ETV Bharat / health

ମାସ ସାରା ଚା' ପିଇବା ବନ୍ଦ କଲେ କଣ ହେବ ? ଶରୀରକୁ କେତେ ଫାଇଦା ଜାଣନ୍ତୁ ... - BENEFITS OF LEAVING TEA

ଅତ୍ୟଧିକ ଚା' ପିଇବା ଶରୀର ପାଇଁ କ୍ଷତିକାରକ କି ? ମିଠା ଚା ପିଇଲେ ତ୍ବଚାରେ କଣ ପଡ଼ିଥାଏ ପ୍ରଭାବ ?

BENEFITS OF LEAVING TEA
BENEFITS OF LEAVING TEA (FREEPIK)
author img

By ETV Bharat Odisha Team

Published : Jan 27, 2025, 10:50 AM IST

ହାଇଦ୍ରାବାଦ: ଅଧିକାଂଶ ଲୋକଙ୍କ ସକାଳ, ଚା'ରୁ ଆରମ୍ଭ ହୋଇଥାଏ । ପ୍ରତିଦିନ ସକାଳୁ ଉଠିବା ପରେ ଲୋଡା ପଡିଥାଏ ଚା' କପ୍ । ଜଳଖିଆ ସହ ମଧ୍ୟ ଅନେକ ଲୋକ ଚା' ପିଇବାକୁ ପସନ୍ଦ କରିଥାନ୍ତି । ଏପରିକି ଆଉ କିଛି ଲୋକ ଚା' ଏତେ ମାତ୍ରାରେ ପସନ୍ଦ କରିଥାନ୍ତି ଯେ, ସେମାନେ ଦିନକୁ ବହୁ ଥର ଚା' ପିଇଥାନ୍ତି । ଯେତେବେଳେ କି ଅଧିକ ମାତ୍ରାରେ ଚା' ପିଇବା ଶରୀର ପାଇଁ କ୍ଷତିକାରକ । ଯଦି କୌଣସି ବ୍ୟକ୍ତି ମାସେ ଧରି ଚା' ପିଇବା ବନ୍ଦ କରିଦିଅନ୍ତି, ତେବେ କ'ଣ ହେବ ଆସନ୍ତୁ ଜାଣିବା ।

ମାସ ସାରା ଚା' ନପିଇବାର ଫାଇଦା:

ଆମ ଦେଶର ପାଖାପାଖି 90 ପ୍ରତିଶତ ଲୋକଙ୍କ ପ୍ରିୟ ହଟ୍ ଡ୍ରିଙ୍କ ହେଉଛି ଚା' । କିଏ କିଏ ସକାଳ ହେବା ମାତ୍ରେ ହିଁ ଚା' ପିଇଥାନ୍ତି ତ ଆଉ କେହି କେହି ଦିନକୁ ବହୁବାର ଚା' ପିଇଥାନ୍ତି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତମାଖୁରେ ଥିବା ନିକୋଟିନ ଚା'ରେ ମଧ୍ୟ ରହିଛି । ଯେଉଁଥିପାଇଁ ଏହାକୁ ବାରମ୍ବାର ପିଇବା ଦ୍ବାରା ଏକ ପ୍ରକାର ନିଶା ଲାଗିଯାଏ । ଚା' ପିଉଥିବା ବ୍ୟକ୍ତି ଆଉ ଚା' ଛାଡିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ହେଲେ ଚା' ପିଇବା ଦ୍ବାରା ସ୍ବାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ଚା' ପ୍ରେମୀମାନେ ଯଦି ନିଜର ଏହି ଅଭ୍ୟାସକୁ ଦୂର କରିବେ ତେବେ ବିଭିନ୍ନ ପ୍ରକାର ଫାଏଦା ପାଇପାରିବେ ।

ଏହା ବି ପଢନ୍ତୁ...ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ, ଶରୀରକୁ ମିଳିବ ଚମତ୍କାର ଫାଇଦା

କେତେକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ମିଠା ଚା' ପିଇବା ଦ୍ବାରା ତ୍ବଚାର ଚମକ ଚାଲିଯାଇଥାଏ । ଛାତିରେ ଜଳାପୋଡା ଅନୁଭୂତ ହେବା, ମୁଣ୍ଡ ବୁଲାଇବା, ହୃଦ ସ୍ପନ୍ଦନ(ହାର୍ଟ ବିଟ୍) ଅଚାନକ ବଢିଯିବା ବା କମିଯିବା ଭଳି ସମସ୍ୟା ଦେଖାଦେବ । ମିଠା ଚା' ପିଇବା ବନ୍ଦ କଲେ ଏହିସବୁ ସମସ୍ୟାରେ କେତେକାଂଶରେ ମୁକ୍ତି ମିଳିବା ସହ ମାନସିକ ସ୍ଥିତିରେ ବି ସୁଧାର ଆସିବ ।

ଏହା ବି ପଢନ୍ତୁ...ସାବଧାନ ! ଚା' ସହ ଭୁଲରେ ଖାଆନ୍ତୁନି ଏହିସବୁ ଖାଦ୍ୟ

ମାସ ସାରା ବିନା ଚିନିରେ ଚା' ପିଇବାର ଫାଇଦା:

ସାଧାରଣତଃ ଆମେ ଯେଉଁ ଚା' ପିଉ ସେଥିରେ ଚିନିର ମାତ୍ରା ଅଧିକ ରହିଥାଏ । ଯେଉଁଥିପାଇଁ କ୍ୟାଲୋରୀ ବଢ଼ିପାରେ । ଅଧିକ ଚିନି ଦ୍ବାରା ପାଚନ ପ୍ରକ୍ରିୟାକୁ ମଧ୍ୟ ଏହା ପ୍ରଭାବିତ କରିପାରେ । ତେଣୁ ଯଦି ଆପଣ ଚା'ରେ ଚିନିର ବ୍ୟବହାର କମ୍ କରୁଛନ୍ତି ବା ବିନା ଚିନିରେ ପ୍ରସ୍ତୁତ ଚା' ପିଉଛନ୍ତି ତେବେ ବିଭିନ୍ନ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିପାରେ । ଏହାଦ୍ବାରା ବ୍ଲଡ ସୁଗାର ମାତ୍ରା ନିୟନ୍ତ୍ରଣରେ ରହିବ । ଆପଣଙ୍କୁ ଦୁର୍ବଳ ବା ଥକ୍କାପଣ ଅନୁଭବ ହେବ ନାହିଁ । ଦାନ୍ତ ମଜବୁତ ରହିବ । ପୂର୍ବ ଅପେକ୍ଷା ଆପଣଙ୍କ ଚର୍ମ ମଧ୍ୟ ସତେଜ ଦେଖାଯିବ ।

(DISCLAIMER: ଉପରୋକ୍ତ ସୂଚନା କେବଳ ସମ୍ୟକ ଧାରଣା ପାଇଁ । ଏହି ତଥ୍ୟ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଏହା ଆଧାରିତ । ଚିକିତ୍ସା କିମ୍ବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇଁ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.