ହାଇଦ୍ରାବାଦ:ଭୀଷଣ ଗରମରେ ବେହାଲ ଜନଜୀବନ । ଅସହ୍ୟ ତାତିରେ ଦୈନନ୍ଦିନ କାର୍ଯ୍ୟରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି । ଏପରି ସ୍ଥଳେ ସମସ୍ତଙ୍କୁ ଘାରିଛି ଅଂଶୁଘାତ ଭୟ । ପ୍ରବଳ ଖରା ଗରମରେ ଡିହାଇଡ୍ରେସନ ଭଳି ସମସ୍ୟା ଦେଖା ଦେଉଛି । ଡିହାଇଡ୍ରେସନ ସେତିକି ବେଳେ ହୁଏ, ଯେତେବେଳେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ପାଣି ମିଳିନଥାଏ । ଏହାଦ୍ବାରା ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୋଇଥାଏ । ଯାହାକି ଶରୀର ପାଇଁ ବହୁ କ୍ଷତିକାରକ । ଗ୍ରୀଷ୍ମ ଋତୁରେ ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଡିହାଇଡ୍ରେସନର ଶିକାର ହୋଇଥାନ୍ତି । ଡିହାଇଡ୍ରେସନରୁ ରକ୍ଷା ପାଇବା ପାଇଁ ପ୍ରଚୁର ପରିମାଣର ପାଣି ପିଅନ୍ତୁ । ଡର୍ମୋସ୍ଫିୟର କ୍ଲିନିକ ସହ ପ୍ରତିଷ୍ଠାତା ତଥା ପ୍ରସିଦ୍ଧ ଚର୍ମ ବିଷେଷଜ୍ଞ ଡକ୍ଟର ଦୀପକ ଜାଖଡ଼ ଡିହାଇଡ୍ରେସନର ଲକ୍ଷଣ ଓ ଏଥିରୁ କିପରି ରକ୍ଷା ପାଇ ପାରିବେ ସେନେଇ କିଛି ପରାମର୍ଶ ଦେଇଛନ୍ତି ।
ଡିହାଇଡ୍ରେସନର ଲକ୍ଷଣ:
୧. ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେବା
୨. ଓଠ ଫାଟିବା
୩. ଚର୍ମ ଶୁଖିଲା ରହିବା
୪. ସେନସିଟିଭିଟି ବଢିବା
୫. କ୍ଷତ ଶୁଖିବାରେ ବିଳମ୍ବ ହେବା
ଡାକ୍ତରଙ୍କ ସୂଚନା ଅନୁସାରେ, ଉପରୋକ୍ତ ସମସ୍ୟା ଦେଖାଦେଉଥିଲେ ଆପଣ ଡିହାଇଡ୍ରେସନର ଶିକାର ହୋଇଛନ୍ତି ବୋଲି ଜାଣିବେ । ଏହାର ମୁକାବିଲା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଡକ୍ଟର ଦୀପକ ଜାଖଡ଼ । ତେବେ ନିମ୍ନରେ ଦିଆଯାଇଥିବା ଡାକ୍ତରୀ ପରାମର୍ଶ ଅବଲମ୍ବନ କରିବା ଦ୍ବାରା ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇପାରିବେ ।
ଡିହାଇଡ୍ରେସନରୁ କିପରି ମୁକ୍ତି ପାଇବେ ?