ETV Bharat / state

ପ୍ଲାଷ୍ଟିକମୁକ୍ତ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ୟୁଜିସି ଆଣିଲା ଗାଇଡଲାଇନ - PLASTIC FREE CAMPUS INITIATIVE

ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବାହର ସମ୍ପୂର୍ଣ୍ଣ ନିଷେଧ କଲା ୟୁଜିସି । ବିକଳ୍ପ ବାଛିବା ସହ ସଚେତନତା ସୃଷ୍ଟି କରିବାକୁ ଦେଲା ପରାମର୍ଶ ।

ପ୍ଲାଷ୍ଟିକ ଫ୍ରୀ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ
ପ୍ଲାଷ୍ଟିକ ଫ୍ରୀ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ନିଷେଧ (ETV Bharat odisha)
author img

By ETV Bharat Odisha Team

Published : Nov 10, 2024, 8:43 AM IST

ଭୁବନେଶ୍ବର: ପ୍ରଦୂଷଣ ମୁକ୍ତ ହେବ ଶିକ୍ଷାନୁଷ୍ଠାନ । ଦେଖିବାକୁ ମିଳିବନି ପ୍ଲାଷ୍ଟିକ ବର୍ଯ୍ୟବସ୍ତ । ଏହି ଲକ୍ଷ୍ୟ ସହ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ସାମଗ୍ରୀ ବ୍ୟବହାର ଉପରେ ଲାଗିଛି ସମ୍ପୂର୍ଣ୍ଣ କଟକଣା । ଛାତ୍ରଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ । ଏ ନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

  • ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ପ୍ଲାଷ୍ଟିକ ମନା:-

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ଅଣବିଘଟନ ପ୍ଲାଷ୍ଟିକ ବ୍ୟବହାର ବାରଣ । ଛାତ୍ରଛାତ୍ରୀ କିଭଳି ପ୍ଲାଷ୍ଟିକ ବ୍ୟବହାର ନ କରିବେ ସଚେତନ କରାଯିବ । କଲେଜ କ୍ୟାଣ୍ଟିନ୍, ହଷ୍ଟେଲକୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ଆସିବନି । ପ୍ଲାଷ୍ଟିକ ବୋତଲ ବଦଳରେ ଅନ୍ୟ ଧାତୁର ବୋତଲ ବ୍ୟବହାର ହେବ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛି ୟୁଜିସି ।

  • ନିୟମିତ ଭାବରେ ଯାଞ୍ଚ କରାଯିବ:-

ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ସିଙ୍ଗିଲ ୟୁଜ ପ୍ଲାଷ୍ଟିକକୁ ନେଇ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବ । ଏହା ସହ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କୁ ନେଇ କର୍ମଶାଳା ଏବଂ ସଚେତନତା କରା‌ଯିବ । ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟାନ୍ୟ ଜିନିଷରେ ତିଆରି ବୋତଲର ବ୍ୟବହାର କରାଯିବ । ପ୍ଲାଷ୍ଟିକ୍ ବ୍ୟାଗ୍ ମଧ୍ୟ ବାରଣ କରାଯିବ । ଏହାଛଡ଼ା ଛାତ୍ରଛାତ୍ରୀ ଯେପରି ନିଜ ଘରେ ମଧ୍ୟ ପ୍ଲାଷ୍ଟିକ ବ୍ୟବହାର ନ କରିବେ ସେନେଇ ଅଧିକ ମାତ୍ରାରେ ସଚେତନ କରାଯିବ ବୋଲି ଗାଇଡଲାଇନରେ କହିଛି ‘ୟୁଜିସି’ ।

ପ୍ଲାଷ୍ଟିକ ଫ୍ରୀ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା
ପ୍ଲାଷ୍ଟିକ ଫ୍ରୀ ହେବ ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସମ୍ପୂର୍ଣ୍ଣ ମନା (E TV Bharat Odisha)
  • କଣ ରହିବ ଚାଲେଞ୍ଜ:-

ଏନେଇ ୟୁଜିସି କହିଛି," ପୂର୍ବରୁ ଏନେଇ ନିର୍ଦ୍ଦେଶାବଳୀ ଦିଆଯାଇଥିବା ବେଳେ ବର୍ତ୍ତମାନ ଆଉଥରେ ନିର୍ଦ୍ଦେଶାନାମା ଜାରି କରାଯାଇଛି ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଅନୁରୋଧ କରୁଛୁ ଯେ, ଏକକ ବ୍ୟବହାର ପ୍ଲାଷ୍ଟିକର ସମସ୍ୟାର ମୁକାବିଲା ପାଇଁ ସେମାନଙ୍କର ଉଦ୍ୟମ ଆବଶ୍ୟକ। ଏହି ପଦକ୍ଷେପ କେବଳ ଆମ ପରିବେଶର ସୁରକ୍ଷା ପାଇଁ ନୁହେଁ ବରଂ ମାନବ ସ୍ୱାସ୍ଥ୍ୟର ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା ଚ୍ୟାଲେଞ୍ଜର ମୁକାବିଲା, ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବା ଏବଂ ଆର୍ଥିକ ସ୍ଥିରତାକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।’’

ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ମନା, ନିୟମିତ ହେବ ଯାଞ୍ଚ
ଉଚ୍ଚଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ମନା, ନିୟମିତ ହେବ ଯାଞ୍ଚ (E TV BHARAT ODISHA)
  • କଣ ରହିଛି ନିର୍ଦ୍ଦେଶାବଳୀ:-

ଦେଶରେ ସେମାନେ କ୍ଲିନର୍ ଏବଂ ପ୍ଲାଷ୍ଟିକମୁକ୍ତ କ୍ୟାମ୍ପସ ପ୍ରତି ନୀତି ଏବଂ ଅଭ୍ୟାସ ଗ୍ରହଣ କରିବାକୁ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ଉତ୍ସାହିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦେଶର ସମସ୍ତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିୟମିତ ଭାବରେ ନିଷିଦ୍ଧ କରି ଉପଯୁକ୍ତ ପରିବେଶ ଅନୁକୂଳ ସ୍ଥାନ ସହିତ ବଦଳାଇ ସେମାନଙ୍କ କ୍ୟାମ୍ପସକୁ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି କ୍ୟାଣ୍ଟିନରେ ଏକକ ବ୍ୟବହାର ପ୍ଲାଷ୍ଟିକ, ଅନୁଷ୍ଠାନ ପରିସର ଏବଂ ହଷ୍ଟେଲ ଇତ୍ୟାଦିରେ ସପିଂ କମ୍ପ୍ଲେକ୍ସ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାନଇବାକ୍କୁ ପରାମର୍ଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ପିଙ୍ଗି ଦେଉଛନ୍ତି କି ପ୍ଲାଷ୍ଟିକ ବୋତଲ ? ପ୍ରସ୍ତୁତ ହୋଇପାରିବ ଜ୍ୟାକେଟ, ଜାଣନ୍ତୁ କେମିତି - Jacket From Use Water Bottle

ଏହା ମଧ୍ୟ ପଢନ୍ତୁ:-ଏହା ମଧ୍ୟ ପଢ଼ନ୍ତୁ...ରିସର୍ଚ୍ଚରେ ଖୁଲାସା, 1 ଲିଟର ପାଣି ବୋତଲରେ 2.5 ଲକ୍ଷ ପ୍ଲାଷ୍ଟିକ କଣିକା

  • ପ୍ଲାଷ୍ଟିକ ନୁହେଁ ବିକଳ୍ପ ବାଛନ୍ତୁ: ୟୁଜିସି

ପ୍ଲାଷ୍ଟିକର କ୍ଷତିକାରକ ପ୍ରଭାବ ବିଷୟରେ ନିଜ ନିଜ ପରିବାରକୁ ସମ୍ବେଦନଶୀଳ କରିବାକୁ ଏବଂ ସେମାନଙ୍କ ପରିବାରକୁ ପ୍ଲାଷ୍ଟିକମୁକ୍ତ କରିବାକୁ ସେମାନଙ୍କ ଛାତ୍ରମାନଙ୍କୁ ଉତ୍ସାହିତ କରନ୍ତୁ । ପ୍ଲାଷ୍ଟିକ୍ ପାଣି ବୋତଲ ବ୍ୟବହାରକୁ ଏଡାଇବା ପାଇଁ ଜଳ ୟୁନିଟ୍ ପରି ଆବଶ୍ୟକ ବିକଳ୍ପ ସୁବିଧା କରନ୍ତୁ ଏବଂ କ୍ୟାମ୍ପସରେ ପ୍ଲାଷ୍ଟିକ୍ ବୋତଲ, ବ୍ୟାଗ, କଭର ଏବଂ ଅନ୍ୟାନ୍ୟ ସାମଗ୍ରୀ ବଦଳରେ କପଡା ବ୍ୟାଗ, କାଗଜ ବ୍ୟାଗ ଇତ୍ୟାଦି ବିକଳ୍ପ ସମାଧାନ ବ୍ୟବହାର କରିବାକୁ ଉତ୍ସାହିତ କରନ୍ତୁ ବୋଲି କହିଛି ୟୁଜିସି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.