ETV Bharat / state

ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ - MDM MID DAY MEAL

ମଧ୍ୟାନ ଭୋଜନକୁ ଅଧିକ ସ୍ବଚ୍ଛ ଓ ନିରାପଦ କରିବାକୁ ସରକାରଙ୍କ ପ୍ରୟାସ । ସମୀକ୍ଷା କଲେ ସଚିବ ଶାଲିନୀ ପଣ୍ଡିତଙ୍କ ସହ ‘ପିଏମ୍-ପୋଷଣ’ ସଂଯୋଜକ ଅଧିକାରୀ ।

ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ
ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 8:43 AM IST

ଭୁବନେଶ୍ବର: ବନ୍ଦ ହେବ ନାହିଁ ମଧ୍ୟାହ୍ନ ଭୋଜନ ଯୋଜନା, ବରଂ ଏହାକୁ ଅଧିକ ନିରାପଦ ଓ ସ୍ଵଚ୍ଛ କରିବା ଦିଗରେ ଅଧିକ ପ୍ରାତମିକତା ଦିଆଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ପୁଷ୍ଟିକର, ନିରାପଦ ମଧ୍ୟାହ୍ନ ଭୋଜନ ପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଲିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀ ତଥା ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାରଙ୍କ ସମେତ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ।

  • ନିରନ୍ତର ଯୋଗାଇ ଦିଆଯିବ ମଧ୍ୟାହ୍ନ ଭୋଜନ:-

ତେବେ ବୈଠକରେ ବିଭାଗୀୟ କମିଶନର ତଥା ଶାସନସଚିବ ଶାଲିନୀ ପଣ୍ଡିତ ସମସ୍ତ ଜିଲ୍ଲାମାନଙ୍କୁ ପିଏମ୍-ପୋଷଣ ଅନ୍ତର୍ଗତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଉଛି । ପୋଷଣୀୟ ଚାଉଳ ଓ ଉନ୍ନତମାନର ଖାଦ୍ୟ ସାମଗ୍ରୀ ବ୍ୟବହାର କରିବା ସହ ନିରନ୍ତର ଭାବରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ପାଇଁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର ତଥା ଶାସନ ସଚିବ । ଏଥିସହିତ କୌଣସି ପରିସ୍ଥିତିରେ ମଧ୍ୟାହ୍ନ ଭୋଜନ ବନ୍ଦ ନ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ
ବନ୍ଦ ହେବ ନାହିଁ, ଅଧିକ ସ୍ବଚ୍ଛ ଓ ନିରାପଦ ହେବ ମଧ୍ୟାହ୍ନ ଭୋଜନ (ETV Bharat Odisha)
  • ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର:-

ବିଭାଗୀୟ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ପୁଷ୍ଟିକର ମଧ୍ୟାହ୍ନ ଭୋଜନ ପ୍ରତିଟି ଶିଶୁର ଅଧିକାର । ମଧ୍ୟାହ୍ନ ଭୋଜନ ଆମ ସମସ୍ତଙ୍କର ପ୍ରାଥମିକ ଦାୟିତ୍ଵ । ଏହା କିଭଳି ନିରାପଦ, ସ୍ଵଚ୍ଛ, ସୁରକ୍ଷିତ ହେବା ସହ ବିନା କୌଣସି ସମସ୍ୟାରେ ପ୍ରତିଦିନ ଛାତ୍ରଛାତ୍ରୀମାନଙ୍କୁ ମିଳିବ ସେ ନେଇ ସମସ୍ତଙ୍କୁ ସମ୍ବେଦନଶୀଳ ହେବାକୁ ପଡିବ ।’’

  • କେଉଁ ଶ୍ରେଣୀର ପିଲାମାନେ ପାନିବେ ପିଏମ୍-ପୋଷଣ ସୁବିଧା:-

ଅନ୍ୟପକ୍ଷେ ରାଜ୍ୟ ସଂଯୋଜକ ଅଧିକାରୀ (ପିଏମ୍-ପୋଷଣ) ରଘୁରାମ ଆର୍ ଆୟାର ମଧ୍ୟ ଶିକ୍ଷା ଅଧିକାରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ ପରିଚାଳନା କିପରି ସରଳ ଓ ନିରାପଦ ହୋଇପାରିବ ସେ ନେଇ ଆଲୋଚନା କରିଛନ୍ତି । ପିଏମ୍- ପୋଷଣ ଅନ୍ତର୍ଗତ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି ।

  • କେବେ ଆରମ୍ଭ ହୋଇଥିଲା ମିଡ-ଡେ ମିଲ୍‌:-

ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ‘ମଧ୍ୟାହ୍ନ ଭୋଜନ’ର ନାଁ ବଦଳାଇ ‘ପ୍ରଧାନମନ୍ତ୍ରୀ ପୋଷଣ’ ରଖାଯାଇଛି । ଦେଶବ୍ୟାପୀ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୋଷଣଯୁକ୍ତ ଖାଦ୍ୟ ଯୋଗାଇ ସେମାନଙ୍କୁ ପାଠପଢା ପ୍ରତି ଆକୃଷ୍ଟ କରିବାକୁ ୧୯୫୯ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିଲା ମିଡ-ଡେ ମିଲ୍‌ ଯୋଜନା । ଉପସ୍ଥାନ ବଢାଇବା ଉଦ୍ଦେଶ୍ୟରେ ଏହି ଯୋଜନାରେ ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ୬ରୁ ୧୪ବର୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଏହା ମଧ୍ୟ ପଢନ୍ତୁ :- ବାଟବଣା 5ଟି ସ୍କୁଲ: ଅଧାରୁ କାମ ବନ୍ଦ, ବାରାଣ୍ଡାରେ ଚାଲିଛି ପାଠପଢା, ନାହିଁ ଶୌଚାଳୟ

ଏହା ମଧ୍ୟ ପଢନ୍ତୁ :- ଏହାମଧ୍ୟ ପଢନ୍ତୁ: 5T ସ୍କୁଲ ଛାତରୁ ଖସିଲା ଅତଡା; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ମଧ୍ୟାହ୍ନ ଭୋଜନ ଖାଇ 50ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ, ଖାଦ୍ୟ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ - Students Ill Eating Midday Meals

ମଧ୍ୟାହ୍ନ ଭୋଜନ ସପ୍ତାହିକ ବିବରଣୀ:-

ସୋମବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
ମଙ୍ଗଳବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ

ବୁଧବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ
ଗୁରୁବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଡାଲମା
ଶୁକ୍ରବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ସୋୟା ବଡ଼ି ତରକାରୀ
ଶନିବାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଭାତ ଓ ଅଣ୍ଡା ତରକାରୀ

ଛାତ୍ରଛାତ୍ରୀଙ୍କ ଅଧିକାର:-

ସାମଗ୍ରୀ ମୂଲ୍ୟ ପ୍ରାଥମିକ ସ୍ତରରେ ୫ ଟଙ୍କା ୯୦ ପଇସା ଓ ଉଚ୍ଚ ପ୍ରାଥମିକ ସ୍ତରରେ ୮ ଟଙ୍କା ୮୨ ପଇସା
ଚାଉଳ ପ୍ରାଥମିକ ସ୍ତରରେ ୧୦୦ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୧୫୦ ଗ୍ରାମ।
କ୍ୟାଲୋରୀ ପ୍ରାଥମିକ ସ୍ତରରେ ୪୯୩.୬୩ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୭୨୮.୬୭
ପୁଷ୍ଟିକର ପ୍ରାଥମିକ ସ୍ତରରେ ୧୩.୮ ଗ୍ରାମ ଓ ଉଚ୍ଚ ପ୍ରାଥମିକ ସ୍ତରରେ ୨୦.୫ ଗ୍ରାମ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.