ETV Bharat / health

ପାଗ ବଦଳିଲେ କେମିତି ନେବେ ଯତ୍ନ, ରୋଷେଇଘରେ ରାମବାଣ ଉପାୟ - HEALTHCARE TIPS

ବଦଳୁଛି ପାଗ । ଶୀତ ଦିନ ଆରମ୍ଭ ସହିତ ଥଣ୍ଡା, କାଶ, ଜ୍ବର ମଧ୍ୟ ବଢୁଛି । ଏମିତିରେ କେମିତି ଏସବୁ ସଂକ୍ରମକ ରୋଗରୁ ରକ୍ଷା ପାଇବେ ଜାଣନ୍ତୁ ଡାକ୍ତରଙ୍କ ଠାରୁ

ପାଗ ବଦଳିଲେ କେମିତି ନେବେ ଦେହର ଯତ୍ନ ?
ପାଗ ବଦଳିଲେ କେମିତି ନେବେ ଦେହର ଯତ୍ନ ? (ETV Bharat)
author img

By ETV Bharat Health Team

Published : Nov 7, 2024, 5:03 PM IST

ବାଲେଶ୍ବର: ସାଧାରଣତଃ ପାଗ ବଦଳିବା ସହ ଛୋଟ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଏବେ ଶୀତ ଆରମ୍ଭ ହେଉଥିବାରୁ ଚାରିଆଡେ ଥଣ୍ଡା, କାଶ, ଛିଙ୍କ, ଜ୍ବର ଆଦି କ୍ରମଶଃ ବୃଦ୍ଧି ପାଇଲାଣି । ଯଦି ଆପଣ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି, ତାହେଲେ ମେଡିସିନ ଦରକାର ନାହିଁ । ଆପଣଙ୍କ ବଗିଚା ଓ ରୋଷେଇ ଘରେ ଥିବା କିଛି ସାଧାରଣ ସାମଗ୍ରୀ ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ବାଲେଶ୍ୱର ସହରର ଆୟୁର୍ବେଦ ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନ ଶୀତ ଦିନେ ସୁସ୍ଥ ରହିବାର ଉପାୟ ବତାଇ କହିଛନ୍ତି, "ଶୀତ ଦିନେ ଥଣ୍ଡା, ଜ୍ୱର କାଶ ରୋଗୀଙ୍କ ସଂଖ୍ୟା ବଢିଥାଏ । ଥଣ୍ଡା କେମିତି ହେବନି ସେଥିପାଇଁ ଉଷୁମ ପାଣି ପିଇବା, ବାହାରକୁ ବାହାରିଲେ ଶୀତବସ୍ତ୍ର ପରିଧାନ କରିବା ଉଚିତ୍ ।''

ଆହୁରି ମଧ୍ୟ ଆୟୁର୍ବେଦ ଚିକିତ୍ସକ କହିଛନ୍ତି ଯେ,

ପାଗ ବଦଳିଲେ କେମିତି ନେବେ ଯତ୍ନ, ରୋଷେଇଘରେ ରାମବାଣ ଉପାୟ (ETV Bharat Odisha)
  • ପ୍ରାୟ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । ଥଣ୍ଡା ପାଇଁ ତୁଳସୀ ପତ୍ର ବେଶ୍ ଉପଯୋଗୀ । ଏହାର ଔଷଧୀୟ ଗୁଣ ଥଣ୍ଡା, କାଶ ଭଳି ସମସ୍ୟାରୁ ଆରାମ ଦିଏ । ଘରେ ଥିବା ମହୁ ମଧ୍ୟ ଥଣ୍ଡା କାଶ ପାଇଁ ପ୍ରଭାବଶାଳୀ । ସେହିପରି ତେଜପତ୍ର, ଅଦା, ଗୋଲମରିଚ ପକାଇ କାଢା ପ୍ରସ୍ତୁତ କରି ସକାଳ ସନ୍ଧ୍ୟାରେ ପିଇବା ଦ୍ବାରା ଥଣ୍ଡା କମିଯାଇଥାଏ ।
  • ଅଧିକ କାଶ ହେଉଥିଲେ ବାସଙ୍ଗପତ୍ର ଖାଇବା ଲାଭଦାୟକ ହୋଇପାରେ । ଏଥିରେ କାଢା ପ୍ରସ୍ତୁତ କରି ପିଇଲେ କାଶ କମିଯାଏ । ଯଦି ଜ୍ବର ହେଉଛି, ତାହେଲେ ଗଙ୍ଗଶିଉଳି ପତ୍ର ଆଣି ଏଥିରେ ମହୁ ଓ ଅଦା ରସ ମିଶାଇ ଖାଇଲେ ଏହା ରାମବାଣ ଭଳି କାର୍ଯ୍ୟ କରେ ।
  • ଏହିସବୁ ସଂକ୍ରାମକ ରୋଗରୁ ବର୍ତ୍ତିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ ଗିଲୟ ବା କୋଇଲି ସୂତା ଖୁବ୍ ଉପକାରୀ । ଏହାର ରସ ପିଇପାରିବେ ଏବଂ ପତ୍ରର ରସ ମଧ୍ୟ ସେବନ କରିପାରିବେ । ଗିଲୟ କାଣ୍ଡକୁ ରାତିରେ ପାଣିରେ ଭିଜାଇ ସକାଳେ ମହୁରେ ମିଶାଇ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • ଯଦି ଏହି ଗଛ ନାହିଁ ତାହେଲେ ଗୁଡୁଚି ସତ୍ବ ନାମକ ଏକ ଔଷଧ ରହିଛି । ଏହା ଦେଖିବାକୁ ଧଳା ଗୁଣ୍ଡ ଭଳି ହୋଇଥିବାବେଳେ ବୟସ ଓ ଓଜନ ଅନୁସାରେ ଏହାକୁ ମହୁ ସହ ସକାଳୁ ସନ୍ଧ୍ୟାରେ ଖାଇଲେ ଥଣ୍ଡା କଟିଯାଏ ।
  • ପିଲାକୁ ଥଣ୍ଡା ହେଲେ, ସକାଳ ସନ୍ଧ୍ୟାରେ ତୁଳସୀ ପତ୍ର ଚୋବାଇ ଖାଇବା ଲାଭଦାୟକ । ଏଥିସହ ତୁଳସୀ ପତ୍ର ରସରେ ମହୁ ମିଶାଇ ଦେଇପାରିବେ । ବଡ଼ ପିଲାମାନେ ତୁଳସୀ, ମହୁ ସହ ଗୋଲମରିଚ, ପିପିଳି, ଅଦା ମିଶାଇ ଖାଇବା ଦ୍ବାରା ଲାଭ ମିଳିଥାଏ । ଏଥିରେ ଥଣ୍ଡା ଦୂର ହୁଏ । ଯଦି ଥଣ୍ଡା, ଜ୍ୱର କାଶ ଅଧିକ ହେଲା ତାହେଲେ ଆୟୁର୍ବେଦ ଚିକିତ୍ସକଙ୍କ ପାଖକୁ ଯିବା ଉଚିତ୍ ।

ଡାକ୍ତର କହିଛନ୍ତି, ଆମ ଘରେ ଉପଚାର ରହିଛି, ଖାଲି ଆପଣଙ୍କୁ ଜାଣିବାର ଅଛି କେଉଁ ରୋଗ ପାଇଁ କ'ଣ ସେବନ କରିବେ । ଯଦି ଆପଣ ଜାଣିଗଲେ ତାହେଲେ ମେଡିସିନ ଦରକାର ନାହିଁ । ଘରେ ରହି ସୁସ୍ଥ ସୁରକ୍ଷିତ ରହିବା ଆବଶ୍ୟକ । ଯଦି କିଛି ଗୁରୁତର ହେଲା ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

ଏହା ମଧ୍ୟ ପଢନ୍ତୁ: ଶୀତ ଦିନିଆ ଡ୍ରାଏ ସ୍କିନ ନେଇ ଚିନ୍ତିତ ? ଏହି ଘରୋଇ ଉପାୟ ଆପଣଙ୍କ ପାଇଁ...

ଏହା ମଧ୍ୟ ପଢନ୍ତୁ: ପରିବର୍ତ୍ତିତ ଜୀବନଶୈଳୀ ବ୍ରେନ ଷ୍ଟ୍ରୋକର ପ୍ରମୁଖ କାରଣ, ଜାଣନ୍ତୁ ଲକ୍ଷଣ ଓ ନିରାକରଣ

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.