ହାଇଦ୍ରାବାଦ: ପାଣି ପରେ ଚା' ବିଶ୍ବର ସବୁଠାରୁ ଲୋକପ୍ରିୟ ପାନୀୟ । ପ୍ରତିବର୍ଷ ମେ 21 ତାରିଖକୁ ଅନ୍ତର୍ଜାତୀୟ ଚା' ଦିବସ ଭାବେ ପାଳନ କରାଯାଏ । ଲୋକଙ୍କୁ ଏବଂ ଦିନକୁ ଫ୍ରେସ ରଖିବାରେ ଚା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅମୂଲ୍ୟ ଅବଦାନକୁ ନେଇ ସଚେତନ ସୃଷ୍ଟି କରିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ଚା' ଦିବସ ପାଳନ କରାଯାଇଥାଏ । ଯଦି ଦେଖିବା ବିକାଶଶୀଳ ଦେଶ ଗୁଡିକରେ ଲକ୍ଷଲକ୍ଷ ପରିବାରର ଜୀବିକାର ମୁଖ୍ୟ ଉତ୍ସ ରହିଥାଏ ଚା' ଉତ୍ପାଦନ । ଅଧିକାଂଶ ଲୋକଙ୍କର ଚା' ସହିତ ଦିନର ଆରମ୍ଭ ହୋଇଥାଏ । କିଛି ଲୋକ ସକାଳେ ଜଳଖିଆ ପୂର୍ବରୁ ହର୍ବାଲ୍ ଚା' ପିଇବାକୁ ପସନ୍ଦ କରିଥାନ୍ତି । ଚା' ବିନା ଦିନର ଆରମ୍ଭ ଅସମର୍ଥ ଅଟେ । ସାରା ଦେଶରେ ବିଭିନ୍ନ ପ୍ରକାର ଚା' ମିଳିଥାଏ । ବ୍ଲାକ ଟି, ଗ୍ରୀନ ଟି, ହ୍ବାଇଟ ଟି, ଲେମନ ଟି, କୈମୋମାଇଲ ରୋଜ ଟି ଇତ୍ୟାଦି ମିଳିଥାଏ । ତେବେ ଜାଣନ୍ତୁ ଚା'ର ଉପକାରିତା ।
ଚାଇନାର ରାଜା ଶେନ୍ ନାଙ୍ଗ ପ୍ରଥମେ ଏହାର ସ୍ୱାଦ ଚାଖିଥିଲେ । ଯେତେବେଳେ ସେ ଏବଂ ତାଙ୍କର ସୈନ୍ୟମାନେ ଏକ ଗଛ ତଳେ ବିଶ୍ରାମ ନେବାକୁ ଅଟକିଗଲେ, କିଛି ପବନ ପ୍ରବାହିତ ଚା’ ପତ୍ର ଏକ ଫୁଟୁଥିବା ପାଣିରେ ହାଣ୍ଡିରେ ପଡ଼ିଗଲା, ଯାହା ପରେ ତାହା ଚା'ରେ ପରିଣତ ହୋଇଥିଲା । ଆଜି ଚା’ ଦୁନିଆର ସବୁଠାରୁ ଲୋକପ୍ରିୟ ପାନୀୟ ଭାବେ ପରିଚିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: International Tea Day: ମୁଣ୍ଡବିନ୍ଧା ହେଉଛି କି ? ପିଅନ୍ତୁ ଏହି ଚା'
ଅଦା ଚା':ସବୁଠାରୁ ଲୋକପ୍ରିୟ ଚା' ମଧ୍ୟରୁ ଅଦା ଚା'କୁ ଅଧିକ ପସନ୍ଦ କରିଥାନ୍ତି । ଏହି ଚା'ରେ ଆଣ୍ଟି ଭାଇରାସ କମ୍ପାଉଣ୍ଡ ରହିଥାଏ । ଯାହା ଶରୀରକୁ ସଂକ୍ରମଣ ଦାଉରୁ ରକ୍ଷା କରିଥାଏ ।