ହାଇଦ୍ରାବାଦ: କେବଳ ବୃଦ୍ଧ ନୁହଁନ୍ତି ଆଜିର ଯୁବାମାନେ ମଧ୍ୟ ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ଏକ ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟାନ୍ୟ ରୋଗର ପାର୍ଶ୍ବ ପ୍ରତିକ୍ରିୟାର କାରଣ ହୋଇଥାଏ । ଆଜିକାଲି, ଏହା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଥିବା ବେଳେ ଏହି କାରଣରୁ ହାଡ, ଗଣ୍ଠି ଏବଂ ଜଏଣ୍ଟରେ ଯନ୍ତ୍ରଣା ସହ ଆର୍ଥ୍ରାଇଟିସ୍ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ । ତେବେ ସଠିକ୍ ସମୟରେ ଚିକିତ୍ସା କରାନଗଲେ କିମ୍ୱା ଏହାକୁ ନିୟନ୍ତ୍ରଣ କରାନଗଲେ ଏହା ବିପଦର କାରଣ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ପୋଷକ ତତ୍ତ୍ୱରେ ଭରପୂର କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଦରକାର । ଯାହା ୟୁରିକ୍ ଏସିଡ ସମସ୍ୟାକୁ ଏଡାଇ ଦେଇପାରିବ । ୟୁରିକ୍ ଏସିଡ୍ କ'ଣ ଏବଂ କେଉଁ ଡ୍ରାଏ ଫ୍ରୁଟ୍ସକୁ ଖାଇବା ଦ୍ୱାରା ଏଡାଯାଇପାରିବ, ଜାଣନ୍ତୁ
ୟୁରିକ୍ ଏସିଡ୍ କ'ଣ ?
ୟୁରିକ୍ ଏସିଡ୍ ହେଉଛି ଆମ ଶରୀରର ହଜମ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ, ଯେଉଁଥିରେ ପ୍ୟୁରିନ୍ ଥାଏ । ଯେତେବେଳେ ଏହି ପ୍ୟୁରିନ୍ ଶରୀର ଭିତରେ ଭାଙ୍ଗିଯାଏ, ଏଥିରୁ ୟୁରିକ୍ ଏସିଡ୍ ନିର୍ଗତ ହୁଏ, ଯାହା ଶରୀରରେ ଦାଗ ଓ ଯନ୍ତ୍ରଣା ସୃଷ୍ଟି କରେ । ଯେତେବେଳେ ପ୍ୟୁରିନର ପରିମାଣ ବଢେ, ଏହା ଶରୀରର ଚାରିଆଡେ ବ୍ୟାପିଥାଏ ଏବଂ ତା'ପରେ ଗଣ୍ଠି ଯନ୍ତ୍ରଣା, ଆର୍ଥ୍ରାଇଟିସ୍ ଭଳି ରୋଗ ସୃଷ୍ଟି ହୁଏ । ଏହା ବ୍ୟତୀତ ଏହା କିଡନୀ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ୟୁରିକ୍ ଏସିଡ୍ ବୃଦ୍ଧି ମଧୁମେହ କିମ୍ବା ହୃଦୟ ରୋଗୀଙ୍କ ପାଇଁ ବି ସମସ୍ୟା ବଢାଇଥାଏ ।
ଏହି ଡ୍ରାଏ ଫ୍ରୁଟ୍ସୟୁରିକ୍ ଏସିଡ ନିୟନ୍ତ୍ରଣ କରାଏ
ବାଦାମ
ପ୍ରୋଟିନ୍, ଭିଟାମିନ E, ମ୍ୟାଗ୍ନେସିୟମ୍ ଏବଂ ଫାଇବରରେ ଭରପୂର ବାଦାମ ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଅଳସୀ ମଞ୍ଜି
ଅଳସୀ ମଞ୍ଜିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଥାଏ, ଯାହା ଶରୀରରେ ପ୍ୟୁରିନ୍ ପରିମାଣକୁ ହ୍ରାସ କରିଥାଏ, ଯାହାଦ୍ୱାରା ୟୁରିକ୍ ଏସିଡ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।