅଛି । ବିଶେଷ କରି ସୁଲୁପ ଡ଼ଙ୍ଗା ଅଛି । ଲୋଟସ ଡ଼ଙ୍ଗା, ମୟୂର ଡ଼ଙ୍ଗା,ବାଉଁଶ କୁଞ୍ଚି ଡାଲା ଡ଼ଙ୍ଗା ଅଛି । ସବୁ ହାତ ତିଆରି ଜିନିଷ ।"
ଏହା ମଧ୍ୟ ପଢନ୍ତୁ...କାଚ ବୋତଲ ଭିତରେ ବୋଇତ କରି ଚର୍ଚ୍ଚାରେ ଈଶ୍ୱର
ଇଟିଭି ଭାରତ, ବାଲେଶ୍ବର