ଦାଇଦ୍ରାବାଦ: କିଏ ନ ଚାହେଁ ସୁନ୍ଦର ଦିଶିବାକୁ ?ଆପଣ ଅଧିକ ସୁନ୍ଦର ଦେଖାଯିବା ପାଇଁ ବିୟୁଟି ପାର୍ଲର ଯାଉଛନ୍ତି କି ? ପାର୍ଲରରେ ଘଣ୍ଟା ଘଣ୍ଟା ଧରି କେଶ ଧୋଇବା କିମ୍ବା ମସାଜ କରୁଛନ୍ତି କି ?ଯଦି ହଁ, ତାହାଲେ ହୋଇଯାନ୍ତୁ ସାବଧାନ ! ଆପଣ ଜାଣିଛନ୍ତି ଏହି ଆରମ ଦାୟକ ସେବା ଶରୀର ପ୍ରତି କେତେ ଘାତକ ସାଜିପାରେ । ଆପଣଙ୍କୁ ହୋଇପାରେ 'ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ '। ଆସନ୍ତୁ ଜାଣିବା ଏହି 'ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ ' କ'ଣ ?
- 'ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ':
ଏହା ଏପରି ଏକ ଅବସ୍ଥା ଯେଉଁଥିରେ ପାର୍ଲରରେ କେଶ ଧୋଇବା ସମୟରେ ଗଳାର ଶିରାଗୁଡ଼ିକ ସଙ୍କୁଚିତ ହୋଇଯାଏ ଏବଂ ମସ୍ତିଷ୍କକୁ ରକ୍ତ ପ୍ରବାହରେ ସମସ୍ୟା ହୁଏ । ଯାହା ଷ୍ଟ୍ରୋକର ଆଶଙ୍କାକୁ ବୃଦ୍ଧି କରେ । ଏହି ଅବସ୍ଥା ପୁରୁଷ ଏବଂ ମହିଳା ଉଭୟଙ୍କ କ୍ଷେତ୍ରରେ ହୋଇପାରେ ।
- ହାଇଦ୍ରାବାଦରେ ଜଣେ ମହିଳାଙ୍କୁ ହୋଇଥିଲା 'ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ':
ହାଇଦ୍ରାବାଦରେ ଜଣେ 50 ବର୍ଷୀୟ ମହିଳା ଏକ ପାର୍ଲରରେ କେଶ ଧୋଇବା ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଉକ୍ତ ମହିଳାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି," ମହିଳା ଜଣକ ବ୍ୟୁଟି ପାର୍ଲରରେ ମସାଜ କରୁଥିବା ସମୟରେ ତାଙ୍କ ମସ୍ତିଷ୍କ ସ୍ନାୟୁଗୁଡ଼ିକ ଚାପି ହୋଇଯାଇଥିଲା । ଯାହାଫଳରେ ମସ୍ତିଷ୍କକୁ ରକ୍ତ ଯୋଗାଣ ପ୍ରଭାବିତ କରିଥିଲା ଏବଂ ସେ ଷ୍ଟ୍ରୋକର ଶିକାର ହୋଇଥିଲେ । "
- 'ବିୟୁଟି ପାର୍ଲର ଷ୍ଟ୍ରୋକ ସିଣ୍ଡ୍ରୋମ' କ’ଣ ?
ନ୍ୟାସନାଲ ଲାଇବ୍ରେରୀ ଅଫ୍ ମେଡିସିନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ," ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ୍, ଯାହାକୁ ହେୟାରଡ୍ରେସର-ସମ୍ବନ୍ଧୀୟ ଇସ୍କେମିକ ସେରେବ୍ରୋଭାସ୍କୁଲାର୍ ଇଭେଣ୍ଟ (HICE) କିମ୍ବା ଭେର୍ଟେବ୍ରାଲ୍-ବେସିଲାର୍ ଇସ୍କେମିଆ (VBI) ଭାବରେ ମଧ୍ୟ ଜଣାଶୁଣା । ଏହା ଗଳାରେ ଥିବା ମେରୁଦଣ୍ଡୀୟ ଧମନୀଗୁଡ଼ିକର ସଙ୍କୋଚନ କିମ୍ବା ଛିଣ୍ଡିଯିବା ଯୋଗୁଁ ହୋଇଥାଏ । ଯାହାଫଳରେ ମସ୍ତିଷ୍କକୁ ରକ୍ତ ପ୍ରବାହ ହ୍ରାସ କିମ୍ବା ବନ୍ଦ ହୋଇଯାଏ ।
- ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ କାରଣ :
ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ ଏକ ପ୍ରକାର ଷ୍ଟ୍ରୋକ ଯାହା ବେକରେ ଥିବା ଭେର୍ଟେବ୍ରାଲ୍ ଧମନୀରେ ଆଘାତ ହେତୁ ହୋଇଥାଏ । ଏହି ଧମନୀ ମସ୍ତିଷ୍କକୁ ରକ୍ତ ଯୋଗାଣ କରୁଥିବା ପ୍ରମୁଖ ରକ୍ତବାହୀ ନଳୀ ମଧ୍ୟରୁ ଗୋଟିଏ । ଦୀର୍ଘ ସମୟ ଧରି ବ୍ୟୁଟି ପାର୍ଲରରେ ପଛକୁ ଝୁଙ୍କି କେଶ ଧୋଇବା କିମ୍ବା ଗଳାରେ କୌଣସି ଆଘାତ ଲାଗିଲେ ଏହି ଭେର୍ଟେବ୍ରାଲ୍ ଧମନୀଟି ସଙ୍କୁଚିତ କିମ୍ବା ଫାଟିଯିବାର ଆଶଙ୍କା ରହିଛି । ଯଦି ଏହି ଧମନୀଟି ସଙ୍କୁଚିତ କିମ୍ବା ଫାଟିଯାଏ, ତାହାଲେ ମସ୍ତିଷ୍କକୁ ରକ୍ତ ଯୋଗାଣ ହୋଇପାରିବ ନାହିଁ । ଯାହା ଷ୍ଟ୍ରୋକର କାରଣ ହୋଇପାରେ ।
- ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମର ଲକ୍ଷଣ:
- ହଠାତ୍ ମୁଣ୍ଡ ବୁଲାଇବା
- ବାନ୍ତି ସମସ୍ୟା
- ଝାପସା ଦୃଷ୍ଟି ଏବଂ ଦ୍ବିଗୁଣିତ ଦୃଷ୍ଟି
- ଭାରସାମ୍ୟ ହରାଇବା
- ମୁଣ୍ଡ ଘୁରାଇବା
- ମୁହଁରେ ନିଷ୍କ୍ରିୟତା
- ଅଙ୍ଗପ୍ରତ୍ୟଙ୍ଗ ଦୁର୍ବଳତା
- କଥାରେ ଅସ୍ଥିରତା
- ଚିଡିଚିଡାପଣ
- ବିପଦ କ’ଣ ?
ଆପଣ ଡରନ୍ତୁ ନାହିଁ, ଏହି ସିଣ୍ଡ୍ରୋମ୍ ବହୁତ ବିରଳ ଏବଂ ସମସ୍ତଙ୍କୁ ପ୍ରଭାବିତ କରିବ ନାହିଁ । ତଥାପି ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଅଛି, ତାହାଲେ ଜଣେ ବ୍ୟକ୍ତିଙ୍କ ଷ୍ଟ୍ରୋକର ଆଶଙ୍କାକୁ ବୃଦ୍ଧି କରେ । ଯଥା :-
- ଧମନୀର ପୂର୍ବ ଆଂଶିକ ଅବରୋଧ
- ବେକକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ବିସ୍ତାରିତ ସ୍ଥିତିରେ ଧରି ରଖିବା
- ଛୋଟ ମେରୁଦଣ୍ଡୀୟ ଧମନୀର ଉପସ୍ଥିତି
- ନିୟମିତ ଧୂମପାନ କରିବା
- ଅନିୟନ୍ତ୍ରିତ ମଧୁମେହ
- ଉଚ୍ଚ ରକ୍ତଚାପ
- ବେକ ମେରୁଦଣ୍ଡର ଗଣ୍ଠି ଯନ୍ତ୍ରଣା
- କିପରି କରିବେ ଚିକିତ୍ସା ?
ବିୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମକୁ ସାଧାରଣତଃ ଅନ୍ୟ ଷ୍ଟ୍ରୋକ ପରି ଚିକିତ୍ସା କରାଯାଏ । ଯାହା ମସ୍ତିଷ୍କକୁ ଖରାପ ରକ୍ତ ଯୋଗାଣ କିମ୍ବା ଇସ୍କେମିଆ ହେତୁ ହୁଏ । ରୋଗୀଙ୍କ ଅବସ୍ଥା ଖରାପ ହେବାରୁ ରକ୍ଷା କରିବା ପାଇଁ ପ୍ଲେଟଲେଟ ବିରୋଧୀ ଔଷଧ ଏବଂ ରକ୍ତ ପତଳା ଔଷଧ ଦିଆଯାଏ । ଯଦି ଅବସ୍ଥା ଗୁରୁତର ହୁଏ, ତେବେ କିଛି ରୋଗୀଙ୍କୁ ରିହାବିଲିଟେସନ୍ ଥେରାପି ମଧ୍ୟ ଆବଶ୍ୟକତା ପଡ଼ିପାରେ ।