ଓଡିଶା

odisha

ETV Bharat / health

ହାଇ ବ୍ଲଡସୁଗାର କମ୍ କରିପାରେ ଲେମ୍ବୁ ରସ, ଜାଣନ୍ତୁ ଖାଇବା ବିଧି

ହାଇ ବ୍ଲଡସୁଗାର ଥିଲେ ହୋଇପାରିବ ଲୋ । ଡାଇବେଟିସ ରୋଗୀଙ୍କ ପାଇଁ ଉପକାରୀ ଲେମ୍ବୁ ରସ । ଜାଣନ୍ତୁ କେମିତି କରିବେ ସେବନ

ହାଇ ବ୍ଲଡସୁଗାର କମ୍ କରିପାରେ ଲେମ୍ବୁ ରସ
ହାଇ ବ୍ଲଡସୁଗାର କମ୍ କରିପାରେ ଲେମ୍ବୁ ରସ (ETV Bharat)

By ETV Bharat Odisha Team

Published : 5 hours ago

ଯଦି ଆପଣ ଡାଇବେଟିସ୍ ପୀଡିତ ଏବଂ ନିଜର ବ୍ଲଡସୁଗାର ନିୟନ୍ତ୍ରଣ କରିବାକୁ ଉପାୟ ଖୋଜୁଛନ୍ତି, ତାହେଲେ ଲେମ୍ବୁ ରସ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ । କାରଣ ଲେମ୍ବୁ ସୋଲ୍ୟୁବଲ ଫାଇବର ଓ ଭିଟାମିନ-ସି'ରେ ଭରପୂର । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଲେମ୍ବୁ ରସ ସୁଗାର ସ୍ତର ବହୁ ମାତ୍ରାରେ କମ୍ କରିପାରିବଏବଂ 35 ମିନିଟ୍‌ରୁ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ନିୟନ୍ତ୍ରଣ କରିପାରିବ । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ପୂର୍ବରୁ ମଧ୍ୟ ଆମେରିକୀୟ ଡାଇବେଟିସ ଆସୋସିଏସନ ଡାଇବେଟିସ ପାଇଁ ଲେମ୍ବୁକୁ ଏକ ସୁପରଫୁଡ୍ କହିସାରିଛି ।

ୱେବଏମଡି ମୁତାବକ, ଲେମ୍ବୁର ଗ୍ଲାଇସେମିକ ଇଣ୍ଡେକ୍ସ (GI) କମ୍ ହୋଇଥିବାରୁ ଯଦି ଏହାକୁ ନିଜ ଖାଦ୍ୟରେ ଉପଯୁକ୍ତ ଭାବେ ସାମିଲ କରନ୍ତି ତେବେ ଏହା ଶରୀରରେ ପ୍ରଦାହକୁ ନିୟନ୍ତ୍ରଣ କରିବା ସହ ବ୍ଲଡସୁଗାର ସ୍ତର ମଧ୍ୟ କମ୍ କରିବାରେ ସାହାଯ୍ୟ କରେ । ଲେମ୍ବୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ-ସି, ଫାଇବର, ଆଣ୍ଟିଇଫ୍ଲେମେଟରୀ ଗୁଣ ଓ ଆଣ୍ଟିଅକ୍ସିଡାଣ୍ଟ ମିଳୁଥିବାରୁ ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ବ୍ଲଡସୁଗାର ନିୟନ୍ତ୍ରଣ କରିବାରେ ପ୍ରଭାବଶାଳୀ ।

ଜାଣନ୍ତୁ କିପରି ଲେମ୍ବୁ ରସ ସେବନ କରିବେ:

  • ଖାଇବା ସମୟରେ ଖାଦ୍ୟରେ ଅଳ୍ପ ବୁନ୍ଦା ଲେମ୍ବୁ ରସ ଚିପୁଡି ଖାଇପାରିବେ । ଭାତ, ଡାଲି, ତରକାରୀ, ମ୍ୟାଗି, ନୁଡଲ୍ସ ଯାହା ବି ଖାଆନ୍ତୁ ନା କାହିଁକି ଏଥିରେ ଲେମ୍ବୁ ରସ ମିଶାଇପାରିବେ । ଏହା ଖାଦ୍ୟର ସ୍ବାଦ ବଢାଇବା ସହ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ । ସେହିପରି ସାଲାଡରେ ମଧ୍ୟ ଲେମ୍ବୁ ରସ ପକାଇ ଖାଇବା ଭଲ ।
  • ସବୁଦିନ ସକାଳେ ଏକ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡି ଖାଲି ପେଟରେ ପିଇବା ସ୍ବାସ୍ଥ୍ୟକର ହୋଇଥାଏ । କୁହାଯାଏ, ସକାଳେ ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଶରୀରରେ ଜମା ଅଳିଆ ମଳ ଜରିଆରେ ବାହାରି ଯାଏ । ଏହି ପାଣି ପ୍ରସ୍ତୁତ କରିବା ଭାରି ସହଜ । ଏଥିପାଇଁ ପାଣିକୁ ନଖ ଉଷୁମ କରି ଏଥିରେ ଫାଳେ ଲେମ୍ବୁ ଚିପୁଡି ଦିଅନ୍ତୁ । ଧ୍ୟାନ ରଖିବେ ପାଣି ଯେମିତି ଅଧିକ ଗରମ ନଥାଏ । ଚାହିଁଲେ ଏଥିରେ ଅଳ୍ପ ଚିନି କିମ୍ବା ଅନ୍ୟ ମିଠା ପଦାର୍ଥ ମିଶାଇପାରିବେ ।
  • ଫାଳେ ଲେମ୍ବୁରୁ ଆପଣ ନିଜ ପାଇଁ ଡିଟକ୍ସ ୱାଟର ପ୍ରସ୍ତୁତ କରିପାରିବେ । ସାରା ଦିନ ଏହି ପାଣି ପିଇଲେ ଶରୀରରୁ ସବୁ ବିଷାକ୍ତ ପଦାର୍ଥ ବାହାରି ଯାଏ ଏବଂ ସୁଗାର ସମସ୍ୟା ଆଶଙ୍କା କମିଥାଏ । ଏହାଦ୍ବାରା ଆପଣ ସବୁବେଳେ ଚାପ ମୁକ୍ତ ଅନୁଭବ କରିବେ ।
  • ଭାତ, ଆଳୁ, ବିଟ୍ ଭଳି ଷ୍ଟାର୍ଚ ଫୁଡ ଆଇଟମରେ ଲେମ୍ବୁ ରସ ମିଶାଇ ଖାଇବା ଭଲ । କାରଣ ଏହା ବ୍ଲଡ ସୁଗାର ସ୍ତର କମ୍ କରିବାରେ ସାହାଯ୍ୟ କରେ । ଏଥିସହ ଶରୀରରେ ସନ୍ତୁଳନ ବୃଦ୍ଧି ହୁଏ ।
  • ଲେମ୍ବୁ ରସ ଛାଚ କିମ୍ବା ଦହିରେ ମିଶାଇ ଖାଇବା ହେଲ୍‌ଦି ମନେ କରାଯାଏ । କେବଳ ଲେମ୍ବୁର ରସ ନୁହେଁ, ଏହାର ପତ୍ର, ଚୋପା ଓ ମଞ୍ଜିରୁ ମଧ୍ୟ ଲୋକଙ୍କୁ ଅନେକ ଫାଇଦା ମିଳେ । ଖାସ୍ କରି ଖରା ଦିନେ ଲେମ୍ବୁ ରସ ପିଇବା ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ସ୍ବାସ୍ଥ୍ୟକର ହୋଇଥାଏ ।

ABOUT THE AUTHOR

...view details