Carrot Health Benefits: ଗାଜର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର । କଞ୍ଚା ଗାଜରରେ ଭିଟାମିନ-ଏ, ଭିଟାମିନ-ସି, କେ, ପୋଟାସିୟମ, ଆଇରନ, କ୍ୟାଲେସିୟମ ଭଳି ଜରୁରୀ ପୋଷକ ତତ୍ତ୍ବ ରହିଥାଏ । ଏହା ବ୍ଲଡପ୍ରେସର ନିୟନ୍ତ୍ରଣଠାରୁ ଇମ୍ୟୁନିଟି ବଢାଇବା ଯାଏଁ କାମ କରେ । କୋଲେଷ୍ଟ୍ରଲ କମ୍ କରି ଆମର ହୃଦୟ ସୁସ୍ଥ ରଖେ । ଓଜନ ହ୍ରାସରେ ସହାୟକ ହୁଏ । ହାୱର୍ଡ ହେଲ୍ଥ ପବ୍ଲିସିଂ ଅନୁସାରେ, ଗାଜାର ଖାଇବାର ଶରୀରକୁ ଅନେକ ଫାଇଦା ହୁଏ । ଏଥିରେ ଥିବା ଫାଇବର ପାଚନ ତନ୍ତ୍ର ଠିକ୍ ରଖେ । କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରେ । ଏଥିରେ ମିଳୁଥିବା ଭିଟାମିନ-ଏ ଦୃଷ୍ଟିଶକ୍ତି ଉନ୍ନତ କରେ ।
ଦୃଷ୍ଟିଶକ୍ତି ବଢାଏ:
ଗାଜର ଭିଟାମିନ-ଏର ଏକ ଭଲ ଉତ୍ସ । ଏହା ଆଖିର ରେଟିନା ମଜଭୁତ କରିବାରେ ସାହାଯ୍ୟ କରେ ଓ ଦୃଷ୍ଟିଶକ୍ତି ବଢାଏ । ଗାଜରରେ ବିଟା-କେରୋଟିନ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଆଖିକୁ ଅକ୍ସିଡେଟିଭ ଚାପରୁ ସୁରକ୍ଷା ଦିଏ ଓ ମୋତିଆବିନ୍ଦୁ ହେବାରୁ ରୋକିଥାଏ ।
ବ୍ଲଡପ୍ରେସର ନିୟନ୍ତ୍ରଣ:
କଞ୍ଚା ଗାଜରରେ ପ୍ରଚୁର ପୋଟାସିୟମ ମିଳେ । ଏହା ଶରୀରରେ ସୋଡିୟମ ସ୍ତର ସନ୍ତୁଳିତ କରିବାରେ ସାହାଯ୍ୟ କରେ । ସୋଡିୟମ ବ୍ଲଡପ୍ରେସର କମ୍ କରିବାରେ କାମ କରେ । ଏହାବ୍ୟତୀତ କଞ୍ଚା ଗାଜରରେ ଅଧିକ ଫାଇବର ଥାଏ । ଏହା ପାଚନରେ ସୁଧାର ଆଣେ ଓ ଶରୀରରେ କୋଲେଷ୍ଟ୍ରଲ କମ୍ କରେ । ଯାହାଫଳରେ ହୃଦରୋଗ ଓ ହାଇବ୍ଲଡପ୍ରେସର ବିପଦ କମ୍ ହୁଏ ।
ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରିବା:
କଞ୍ଚା ଗାଜର ରସ ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରେ । ପ୍ରତିଦିନ ଗୋଟିଏ ଗାଜର ଖାଇବା ଦ୍ବାରା ଶରୀରକୁ ଜରୁରୀ ପୋଷକ ତତ୍ତ୍ବ ମିଳେ, ଯାହା ରୋଗ ସହ ଲଢିବାର କ୍ଷମତା ବଢାଏ । ଏଥିରେ ଥିବା ଭିଟାମିନ ଇମ୍ୟୁନିଟି ସିଷ୍ଟମ ମଜଭୁତ କରି ଆମକୁ ସୁସ୍ଥ ରଖେ ।
ଓଜନ ହ୍ରାସ:
ଓଜନ କମାଇବାକୁ ଚାହୁଁଥିବା ଲୋକେ ଗାଜର ଜୁସ୍ ପିଇବା ଲାଭଦାୟକ । ଏହା କେବଳ ଓଜନ ହ୍ରାସରେ ସହାୟକ ହୁଏନି ସ୍ବାସ୍ଥ୍ୟ ମଧ୍ୟ ଭଲ ରଖେ । ଏଥିରେ ଫାଇବର ଥିବାରୁ ଭୋକ ନିୟନ୍ତ୍ରଣ କରେ । ଫଳରେ ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ । ସେହିପରି ଏଥିରେ କ୍ୟାଲୋରୀ ମାତ୍ରା ଖୁବ୍ କମ୍ ଥିବାରୁ ବିନା କିଛି ସମସ୍ୟାରେ ଓଜନ କମ୍ କରିପାରିବେ ।
କୋଲେଷ୍ଟ୍ରଲ କଣ୍ଟ୍ରୋଲ:
ଗାଜର ଜୁସ୍ ପିଇଲେ କେବଳ ଓଜନ ହ୍ରାସରେ ସହାୟକ ହୁଏନି ଏଥିସହ ଆପଣଙ୍କ ହୃଦୟ ବି ସୁସ୍ଥ ରହେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଖରାପ କୋଲେଷ୍ଟ୍ରଲ ସ୍ତର କମ୍ କରି ହୃଦରୋଗ ଆଶଙ୍କା କମାଇଥାଏ । କଞ୍ଚା ଗାଜରରେ ଥିବା ପୋଟାସିୟମ ରକ୍ତଚାପ ବା ବ୍ଲଡପ୍ରେସର ହ୍ରାସ କରିବାରେ ସାହାଯ୍ୟ କରେ, ଯାହାକି ହୃଦୟ ସ୍ବାସ୍ଥ୍ୟ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ ।
Ref- https://www.health.harvard.edu/staying-healthy/the-pros-and-cons-of-root-vegetables
https://pmc.ncbi.nlm.nih.gov/articles/PMC6770766/#:~:text=The%20bioactive%20compounds%20of%20black,methylglutaryl%2Dcoenzyme%20A%20reductase%20activity.
ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି... ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମ ଭୟ: ବ୍ୟାଗରେ ଏହି 5ଟି ଜିନିଷ ରଖନ୍ତୁ ମହିଳା, ବିପଦରେ କରିବ ସାହାଯ୍ୟ |
(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)