ହାଇଦ୍ରାବାଦ: ସମଗ୍ର ବିଶ୍ୱରେ ଅନେକ ପ୍ରକାରର ରୋଷେଇଶାଳରେ ପିଆଜ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ପିଆଜ କାଦ୍ୟରେ ଏକ ସ୍ୱାଦ ଆଣିଥାଏ । ପିଆଜକୁ ଲୋକେ ସାଧାରଣତଃ ସାଲାଡ, ତରକାରୀ ଏବଂ ଭଜା ବିଭିନ୍ନ ଖାଦ୍ୟରେ ବ୍ୟବହାର କରିଥାନ୍ତି । ଅଧିକାଂଶ ଲୋକ ସବୁ ଖାଦ୍ୟରେ ପିଆଜ ଆବଶ୍ୟକ କରୁଥିବା ବେଳେ ଅନେକ ଏହାକୁ ନାପସନ୍ଦ ମଧ୍ୟ କରିଥାନ୍ତି । କାରଣ ପିଆଜ ଖାଇଲେ ପାଟିରୁ ଗନ୍ଧ ବାହାରିଥାଏ । ଏଥିପାଇଁ ଅଧିକାଂଶ ଲୋକ ପିଆଜଠାରୁ ଦୂରରେ ରୁହନ୍ତି । ଏପରି ସମୟରେ ଆପଣ ବି କେବେ ଚିନ୍ତା କରିଛନ୍ତି କି ଯଦି ଆପଣ ଏକ ମାସ ପର୍ଯ୍ୟନ୍ତ ପିଆଜ ଖାଇବା ବନ୍ଦ କରନ୍ତି ତେବେ କ’ଣ ହୁଏ ? ପିଆଜରୁ ଦୂରେଇ ରହିବା ଶରୀର ପାଇଁ ଭଲ କି ଖରାପ ? ଜାଣନ୍ତୁ,
ଆପଣ ଏକ ମାସ ପାଇଁ ପିଆଜଠାରୁ ଦୂରରେ ରୁହନ୍ତି ତେବେ କ’ଣ ହେବ?
ଆପଣ ଜାଣନ୍ତି କି? ଏକ ମାସ ପାଇଁ ପିଆଜକୁ ସମ୍ପୂର୍ଣ୍ଣରୂପେ ଏଡାଇବା ଦ୍ୱାରା ଆପଣଙ୍କ ଶରୀରର ଅନେକ କ୍ଷତି ଘଟିପାରେ । ବରିଷ୍ଠ ଡାଏଟିଟିସିଆନ୍ ଏବଂ ବିଶେଷଜ୍ଞଙ୍କ ଅନୁଯାୟୀ ପିଆଜ ନ ଖାଇଲେ କୋଷ୍ଠକାଠିନ୍ୟ ଠାରୁ ଆରମ୍ଭ କରି ଆଖି ଦୃଷ୍ଟି ସମସ୍ୟା ପର୍ଯ୍ୟନ୍ତ ଅନେକ ସମସ୍ୟା ହୋଇପାରେ ।
ପୋଷକ ତତ୍ତ୍ୱରେ ଭରପୁର ପିଆଜ
- ପିଆଜରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ଯାହା ଶରୀରକୁ ସୁସ୍ଥ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
- ପିଆଜରେ ଭିଟାମିନ୍-C, ଭିଟାମିନ୍-B 6 ଏବଂ ଫୋଲେଟ୍ ଯାହା ଏଥିରେ ଅଧିକ ପରିମାଣରେ ଉପଲବ୍ଧ । ଯାହା ପ୍ରତିରକ୍ଷା ପ୍ରଣାଳୀ, କୋଷ ବୃଦ୍ଧି ଏବଂ ସୁସ୍ଥ ମେଟାବୋଲିଜିମ ଉନ୍ନତି ଆଣିବାରେ ସାହାଯ୍ୟ କରେ ।
- ପିଆଜରେ ଆଲିସିନ୍ ଏବଂ କ୍ୱେରେସିଟିନ୍ ପରି ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ସହ ଆଣ୍ଟିଅକ୍ସିଡାଣ୍ଟ ଭରପୁର ରହିଛି । ଯାହା ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ଏବଂ ପୁରୁଣା ରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ ।