ETV Bharat / health

ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର - WINTER CARE FOR CHILDREN

Winter care for children: ଶୀତ ଋତୁରେ ଶିଶୁଙ୍କୁ ବିଭିନ୍ନ ପ୍ରକାର ରୋଗ ଆକ୍ରାନ୍ତ କରିଥାଏ । ତେଣୁ ଏହି ଦିନେ କେମିତି ନିଜ ପିଲାର ଯତ୍ନ ନେବେ ଜାଣନ୍ତୁ ଡାକ୍ତରଙ୍କଠାରୁ

ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର
ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର (ETV Bharat)
author img

By ETV Bharat Health Team

Published : Nov 9, 2024, 11:14 AM IST

Updated : Nov 9, 2024, 4:17 PM IST

ଭୁବନେଶ୍ବର: ଆରମ୍ଭ ହୋଇଗଲାଣି ଶୀତ ଋତୁ । ସାଧାରଣତଃ ଋତୁ ବଦଳିବା ସହ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ବିଶେଷକରି ଶୀତ ଦିନେ ଥଣ୍ଡା, କାଶ, ଜ୍ବର, ଚର୍ମରୋଗ ଆଦି ସାଧାରଣ ହୋଇଯାଏ । ଏଥିରେ ଶିଶୁମାନେ ବିଶେଷଭାବେ ଆକ୍ରାନ୍ତ ହୋଇଥାନ୍ତି । ଏଥିପାଇଁ ଏହି ଦିନରେ ସେମାନଙ୍କର ସ୍ବତନ୍ତ୍ର ଯତ୍ନ ନେବା ଜରୁରୀ । ପ୍ରତ୍ୟେକ ଋତୁରେ ଶିଶୁଙ୍କ ଉପଯୁକ୍ତ ଯତ୍ନ ନେଲେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ହେଲେ ଅଧିକାଂଶ ମାଆ ଏ ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଅଭାବରୁ କ'ଣ କରିବେ, କ'ଣ ନକରିବେ ଜାଣିପାରି ନଥାନ୍ତି । ଯେଉଁ କାରଣରୁ ଅନେକ ସମୟରେ ନବଜାତ ଶିଶୁଙ୍କ ଶାରିରୀକ ଓ ମାନସିକ ବିକାଶ ଠିକ୍ ଭାବେ ହୋଇନଥାଏ । ତେବେ ଶୀତ ଦିନେ କିପରି ଶିଶୁଙ୍କ ଯତ୍ନ ନେବେ ସେନେଇ ପରାମର୍ଶ ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ଡଃ ଆଶୁତୋଷ ମହାପାତ୍ର ।

ଶିଶୁରୋଗ ବିଶେଷଜ୍ଞ କହିଛନ୍ତି, ''6 ମାସରୁ କମ୍ ଶିଶୁଙ୍କୁ ଶୀଘ୍ର ଥଣ୍ଡା ଧରିଥାଏ । ତେଣୁ ତାଙ୍କୁ ସବୁବେଳେ ଦୁଇରୁ ତିନୋଟି କପଡାରେ ଗୁଡାଇ ଉଷୁମ ରଖିବା ଉଚିତ୍ । ରୁମ୍ ତାପମାତ୍ରା 24ରୁ 28 ଡିଗ୍ରୀ ଭିତରେ ରହିବା ଉଚିତ୍ । ଏସି ନ ବ୍ୟବହାର କରିବା ଭଲ । ଶିଶୁଙ୍କୁ ସବୁଦିନ ସକାଳୁ ନଖ ଉଷୁମ ପାଣିରେ ଗାଧୋଇବା ଓ ଦେହରେ ମଇଶ୍ଚରାଇଜର ଲଗାଇବା ଦରକାର । କାରଣ ଶୀତ ଦିନ ଚର୍ମ ଶୁଷ୍କ ହେବା ସହ ଅଧିକ ଚର୍ମରୋଗ ହୋଇଥାଏ । ଏଥିସହ ଥଣ୍ଡା, କାଶ ହେଲେ କୌଣସି ଘରୋଇ ଉପଚାର ନ ଆପଣାଇ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।''

ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର (ETV Bharat)

ଆହୁରି କହିଛନ୍ତି, ''1 ବର୍ଷରୁ ଅଧିକ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହିଭଳି ଯତ୍ନ ନେବା ଦରକାର । ବାହାରକୁ ଅଧିକ ନେବେ ନାହିଁ । ଗାଧୋଇବା ପୂର୍ବରୁ ନଡିଆ ତେଲରେ ମାଲିସ କରିବା କିମ୍ବା ମଇଶ୍ଚରାଇଜର ଲଗାଇପାରିବେ । ବାହାର ଧୂଳି ଅପରିଷ୍କାର ଠାରୁ ଦୂରେଇ ରଖିବେ । ଜଙ୍କଫୁଡ ନଦେଇ ଘରେ ରନ୍ଧା ଖୁଆଇବେ । ଏହାଦ୍ବାରା ଶିଶୁ ଋତୁ ପରିବର୍ତ୍ତନ ଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିଥାଏ ।''

ଶୀତ ଦିନେ ହେଉଥିବା ରୋଗ:

ଚର୍ମରୋଗ:

ଡାକ୍ତର ଆଶୁତୋଷ ମହାପାତ୍ର କହିଛନ୍ତି ଯେ, ଶୀତ ଋତୁରେ ବାୟୁମଣ୍ଡଳ ତାପମାତ୍ରା କମି ଯାଇଥାଏ । ଯାହାଫଳରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସାଧାରଣ ଭାବରେ ହ୍ରାସ ପାଇଥାଏ । ଶୀତଳ ଓ ଶୁଷ୍କ ବାୟୁମଣ୍ଡଳ ହେତୁ ଚର୍ମ ଶୁଷ୍କ ହୋଇ ଧୂସର ବର୍ଣ୍ଣ ଦେଖାଯାଏ । ଶୀତ ଋତୁରେ ଆଲର୍ଜି ଯୋଗୁଁ ଚର୍ମ କୁଣ୍ଡିଆ ରୋଗ ଅଧିକ ହୋଇଥାଏ । ଏହି ସମୟରେ ଶିଶୁଙ୍କୁ ଅଧିକ କାଛୁ ଓ କୁଣ୍ଡିଆ ରୋଗ ହୋଇଥାଏ । ବିଶେଷ କରି ହଷ୍ଟେଲ ଓ ଅଧିକ ଲୋକ ରହୁଥିବା ଘରେ ଏହାର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳେ । ହାତ ଓ ପାଦ ଫାଟିବା ମଧ୍ୟ କେତେକାଂଶରେ ଦେଖାଯାଇଥାଏ ।

ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର
ଶୀତ ଦିନେ କେମିତି ନିଜ ଶିଶୁଙ୍କୁ ରଖିବେ ସୁସ୍ଥ, ପରାମର୍ଶ ଦେଲେ ଡାକ୍ତର (ETV Bharat)

ଶ୍ୱାସରୋଗ:

ଏହା ଭୂତାଣୁ ଜନିତ କିମ୍ବା ଜୀବାଣୁ ଦ୍ୱାରା ସାଧାରଣ ଭାବରେ ହୋଇଥାଏ । ଇନଫ୍ଲୁଏଞ୍ଜା ଓ ଆର.ଏସ.ଭି ଭୂତାଣୁ ଦ୍ୱାରା ଶିଶୁ ଆକ୍ରାନ୍ତ ହୋଇଥାନ୍ତି । ସାମାନ୍ୟ ଥଣ୍ଡା ଜ୍ୱରଠାରୁ ଆରମ୍ଭ କରି ଅତି ସାଂଘାତିକ ବ୍ରୋଙ୍କିଓଲାଇଟିସ ରୋଗ ଶିଶୁଠାରେ ଦେଖାଦେଇଥାଏ । ଏହି ରୋଗରେ ଶିଶୁ ଖୁବ୍ ଜୋରରେ ନିଶ୍ୱାସ ନେଇଥାଏ । ଠିକ ଭାବରେ ମା’ଠାରୁ ଖାଦ୍ୟ ଖାଇପାରେ ନାହିଁ । ବିଶେଷକରି ୨ ବର୍ଷରୁ କମ୍ ଶିଶୁଙ୍କ ଠାରେ ଏହା ଅଧିକ ଦେଖାଯାଏ । ନାକରୁ ପାଣି ବାହାରିବା ସହ ପୂର୍ବରୁ ଥିବା ଶ୍ୱାସ ରୋଗ ଅଧିକ ବଢିଥାଏ । ଏହି ସମୟରେ ଛିଙ୍କ ସାଧାରଣ ଅଟେ ବୋଲି କହିଛନ୍ତି ଶିଶୁ ବିଶେଷଜ୍ଞ ।

ତରଳଝାଡ଼ା:

ଛଅ ମାସରୁ ତିନି ବର୍ଷ ବୟସର ଶିଶୁଙ୍କୁ ମଧ୍ୟରେ ବାନ୍ତି ଝାଡା ଦେଖାଦେଇଥାଏ । ଏହା କୌଣସି ଔଷଧ ଦ୍ୱାରା ଭଲ ହୋଇନଥାଏ । କେବଳ ଓଆରଏସ ଓ ଜିଙ୍କ ଔଷଧ ଦ୍ୱାରା ଧୀରେ ଧୀରେ ସେମାନେ ସୁସ୍ଥ ହୋଇଥାନ୍ତି ବୋଲି ଶିଶୁ ବିଶେଷଜ୍ଞ ଆଶୁତୋଷ ମହାପାତ୍ର କହିଛନ୍ତି ।

ଗଣ୍ଠିବ୍ୟଥା:

ଶୀତ ଋତୁରେ ବିଶେଷ ଭାବେ ଶିଶୁଙ୍କୁ ଗଣ୍ଠିବ୍ୟଥା ଅଧିକ ହେଉଥିବାର ଲକ୍ଷ୍ୟ କରାଯାଇଥାଏ । ଏହି ଦିନେ ରକା ପଶିବା ଭଳି ସମସ୍ୟା ଅଧିକ ହୋଇଥାଏ ।

ସ୍ତନ୍ୟପାନ ଠିକ ସମୟରେ କରାଇବା:

ଶିଶୁ ବିଶେଷଜ୍ଞ ଆଶୁତୋଷ ମହାପାତ୍ର କହିଛନ୍ତି ଯେ, ମାଆ କ୍ଷୀର ନବଜାତ ଶିଶୁ ପାଇଁ ଅମୃତ ସଦୃଶ୍ୟ । ଏହା ଶିଶୁର ଶାରୀରିକ ତଥା ମାନସିକ ବିକାଶରେ ସହାୟକ ହୋଇଥାଏ । ସେଥିପାଇଁ ଶିଶୁ ଜନ୍ମ ହେବାର ୩୦ ମିନିଟ୍ ମଧ୍ୟରେ ତାକୁ ସ୍ତନ୍ୟପାନ ଆରମ୍ଭ କରାଇବା ଉଚିତ୍ । ପ୍ରସବ ପରେ ମା’ ଅଚେତ ଅବସ୍ଥାରେ ଥିଲେ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାନ୍ତୁ । ପ୍ରସବ ପରେ ଦୁଇ ତିନି ଘଣ୍ଟାର ବ୍ୟବଧାନରେ ଶିଶୁଟିକୁ ବାରମ୍ବାର ଠିକ୍ ଭାବେ ସ୍ତନ୍ୟପାନ କରାଇବା ଉଚିତ । ମା’ କ୍ଷୀର କମ୍ ହେବା ଏକ ସାଧାରଣ ସମସ୍ୟା ବୋଲି ସେ କହିଛନ୍ତି ।

ଶିଶୁ ସ୍ୱାସ୍ଥ୍ୟର ଯତ୍ନ: କ'ଣ କରିବେ ଓ କ'ଣ ନକରିବେ

କିପରି ସ୍ବାସ୍ଥ୍ୟର ଯତ୍ନ ନେବେ ସେନେଇ ଶିଶୁ ବିଶେଷଜ୍ଞ ସଚେତନ କରାଇ କହିଛନ୍ତି ଯେ, ଶିଶୁକୁ ସଂକ୍ରମଣ ଠାରୁ ଦୂରେଇ ରଖିବାକୁ ହେଲେ ଯେତେ କମ୍ ଲୋକ ତା'ର ସଂସ୍ପର୍ଶରେ ଆସିବେ ସେତେ ଭଲ । ଶିଶୁକୁ ଧରିବା ପୂର୍ବରୁ ଭଲ ଭାବେ ହାତ ଧୁଅନ୍ତୁ ଓ ପରିଷ୍କାର ପୋଷାକ ପିନ୍ଧନ୍ତୁ । ଖାସ୍ କରି ଥଣ୍ଡା, ଜ୍ୱର ଆଦିରେ ପୀଡ଼ିତ ବ୍ୟକ୍ତିଙ୍କଠାରୁ ଶିଶୁଙ୍କୁ ଦୂରେଇ ରଖିବା ଉଚିତ୍ । ଜନ୍ମ ହେବାର ତିନି ମାସ ଯାଏ କେବେ ବି ଶିଶୁକୁ ଚୁମ୍ବନ ଦେବା ଅନୁଚିତ୍ । ନବଜାତ ପିଲାଙ୍କ ଆଖିରେ ଆଦୌ କଳା ଲଗାନ୍ତୁ ନାହିଁ । ବଜାର କିମ୍ବା ଅଧିକ ଗହଳି ଥିବା ସ୍ଥାନକୁ ପିଲାଙ୍କୁ ନିଅନ୍ତୁ ନାହିଁ ବୋଲି ଶିଶୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମ ଭୟ: ବ୍ୟାଗରେ ଏହି 5ଟି ଜିନିଷ ରଖନ୍ତୁ ମହିଳା, ବିପଦରେ କରିବ ସାହାଯ୍ୟ

ଏହା ମଧ୍ୟ ପଢନ୍ତୁ: ଶୀତ ଦିନିଆ ଡ୍ରାଏ ସ୍କିନ ନେଇ ଚିନ୍ତିତ ? ଏହି ଘରୋଇ ଉପାୟ ଆପଣଙ୍କ ପାଇଁ...

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରେ ଚିନ୍ତାଗ୍ରସ୍ତ ରହୁଛନ୍ତି କି? ଡିପ୍ରେସନରୁ କିପରି ମୁକୁଳିବେ, ଜାଣନ୍ତୁ

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 9, 2024, 4:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.