ETV Bharat / state

ବାଲିଯାତ୍ରା ବୁଲିବେ ବିଦେଶୀ ପ୍ରତିନିଧି, ଜଳପଥରେ ସ୍ୱାଗତ କରିବ ପ୍ରଶାସନ - CUTTACK BALIYATRA 2024

ଓଡିଶାର ସମୃଦ୍ଧ ନୌବାଣିଜ୍ୟ ଐତିହ୍ୟର ସାକ୍ଷୀ ହେବେ ବିଦେଶୀ ପର୍ଯ୍ୟଟକ । ବୁଲିବେ ବାଲିଯାତ୍ରା । ଜଳଥରେ ସ୍ବାଗତ ପାଇଁ ପ୍ରଶାସନର ପ୍ରସ୍ତୁତି ।

ବାଲିଯାତ୍ରାକୁ ଆସିବେ ୭ଦେଶର ପର୍ଯ୍ୟଟକ, ବୋଟରେ ସ୍ୱାଗତ କରିବ ପ୍ରଶାସନ
ବାଲିଯାତ୍ରାକୁ ଆସିବେ ୭ଦେଶର ପର୍ଯ୍ୟଟକ, ବୋଟରେ ସ୍ୱାଗତ କରିବ ପ୍ରଶାସନ (ETV Bharat odisha)
author img

By ETV Bharat Odisha Team

Published : Nov 10, 2024, 8:28 AM IST

କଟକ: ଚଳିତମାସ 15ରୁ ଆରମ୍ଭ ହେବାକୁ ଯାଉଛି ଓଡିଶା ନୌବାଣିଜ୍ୟ ଐତିହ୍ୟର ଗାରିମାମୟ ପର୍ବ ଐତିହାସିକ କଟକ ବାଲିଯାତ୍ରା । ସେଥିପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କଟକ କଟକ ଜିଲ୍ଲାପାଳ, ଡ଼ିସିପି ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ । ବିଶେଷ କରି ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗଦେବା ପାଇଁ 15ଟି ଦେଶର ପ୍ରତିନିଧି ଆସିପାରନ୍ତି । ବିଶିଷ୍ଟ ଅତିଥିଙ୍କୁ ଭାବ୍ୟ ଢଙ୍ଗରେ ମହାନଦୀ ଜଳ ପଥରେ ବାଲିଯାତ୍ରା ପଡ଼ିଆକୁ ଆଣାଯିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ କେଉଁମାନେ ନିମନ୍ତ୍ରିତ ବିଦେଶୀ ଅତିଥି ଆସୁଛନ୍ତି, ସେନେଇ ପ୍ରଶାସନ କିଛି ସ୍ପଷ୍ଟ କରିନି । ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

  • କୋର୍ଟଙ୍କ ନିର୍ଦ୍ଦେଶ ଅନୂପାଳନ ସହ କରାଯାଉଛି ସମସ୍ତ ପ୍ରସ୍ତୁତି

ସେପଟେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୂପାଳନ କରି ରାସ୍ତାକଡ଼ରେ ଅବରୋଧ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଛି ପ୍ରଶାସନ । ଏଥର ରାସ୍ତାକଡ଼ରେ କୌଣସି ଉଠା ଦୋକାନୀ ବସିବେ ନାହିଁ । ତଳ ପଡ଼ିଆରେ ୮୦ ହଜାର ବର୍ଗଫୁଟ ଓ ଉପର ପଡ଼ିଆରେ ୧୫ ହଜାର ବର୍ଗଫୁଟ ଅଞ୍ଚଳ ଫୁଟପାଥ ବ୍ୟବସାୟୀଙ୍କ ପାଇଁ ଛଡ଼ା ଯିବ । ଫଳରେ ଟ୍ରାଫିକ୍‌ ସମସ୍ୟା ଆଉ ରହିବ ନାହିଁ । ବାଲିଯାତ୍ରା ପାଇଁ ୭୦ ପ୍ରତିଶତ କାମ ସରିଗଲାଣି, ବାକି କାମ ମଧ୍ୟ ୧୩ ତାରିଖ ସୁଦ୍ଧା ଶେଷ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ।

ବାଲିଯାତ୍ରା (ETV Bharat Odisha)
ପ୍ରଥମ ଥର କରି ସାଉଥ୍-ଇଷ୍ଟ ପାଭିଲିୟନ୍, ଭାରତୀୟ ନୌସେନାର ଭାଗିଦାରୀ, ଡ୍ରୋନ୍ ଶୋ’ ଆଦି ଦେଖିବାକୁ ପାଇବେ ଦର୍ଶକ । ଭିନ୍ନ ଭିନ୍ନ ଦିବସରେ ଅନ୍ତର୍ଜାତୀୟ କଳାକାରମାନେ ଆସି ବାଲିଯାତ୍ରା ପଡ଼ିଆରେ କାର୍ଯ୍ୟକ୍ରମ ପରିବେଷଣ କରିବେ । ତେବେ ଉଦଘାଟନ ଦିନ । ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
  • ସୁରକ୍ଷା ବନ୍ଦୋବସ୍ତ କରୁଛି କମିଶନରେଟ୍ ପୋଲିସ

ସେପଟେ ବାଲିଯାତ୍ରାରେ ସୁରକ୍ଷାକୁ ନେଇ କଡା ବନ୍ଦୋବସ୍ତ କରୁଛି କମିଶନରେଟ୍ ପୋଲିସ । ବାଲିଯାତ୍ରା ପାଇଁ ନିୟୋଜିତ ହେବେ ମୋଟ ୭୦ ପ୍ଲାଟୁନ ପୋଲିସ ଫୋର୍ସ । ମୋଟ ୨୦ଟି ପୋଲିସ ସହାୟତା ପୋଷ୍ଟ ପାଇଁ ବ୍ୟବସ୍ଥା କରାଯାଉଛି । ସହରର ୧୫ଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଉଛି । ତଳ ପଡିଆ ପଛପଟ ନଦୀକୂଳ ରାସ୍ତାଟିକୁ ଗ୍ରୀନ କରିଡ଼ର ଭାବରେ ବ୍ୟବହାର କରିବାକୁ ଯୋଜନା କରାଯାଉଛି । ଜରୁରୀକାଳୀନ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯିବ । ତଳ ଓ ଉପର ପଡିଆ ମଝିରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ । ରାସ୍ତାକଡ ଅବରୋଧ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିବା କଟକ ଡିସିପି ସୂଚନା ଦେଇଛନ୍ତି ।

  • ଏଥର ଉଭୟ ପଡିଆରେ ଯାତ୍ରା

ଉଭୟ ପଡ଼ିଆରେ ବାଲିଯାତ୍ରା ଆୟୋଜନ ପାଇଁ ଅନୁମତି ମିଳିଛି । ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନକୁ ନେଇ ଯେଉଁ ଦ୍ୱନ୍ଦ ଉପୁଜିଥିଲା ଗତକାଲି ଶେଷରେ ପୂର୍ଣ୍ଣଛେଦ ପଡିଛି । ଫଳରେ ଅନେକ ଵ୍ୟଵସାୟୀଙ୍କୁ ଆଶ୍ବସ୍ତି ମିଳିଛି । ତେବେ ବାଲିଯାତ୍ରା ସମୟରେ ଯେପରି ଭିଡ଼ ନଉପୁଜେ, ସେଥିପାଇଁ ସମସ୍ତ ଵ୍ୟଵସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାଲିଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜଷ୍ଟିସ ସଙ୍ଗମ ସାହୁ ଓ ଜଷ୍ଟିସ ଭି.ନରସିଂହ ଏହି ନିର୍ଦ୍ଦେଶ ଦେଇଛନ୍ତି ।

  • ଏଥର ଉପର ପଡ଼ିଆରେ ୬୦୧ ଷ୍ଟଲ

ଉପର ପଡ଼ିଆରେ ୬୦୧ ଜଣ ଵ୍ୟଵସାୟୀଙ୍କୁ ଵ୍ୟଵସାୟ କରିବାକୁ ଅନୁମତି ଦିଆଯାଇଥାଏ । ଏହି କ୍ରମରେ ଚଳିତବର୍ଷ ମଧ୍ୟ ୬୦୧ ଜଣ ଵ୍ୟଵସାୟୀ ବ୍ୟବସାୟ କରିବା ପାଇଁ ପଞ୍ଜିକରଣ କରି ସାରିଲେଣି । ପରମ୍ପରା ଅନୁଯାୟୀ ବାଲିଯାତ୍ରା ପ୍ରଥମେ ଉପର ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ତଳ ପଡିଆକୁ ସମ୍ପ୍ରସାରଣ କରାଯାଇଛି । ସମୟାନୁ କ୍ରମେ ଵ୍ୟଵସାୟୀ ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଫଳରେ ଅଧିକରୁ ଅଧିକ ଜମିର ଆବଶ୍ୟକ ରହିଛି । ତେବେ ଗତ ୨୦୨୨ ମସିହାରେ ତଳ ବାଲିଯାତ୍ରା ପଡିଆରେ ବାଲିଯାତ୍ରା ଆୟୋଜନ ନେଇ NGT ଙ୍କ ନିର୍ଦେଶନମା ଆସିବା ପରେ ସମସ୍ୟା ବଢିଛି । ତଳ ପଡ଼ିଆରେ କେବଳ ୩୪ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିବାକୁ NGT ନିର୍ଦ୍ଦେଶ ଦେଇଥିଲେ ।

ଏହି ନିର୍ଦ୍ଦେଶ ଅନୁସାରେ ପ୍ରଶାସନ କେବଳ ସେତିକି ଜମିରେ ବାଲିଯାତ୍ରା ଆୟୋଜନ କରି ଆସୁଛି । ଆଉ ଵ୍ୟଵସାୟୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏହି ସମସ୍ୟା ସୃଷ୍ଟି ହେଉଥିବା କଟକ ଜିଲ୍ଳାପାଳ କୋର୍ଟରେ ହାଜର ହୋଇ କୋର୍ଟଙ୍କୁ ଅବଗତ କରିଛନ୍ତି । ତଳ ପଡିଆରେ ଯଦି ଅଧିକ ଜମି ଆବଶ୍ୟକ କାହିଁକି NGTଙ୍କ ନିକଟରେ ଆବେଦନ କରି ନାହଁ ବୋଲି କୋର୍ଟ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ । ଏନେଇ ଜିଲ୍ଳାପାଳ କହିଥିଲେ ଯେ, ତଳ ପଡ଼ିଆରେ ୩୪ ଏକର ଜମିରେ ୧୨୫୦ଟି ଷ୍ଟଲ ରହିଛି । ପ୍ରାଇଭେଟ ଵ୍ୟଵସାୟୀଙ୍କ ପାଇଁ ୮ ଏକର ଜମି ଯୋଗାଇ ଦିଆଯାଏ ।

  • ଆମ୍ବୁଲାନ୍ସ ପାଇଁ ହେବ ସ୍ୱତନ୍ତ୍ର ଗ୍ରୀନ କରିଡର

ବାଲିଯାତ୍ରା ସମୟରେ ଉଭୟ ଉପର ଏବଂ ତଳ ପଡିଆରେ ପ୍ରବଳ ଭିଡ଼ ଜମେ । ଏପରିକି ବାଲିଯାତ୍ରା ସମୟରେ ଜଣେ ବ୍ୟକ୍ତିଙ୍କ ପକ୍ଷରେ ଚହଟାରୁ ଯୋବ୍ରା ଯିବା ପାଇଁ ଅସମ୍ଭବ ହୋଇପଡେ । ଆଉ ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସମୟରେ ଜଣେ ରୋଗୀ ଯଦି ଆମ୍ବୁଲାନ୍ସରେ ବଡ଼ ମେଡିକାଲକୁ ଯିବାକୁ ଚାହିଁବ ତେବେ ଏହି ସ୍ଥାନ ଦେଇ ଯିବା ସମ୍ଭବପର ହେବ ନାହିଁ । ତେଣୁ କିପରି ଏହି ସମସ୍ୟାର ସମାଧାନ ହେବ ବୋଲି କୋର୍ଟ ଜିଲ୍ଳାପାଳଙ୍କୁ ପ୍ରଶ୍ନ କରିଥିଲେ । ପ୍ରତିବର୍ଷ ଏହି ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଏହାର ସମାଧାନ ପାଇଁ କଣ ଵ୍ୟଵସ୍ଥା କରାଯାଇଛି ବୋଲି ଜିଲ୍ଲାପାଳଙ୍କୁ କୋର୍ଟ ପ୍ରଶ୍ନ କରିଥିଲେ । ତେବେ ଜିଲ୍ଳାପାଳ ଏନେଇ କୋର୍ଟଙ୍କୁ ଅବଗତ କରିଥିଲେ ଯେ ଆମ୍ବୁଲାନ୍ସ ଯିବା ପାଇଁ ସ୍ଵତନ୍ତ୍ର ଗ୍ରୀନ କରିଡର କରାଯିବ । କଟକ ଡିସିପିଙ୍କ ସହ ଆଲୋଚନା କରି ଏନେଇ ପ୍ରଶାସନ ନିଷ୍ପତ୍ତି ନେବ । ତେବେ କୌଣସି ସମସ୍ୟା ଯେପରି ନ ହୁଏ ସେଥିପାଇଁ ଅଵଶ୍ୟକୀୟ ପଦକ୍ଷେପ ନେବାକୁ କୋର୍ଟ ଜିଲ୍ଳାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

  • ଏଥର ୧୨୦ଟି ଶୌଚାଳୟର ବ୍ୟବସ୍ଥା

ଉଭୟ ଉପର ଏବଂ ତଳ ପଡ଼ିଆରେ ୧୨୦ ଟି ଶୌଚାଳୟର ଵ୍ୟଵସ୍ଥା କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି । ଯାହାକୁ ନେଇ କୋର୍ଟ ଅସନ୍ତୋଷ ଜାହିର କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କ ପାଇଁ କଣ ଏତିକି ଶୌଚାଳୟ ଯଥେଷ୍ଟ ବୋଲି ପ୍ରଶ୍ନ କରିଥିଲେ । ତେବେ ଏନେଇ ଆହୁରି ଅଧିକ ଅସ୍ଥାୟୀ ଶୌଚାଳୟ ଵ୍ୟଵସ୍ଥା କରାଯିବ ବୋଲି ପ୍ରସାସନ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ସେହିପରି ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ବାଲିଯାତ୍ରା ସମୟରେ ଅଗ୍ନିଶମ ବିଭାଗ କିପରି ପ୍ରସ୍ତୁତ ଅଛି ତାହା ମଧ୍ୟ ଜାଣିବାକୁ ଚାହିଁ ଥିଲେ କୋର୍ଟ । ଅଗ୍ନିଶମ ବିଭାଗର ଅଧିକାରୀ କୋର୍ଟରେ ହାଜର ହୋଇ କୋର୍ଟଙ୍କୁ ଅବଗତ କରିଥିଲେ ଯେ ବାଲିଯାତ୍ରା ପଡ଼ିଆରେ ୬ଟି ଅଗ୍ନିଶମ କାର୍ଯ୍ୟାଳୟ ଖୋଲାଯିବ । ସମସ୍ତ ଉପକରଣ ସହ ଆବଶ୍ୟକୀୟ ସଂଖ୍ୟକ କର୍ମଚାରୀ ନିୟୋଜିତ କରାଯିବ । ସେହିପରି ପ୍ରତି ରାସ୍ତାରେ ଅଗ୍ନିଶମ ସାମଗ୍ରୀ ସହ କର୍ମଚାରୀମାନେ ଡ୍ୟୁଟି କରିବେ । ତେବେ ବାଲିଯାତ୍ରାକୁ କିପରି ଶୃଙ୍ଖଳିତ ଭାବରେ ଆୟୋଜନ କରାଯିବ ସେନେଇ ଅଵଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ବାଲିଯାତ୍ରାରେ ରାସ୍ତା କଡ଼ରେ ବସିବେ ନାହିଁ ଉଠା ବ୍ୟବସାୟୀ: ଜିଲ୍ଲାପାଳ

ଏହା ବି ପଢନ୍ତୁ...ଭୁବନେଶ୍ବରରେ ୧୦ ଦିନିଆ ବାଲିଯାତ୍ରା, କଳା ସଂସ୍କୃତିର ଝଲକ ଦେଖିବେ ଦେଖଣାହାରୀ

ଏହା ବି ପଢନ୍ତୁ...ଦୁର୍ନୀତି ହେଲା କାଳ ! ସିଏମସି ହାତରୁ ଖସିଲା ବାଲିଯାତ୍ରା ଟେଣ୍ଡର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.