ହାଇଦ୍ରାବାଦ: ପୁରୁଷମାନଙ୍କର ଲିଙ୍ଗରେ ଅନେକ କାରଣରୁ ଯନ୍ତ୍ରଣା ହୋଇଥାଏ । ପେନିସର ଯନ୍ତ୍ରଣାକୁ ଅଣଦେଖା କରିବା ଦ୍ବାରା ପରିଣାମ ମଧ୍ୟ ଗମ୍ଭୀର ହୋଇପାରେ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଲିଙ୍ଗରେ ଯନ୍ତ୍ରଣା ଏକ ସାଧାରଣ ସମସ୍ୟା ଅଟେ । କିନ୍ତୁ ବେଳେବେଳେ ଏହି ସାଧାରଣ ସମସ୍ୟା ମଧ୍ୟ ଗୁରୁତର ସମସ୍ୟା ସୃଷ୍ଟି କରିପାରେ । ଯଦି ସଠିକ ସମୟରେ ଚିକିତ୍ସା କରାନଯାଏ ତେବେ ତେବେ ଜୀବନ ପ୍ରତି ମଧ୍ୟ ବିପଦ ହେବାର ସମ୍ଭାବନା ହୋଇପାରେ ବୋଲି କୁହାଯାଇଛି ।
ଲିଙ୍ଗରେ ଯନ୍ତ୍ରଣାର କାରଣ:
- ଆଣ୍ଡ୍ରୋଲୋଜିଷ୍ଟ ଡାକ୍ତର ଶେଖର କେ ରାଓଙ୍କ ଅନୁସାରେ, ପୁରୁଷମାନଙ୍କ ଲିଙ୍ଗରେ ଯନ୍ତ୍ରଣା ହେବାର ଅନେକ କାରଣ ରହିଥାଏ ।
- ପୁରୁଷମାନଙ୍କ ଠାରେ ପ୍ରୋଷ୍ଟେଶ୍ଟ ଗ୍ରନ୍ଥିରେ ପ୍ରଦାହ ହୋଇଥାଏ, ଏହାକୁ ପ୍ରୋଷ୍ଟେଟାଇଟିସ କୁହାଯାଏ । ଏହା ମଧ୍ୟ ଲିଙ୍ଗରେ ଯନ୍ତ୍ରଣାର କାରଣ ହୋଇପାରେ । ବ୍ୟାକ୍ଟେରିଆ ସଂକ୍ରମଣ ପ୍ରୋଷ୍ଟାଟାଇଟିସ୍ ପାଇଁ ଦାୟୀ ବୋଲି ବିବେଚନା କରାଯାଏ । ତେବେ ଏହା ଦ୍ବାରା ଲିଙ୍ଗରେ ଯନ୍ତ୍ରଣା ହେବା ସହିତ ପରିସ୍ରାରେ ଅସୁବିଧା ଏବଂ ଜ୍ବର ଭଳି ସମସ୍ୟା ହୋଇଥାଏ ।
- ମୂତ୍ରନଳୀ ସଂକ୍ରମଣ ବେଳେବେଳେ ପୁରୁଷମାନଙ୍କଠାରେ ଲିଙ୍ଗର କାରଣ ସାଜିଥାଏ । ମୂତ୍ରନଳୀ ସଂକ୍ରମଣରେ ପୀଡିତା ପରିସ୍ରା କରିବା ସମୟରେ ମୂତ୍ରାଶୟରେ ଜ୍ବଳନ ହୋଇଥାଏ ।
- ଯୌନ ସଂକ୍ରମଣ ଯେପରିକି ଗୋନୋରିଆ, କ୍ଲାମିଡିଆ ଏବଂ ହର୍ପସ୍ ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ଦେଇପାରେ ।
- ଅନେକ ଖେଳିବା ସମୟରେ ଲିଙ୍ଗରେ ଯନ୍ତ୍ରଣା ନେଇ ଅଭିଯୋଗ କରିଥାନ୍ତି । ଅପ୍ରାକୃତିକ ଉପାୟରେ ଶାରୀରିକ ସମ୍ପର୍କ, ଖେଳିବା ସମୟରେ ମାଡ ବାଜିବା କିମ୍ବା ଲିଙ୍ଗରେ ଫ୍ୟାକ୍ଚର ହେବା କାରଣରୁ ମଧ୍ୟ ଯନ୍ତ୍ରଣା ହୋଇଥାଏ ।
- ପେରେନି ରୋଗ, ଏଥିରେ ଫାଇବ୍ରସ୍ ଟିସୁ ସହିତ ଲିଙ୍ଗରେ ବକ୍ରତା ହୋଇପାରେ । ଏହା ଦ୍ବାରା ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ ।
- ମୁତ୍ରନଳୀରେ ଷ୍ଟୋନ କାରଣରୁ ମଧ୍ୟ ଲିଙ୍ଗରେ ଯନ୍ତ୍ରଣା ହୋଇପାରେ । ଏହି ଅବସ୍ଥାରେ, ବେଳେବେଳେ ପରିସ୍ରା କରିବା ସମୟରେ ଲିଙ୍ଗରେ ସମ୍ବେଦନଶୀଳତା ଏବଂ ଜ୍ବଳନ ହୋଇଥାଏ ।
- ବେଳେବେଳେ ଇରେକ୍ଟାଇଲ୍ ଡିସଫଙ୍କସନ ପାଇଁ ନିଆଯାଇଥିବା କିଛି ଔଷଧ ମଧ୍ୟ ଲିଙ୍ଗରେ ଯନ୍ତ୍ରଣାର କାରଣ ସାଜିପାରେ । କାରଣ ଏହି ଔଷଧ ଲିଙ୍ଗରେ ରକ୍ତ ପ୍ରବାହକୁ ବୃଦ୍ଧି କରିଥାଏ । ଇରେକ୍ସନ ସମୟରେ ଯନ୍ତ୍ରଣା ହୋଇଥାଏ ।
- ଏହା ବ୍ୟତୀତ ଲିଙ୍ଗର ଚର୍ମ କିମ୍ବା ଫିମୋସିସ୍ ଏବଂ ପାରାଫିମୋସିସ୍ ଇତ୍ୟାଦି ଚର୍ମ ସହିତ ଜଡିତ ସମସ୍ୟା ହେତୁ ଲିଙ୍ଗର ଆଗ ଭାଗରେ ଫୁଲା ଏବଂ ପ୍ରବଳ ଯନ୍ତ୍ରଣା ହୋଇପାରେ ।
ଏହା ମଧ୍ୟ ପରିବର୍ତ୍ତନ:Gender Change Surgery: ଲିଙ୍ଗ ପରିବର୍ତ୍ତନ ପାଇଁ କଣ ରହିଛି ପ୍ରକ୍ରିୟା, କେତେ ଦିନ ଲାଗେ ସମୟ