ETV Bharat / health

ହାସିମୋଟୋସ ରୋଗରେ ପୀଡିତ ଅର୍ଜୁନ କପୁର, ଜାଣନ୍ତୁ କ'ଣ ଏହି ରୋଗ - HASHIMOTOS THYROIDITIS

ହାସିମୋଟୋସ ଥାଇରଏଡାଇଟସ ରୋଗରେ ପୀଡିତ ଅଭିନେତା ଅର୍ଜୁନ କପୁର । ଇଣ୍ଟରଭ୍ୟୁରେ କଲେ ଖୁଲାସା । ଜାଣନ୍ତୁ କେତେ ମାରାତ୍ମକ ଏହି ରୋଗ

ହାସିମୋଟୋସ ରୋଗରେ ପୀଡିତ ଅର୍ଜୁନ କପୁର
ହାସିମୋଟୋସ ରୋଗରେ ପୀଡିତ ଅର୍ଜୁନ କପୁର (ETV Bharat)
author img

By ETV Bharat Health Team

Published : Nov 9, 2024, 5:04 PM IST

Hashimoto's thyroiditis: ନିକଟରେ ବଲିଉଡ ଅଭିନେତା ଅର୍ଜୁନ କପୁର ନିଜର ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅଭିନେତା କହିଛନ୍ତି ଯେ, ସେ ହାସିମୋଟୋସ ଥାଇରଏଡାଇଟସ (Hashimoto's thyroiditis) ଭଳି ରୋଗରେ ପୀଡିତ, ଯାହାକି ଏକ ଗମ୍ଭୀର ଅଟୋ-ଇମ୍ୟୁନ ରୋଗ ଅଟେ । ଏଥିରେ ଥାଇରଏଡ ଗ୍ରନ୍ଥି ନଷ୍ଟ ହୋଇଯାଏ ।

ଅର୍ଜୁନ କପୁର ଏବେ ନିଜ ଫିଲ୍ମ 'ସିଙ୍ଘମ ଏଗେନ' ନେଇ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି । ଏହାସହିତ ଅର୍ଜୁନ 'ହାଲ୍ଫ ଗର୍ଲଫ୍ରେଣ୍ଡ', 'ଏକ ଭିଲିଆନ' ଭଳି ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏହି ଜଣାଶୁଣା ବଲିଉଡ ଅଭିନେତା ଏକ ଇଣ୍ଟରଭ୍ୟୁରେ ନିଜର ରୋଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ରୋଗ ସହ ଲଢିବା କେତେ ଆହ୍ବାନପୂର୍ଣ୍ଣ ଏବଂ ଏହାଦ୍ବାରା ତାଙ୍କର ଜୀବନଶୈଳୀ କେମିତି ପ୍ରଭାବିତ ହେଉଛି ।

ମିଡିଆ ରିପୋର୍ଟ ଅନୁସାରେ ଅର୍ଜୁନ କପୁର କହିଛନ୍ତି, ହାସିମୋଟୋସ ଏମିତି ଏକ ରୋଗ, ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ଭୁଲବଶତଃ ଥାଇରଏଡ ଗ୍ରନ୍ଥିକୁ ଆକ୍ରମଣ କରି ନଷ୍ଟ କରିଥାଏ । ଏହି ରୋଗ ତାଙ୍କ ଶରୀର ଉପରେ ଚାପ ପକାଇଛି, ଯେଉଁ କାରଣରୁ ଶରୀରର ଓଜନ ଓ ଶକ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବା କଷ୍ଟକର ହୋଇଯାଇଛି । ଏହି ରୋଗ ତାଙ୍କର ବ୍ୟକ୍ତିଗତ ଜୀବନ ପ୍ରଭାବିତ କରିଛି । ଏଥିଯୋଗୁଁ ତାଙ୍କୁ ଅନେକ ଆହ୍ବାନର ସାମ୍ନା କରିବାକୁ ପଡୁଛି ।

ହାସିମୋଟୋସ ଥାଇରଏଡାଇଟସ କ'ଣ

ଏହା ଏକ ଅଟୋ-ଇମ୍ୟୁନ ରୋଗ, ଯେଉଁଥିରେ ଶରୀରରେ ଥିବା ପ୍ରତିରକ୍ଷା ପ୍ରଣାଳୀ ଥାଇରଏଡ ଗ୍ରନ୍ଥି ଉପରେ ଆକ୍ରମଣ କରେ । ଆରମ୍ଭରୁ ଏହି ରୋଗର କୌଣସି ଲକ୍ଷଣ ଦେଖା ଦେଇନଥାଏ । ଥାଇରଏଡ ହେଲା ଏକ ଛୋଟ ପ୍ରଜାପତି ଆକୃତିର ଗ୍ରନ୍ଥି, ଯାହାକି ମେଟାବୋଲିଜିମ, ଶକ୍ତି ସ୍ତର ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଏ । ସମୟ ସହିତ ଏହି ଗ୍ରନ୍ଥିରେ ପ୍ରଦାହ ଓ କ୍ଷତି ଏହାର କାର୍ଯ୍ୟ ଧିମା କରିଦିଏ । ଏହାଦ୍ବାରା ହାଇପୋଥାଇରଏଡଜିମ ସହ ଥାଇରଏଡ ହରମୋନ ଉତ୍ପାଦନ କମିଯାଏ ।

ଅର୍ଜୁନ କପୁର କହିଛନ୍ତି, ଏହି ରୋଗର ସଠିକ କାରଣ ଯଦିଓ ଏବେ ଯାଏଁ ଜଣାପଡିନି ତଥାପି ବଂଶାନୁକ୍ରମ, ପରିବେଶ ଓ ଭାଇରାଲ ସଂକ୍ରମଣ ଯୋଗୁଁ ଏହା ହୋଇପାରେ ।

ଏହି ରୋଗର ଚିକିତ୍ସା:

ହାସିମୋଟୋସ ଥାଇରଏଡାଇଟସର କୌଣସି ଚିକିତ୍ସା ନାହିଁ, ହେଲେ ଏହାର ଲକ୍ଷଣଗୁଡିକୁ ନିୟନ୍ତ୍ରିତ କରାଯାଇପାରେ । ଥାଇରଏଡ ହରମୋନ ଅଭାବର ଚିକିତ୍ସା ପାଇଁ ସିନ୍ଥେଟିକ ହରମୋନ ରିପ୍ଲେସମେଣ୍ଟ ମେଡିସିନର ଉପଯୋଗ କରାଯାଏ । ଏହି ମେଡିସିନ ଏନର୍ଜି ଅଭାବ, ଓଜନ ବୃଦ୍ଧି ଓ ଥଣ୍ଡା ପ୍ରତି ଅଧିକ ସମ୍ବେଦନଶୀଳତା ଆଦି ସମସ୍ୟାଗୁଡିକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ ।

ହାସିମୋଟୋସ ରୋଗ ଲକ୍ଷଣ:

  • ଥକ୍କାପଣ, ଅଧିକ ନିଦ ଲାଗିବା
  • ଓଜନ ବଢିବା
  • କୋଷ୍ଠକାଠିନ୍ୟ
  • ଶୁଷ୍କ ତ୍ବଚା
  • ସ୍ବଭାବିକ ଠାରୁ କମ୍ ହୃଦସ୍ପନ୍ଦନ
  • ଗଣ୍ଠି ଓ ମାଂସପେଶୀ ଯନ୍ତ୍ରଣା
  • କେଶ ଝଡିବା
  • ଅବସାଦ
  • ଆଖି ଓ ମୁହଁ ଫୁଲିବା
  • ସ୍ମୃତିଶକ୍ତି ସମ୍ବନ୍ଧୀୟ ସମସ୍ୟା
  • ଅତ୍ୟଧିକ ଋତୁସ୍ରାବ କିମ୍ବା ଋତୁସ୍ରାବ ଅନିୟମିତା

Ref- https://www.niddk.nih.gov/health-information/endocrine-diseases/hashimotos-disease

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ: ଶରୀରରେ ଆଇରନ ବଢାଇବାକୁ ଖାଆନ୍ତୁ ଏହି ରୁଟି, ବନାଇବା ଭାରି ସହଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.