ETV Bharat / state

ETV Bharat IMPACT: ତ୍ରୁଟି ସୁଧାରିଲା ପ୍ରଶାସନ, ଶତାୟୁ ବୃଦ୍ଧାଙ୍କୁ ମିଳିଲା ଭତ୍ତା - OLD WOMAN GETS PENSION

ଚଳଚଞ୍ଚଳ ଶତାୟୁ ବୃଦ୍ଧାଙ୍କୁ କାଗଜପତ୍ରରେ ମୃତ ଦର୍ଶାଯାଇଥିଲା ପ୍ରଶାସନ । ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ସୁଧାରିଲା ତ୍ରୁଟି ।

Old Woman Gets Pension
Old Woman Gets Pension (ETV Bharat Odisha)
author img

By ETV Bharat Odisha Team

Published : Nov 10, 2024, 8:44 AM IST

Updated : Nov 10, 2024, 9:51 AM IST

ବୌଦ୍ଧ: ବାଜିଲା ଖବର, ପଡ଼ିଲା ପ୍ରଭାବ ଓ ଚେତିଲା ପ୍ରଶାସନ । ସରକାରୀ କାଗଜପତ୍ରରେ ଜଣେ ଶତାୟୁ ବୃଦ୍ଧାଙ୍କୁ ମୃତ ଦର୍ଶାଯାଇଥିବାର ଖବର ‘ଇଟିଭି ଭାରତ’ରେ ପ୍ରସାରଣ କରାଯାଇଥିଲା । ବୃଦ୍ଧା ଜଣକ ଜୀବିତ ଥିବାବେଳେ ତାଙ୍କୁ ସରକାରୀ ରେକର୍ଡରେ ମୃତ ଦର୍ଶାଯାଇଥିବାରୁ ସେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ରହିଥିଲେ । ଖବର ପ୍ରସାରଣ ପରେ ତଦନ୍ତ କରି ପ୍ରଶାସନ ତ୍ରୁଟି ସୁଧାରିବା ସହ ବୃଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯାଇଛି ।

‘ଇଟିଭି ଭାରତ’ର ପ୍ରଭାବ: ତ୍ରୁଟି ସୁଧାରିଲା, ଭତ୍ତା ଯୋଗାଇଲା ପ୍ରଶାସନ:-

ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଲାସିଙ୍ଘା ଗ୍ରାମର ଶତାୟୁ ବୃଦ୍ଧା ହେମ ମହାକୁଡ଼ଙ୍କୁ ସରକାରୀ କାଗଜପତ୍ରରେ ମୃତ ଦର୍ଶାଯାଇଥିଲା । ବୃଦ୍ଧା ଜଣକ ଜୀବିତ ଥିଲେ ମଧ୍ୟ, ସରକାରୀ ବାବୁଙ୍କ ଖାମଖିଆଲି ନୀତି ଯୋଗୁଁ ସରକାରୀ ଦସ୍ତାବିଜରେ ମଧ୍ୟ ଗତ 5 ବର୍ଷ ତଳୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଦର୍ଶାଯାଇଥିଲା । ବଢିଗାଁ ପଞ୍ଚାୟତର ମୃତବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାମକୁ ତାଲିକାଭୂକ୍ତ କରିଥିଲା ପ୍ରଶାସନ । ଆଉ ଏ ସମ୍ପର୍କରେ ଚଳିତମାସ (ନଭେମ୍ବର) ୪ ତାରିଖରେ ‘ଇଟିଭି ଭାରତ’ରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରିତ ହେବା ପରେ ଉଭୟ ବୌଦ୍ଧ ବ୍ଲକ ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଏହାର ତଦନ୍ତ ଆରମ୍ଭ କରିଥିଲେ । ବୃଦ୍ଧା ଜଣକ ଜୀବିତ ଥିବା ଜାଣିବାକୁ ପାଇ ସ୍ଥାନୀୟ ପ୍ରଶାସନ ସରକାରୀ ରେକର୍ଡରେ ତ୍ରୁଟି ସଂଶୋଧିତ କରିଥିଲା । ଏହା ସହ ବୃଦ୍ଧାଙ୍କୁ ପୁଣି ଥରେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ଯାଗୋଇ ଦିଆଯାଇଛି ।

ETV Bharat IMPACT (ETV Bharat Odisha)
Old Woman Gets Pension
Old Woman Gets Pension (ETV Bharat Odisha)

ଏହା ବି ପଢନ୍ତୁ...ଚଳଚଞ୍ଚଳ ଶତାୟୁ ବୃଦ୍ଧା ହେମ, କାଗଜପତ୍ରରେ ମାରିଦେଲେ ସରକାର, ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଏହା ବି ପଢନ୍ତୁ...ଇଟିଭି ଭାରତ ପ୍ରଭାବ: ଅଘୋରୀ ମଠର ପୁନରୁଦ୍ଧାର ପାଇଁ ଆସିଲା ସରକାରୀ ଅନୁଦାନ, ପଡ଼ିଲା ଭିତ୍ତିପ୍ରସ୍ତର

  • ‘ଇଟିଭି ଭାରତ’କୁ ଧନ୍ୟବାଦ ଜଣାଇଲେ ବୃଦ୍ଧା:

ବିଗତ ପାଞ୍ଚ ମାସ ହେଲା ସରକାରୀ କାଗଜପତ୍ରରେ ମୃତ ଥିବା କାରଣରୁ ସରକାରୀ ଯୋଜନାରୁ ବଞ୍ଚିତ ଥିବା ହେମ ଏବେ ବେଶ ଖୁସି ।ତେବେ ଭତ୍ତା ପାଇବା ପରେ ଶତାୟୁ ବୃଦ୍ଧା ହେମ ଓ ଗ୍ରାମବାସୀ ‘ଇଟିଭି ଭାରତ’କୁ ଗଭୀର କୃତଜ୍ଞତା ଜଣାଇଛଛନ୍ତି । ହେମ କହିଛନ୍ତି, "ମୋ ନାଁ କାଟି ଦିଆଯାଇଥିଲା । ମୋତେ ଭତ୍ତା ଟଙ୍କା ଆଣି ଦେଲେ, ଖୁସି ଲାଗୁଛି ।" ସେପଟେ ଗ୍ରାମବାସୀ କହିଛନ୍ତି, ‘‘ଇଟିଭି ଭାରତକୁ ଧନ୍ୟବାଦ ଜଣାଉଛୁ । ପ୍ରଶାସନ ଏବେ ପୁଣି ଥରେ କାଗଜପତ୍ର ହେମ ମହାକୁଡଙ୍କୁ ଜୀବିତ ବୋଲି ଦର୍ଶାଇଛନ୍ତି । " ତେବେ ସରକାରୀ ଅଧିକାରୀଙ୍କ ଏପରି ଦାୟିତ୍ବହୀନତା ବର୍ତ୍ତମାନ ବୌଦ୍ଧ ଜିଲ୍ଲାର ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Nov 10, 2024, 9:51 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.