ETV Bharat / politics

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିର କସରତ, ଟାର୍ଗେଟରେ ମହିଳା ଭୋଟ ବ୍ୟାଙ୍କ - BJD TO ENLIST NEW MEMBERS

ବିଗିଡିଥିବା ସଂଗଠନକୁ ସଜାଡୁଛି ବିଜେଡି । ସାଧାରଣ ନିର୍ବାଚନରେ ପ୍ରଭାବିତ ହୋଇଥିବା ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ସହ 1 ଲକ୍ଷ ସକ୍ରିୟ ମହିଳା ସଦସ୍ୟ ଯୋଡିବା ନେଇ ଦଳ ଲକ୍ଷ୍ୟ ରଖିଛି ।

BJD To Enlist New Members
BJD To Enlist New Members (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 8:25 AM IST

ଭୁବନେଶ୍ୱର: ଆଗକୁ ଆସୁଛି ପୌର ଓ ପଞ୍ଚାୟତ ନିର୍ବାଚନ । ଏହା ପୂର୍ବରୁ ବିଗିଡିଥିବା ସଂଗଠନକୁ ସଜାଡୁଛି ବିଜେଡି । ସାଧାରଣ ନିର୍ବାଚନରେ ପ୍ରଭାବିତ ହୋଇଥିବା ମହିଳା ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ବିଜେଡିର ବଡ଼ ଯୋଜନା । ମହିଳାଙ୍କ ପାଖରେ ପହଞ୍ଚି ମହିଳାଙ୍କ ପ୍ରସଙ୍ଗ ଉଠାଇବାକୁ ବିଜେଡି ଯୋଜନା କରିଛି । ଏହାସହ ରାଜ୍ୟରେ 1 ଲକ୍ଷ ସକ୍ରିୟ ମହିଳା ସଦସ୍ୟ ଯୋଡିବା ନେଇ ଦଳ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଅନଲାଇନ ଓ ଅଫଲାଇନ ଜରିଆରେ 25 ଲକ୍ଷ ସାଧାରଣ ସଭ୍ୟ ସଂଗ୍ରହ ନିମନ୍ତେ ପ୍ରସ୍ତୁତି କରୁଛି ବିଜେଡିର ମହିଳା ବ୍ରିଗେଡ୍ ।

BJD To Enlist New Members (ETV Bharat Odisha)

ମହିଳା ଭୋଟ୍ ବ୍ୟାଙ୍କ ସଜାଡୁଛି ବିଜେଡି:

ମହିଳା ହେଉଛନ୍ତି ବିଜୁ ଜନତା ଦଳର ଶକ୍ତି । ବିଜେଡି ଲଗାତାର ଭାବେ ସରକାରକୁ ଆସିବା ପଛରେ ଥିଲା ଏହି ମହିଳା ଭୋଟ୍ ବ୍ୟାଙ୍କ । ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ଜରିଆରେ ମହିଳା ଭୋଟ ବାନ୍ଧି ରଖିଥିଲା ବିଜେଡି । ବିଶେଷ କରି ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ଭୋଟ ଗୋଟେଇବାରେ ବିଜେଡି ସକ୍ଷମ ହୋଇଥିଲା । କିନ୍ତୁ ଗତ 2024 ସାଧାରଣ ନିର୍ବାଚନରେ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିବାକୁ ସକ୍ଷମ ହୋଇଛି ବିଜେପି । ଏହି ମହିଳା ଭୋଟ ଗତ ସାଧାରଣ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଛି । ବିଜେରପି ବିଜୟ ଓ ବିଜେଡି କ୍ଷମତାରୁ ହଟିବା ପଛରେ ମହିଳା ଭୋଟରଙ୍କର ହାତ ରହିଛି । ଏହାକୁ ନଜରରେ ରଖି ପଦକ୍ଷେପ ନେଉଛି ବିଜେଡି ।

ରାଜ୍ୟରେ 1 ଲକ୍ଷ ସକ୍ରିୟ ମହିଳା ସଦସ୍ୟ ଲକ୍ଷ୍ୟ:
ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, "ବିଜେଡି ସରକାର ସମୟରେ ମହିଳା ସଶକ୍ତିକରଣ ପାଇଁ ପ୍ରଣୟନ କରାଯାଇଥିବା ଅନେକ ଯୋଜନା ସମଗ୍ର ଦେଶରେ ମଡେଲ ଭାବରେ ଗ୍ରହଣ କରାଯାଇଛି । ଏହି ଯୋଜନା ଗୁଡିକ ଏକ ସୁବର୍ଣ୍ଣ ଯୁଗର ସ୍ଵର୍ଣ୍ଣିମ ଅକ୍ଷରରେ ସର୍ବଜନବିଦିତ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ଵାନରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବା ପାଇଁ ଅଣ୍ଟା ଭିଡ଼ିଛି ବିଜୁ ମହିଳା ଜନତା ଦଳ । ରାଜ୍ୟରେ 1 ଲକ୍ଷ ସକ୍ରିୟ ମହିଳା ସଦସ୍ୟ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛି ବିଜେଡି । ଏହା ସହିତ ଅନଲାଇନ ଏବଂ ଅଫଲାଇନ ଜରିଆରେ 25 ଲକ୍ଷ ସାଧାରଣ ସଭ୍ୟ ସଂଗ୍ରହ ନିମନ୍ତେ ପାଇଁ ପ୍ରସ୍ତୁତି କରୁଛି ବିଜୁ ମହିଳା ଜନତା ଦଳ ।"

ଏହା ବି ପଢନ୍ତୁ...ନବୀନ ବୁଲିବେ ଜିଲ୍ଲା, ସଦସ୍ୟତା-ଜନସମ୍ପର୍କ ପଦ ଯାତ୍ରା ପରେ ଗସ୍ତ
ଏହା ବି ପଢନ୍ତୁ...ବିଜେଡି ନେତା ସୁଶାନ୍ତଙ୍କ ବିସ୍ଫୋରକ ବୟାନ: 'ପରାଜୟର କାରଣ ନବୀନଙ୍କ ଅଣଦେଖା ଓ ପରିଚାଳନା ତ୍ରୁଟି'

ସକ୍ରିୟ ସଦସ୍ୟଙ୍କ ସହ ନବୀନଙ୍କ ଆଲୋଚନା:

ବିଜେଡି ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ କହିଛନ୍ତି, "1 କୋଟିରୁ ଉର୍ଦ୍ଧ୍ବ ସଦସ୍ୟ ସଂଗ୍ରହ ବିଜେଡିର ଟାର୍ଗେଟ । ଆକ୍ଟିଭ ସଦସ୍ୟଙ୍କ ସହିତ ଦଳର ସଭାପତି ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ଗତ ନିର୍ବାଚନ ପରି 30ରୁ 30 ଜିଲ୍ଲା ପରିଷଦ ଦଖଲ କରିବା ଲାଗି ଉଦ୍ୟମ କରିବୁ ।" ଦଳକୁ ସୁଦୃଢ କରିବା ଲାଗି ସମସ୍ତ ରାଜ୍ୟ ଏବଂ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ବୈଠକ ହୋଇଛି । ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଆବାହକ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି । ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ଓ ବିଜୟ ନାୟକ ଉଦବୋଧନ ଦେଇଛନ୍ତି । ବୈଠକରେ ସମସ୍ତ ଜୋନ, ଜିଲ୍ଲା, ବ୍ଲକ, ଏନଏସି, ମୁନିସିପାଲିଟି ତଥା ମହାନଗର ନିଗମ ସ୍ତରୀୟ କର୍ମକର୍ତ୍ତା ଯୋଗ ଦେଇଛନ୍ତି । ରାଜ୍ୟ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ସୁମିତ୍ରା ଜେନା ଓ ଡକ୍ଟର ଗୀତାଞ୍ଜଳି ବସ୍ତିଆ ପ୍ରମୁଖ ବରିଷ୍ଠ ନେତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.