ହାଇଦ୍ରାବାଦ:ବେଳେବେଳେ ଥକ୍କା ଲାଗିବା ସାଧାରଣ କଥା । ବିଶେଷକରି ଆଜିକାଲିର ବ୍ୟସ୍ତବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଥକ୍କାପଣ ଅନୁଭବ କରିବା ସ୍ବାଭାବିକ । ହେଲେ ବିନା କୌଣସି ପରିଶ୍ରମରେ କ୍ଲାନ୍ତ ହୋଇପଡିବା, ଦୁର୍ବଳ ଲାଗିବା କିମ୍ବା ବାରମ୍ବାର ଥକ୍କାପଣ ଅନୁଭବ କରିବା ଆଦୌ ସାଧାରଣ ନ ହୋଇପାରେ । ଅନେକ ସମୟରେ ଏହା କୌଣସି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ଦେଇଥାଏ । ତେଣୁ ଏଥିପ୍ରତି ଆପଣଙ୍କୁ ଧ୍ୟାନ ଦେବା ଆବଶ୍ୟକ । ଥକ୍କା ଲାଗିବାର ଅନେକ କାରଣ ଥାଇପାରେ । ଯାହାକୁ ଅଣଦେଖା କରିବା ଦ୍ବାରା ଭବିଷ୍ୟତରେ ଅନେକ ସମସ୍ୟା ହୋଇପାରେ । ଥକ୍କାପଣର କାରଣଗୁଡିକୁ ଚିହ୍ନିବା ଓ ଏହାର ଚିକିତ୍ସା କରିବା ଦ୍ବାରା ଆପଣଙ୍କ ଜୀବନଶୈଳୀରେ ଉନ୍ନତି ଆସିପାରିବ ।
ଥକ୍କାପଣରକାରଣ ?
ନିଦ୍ରା ସମସ୍ୟା: ସୁସ୍ଥ ଜୀବନ ପାଇଁ ପର୍ଯ୍ୟାପ୍ତ ନିଦ ଜରୁରୀ । ଭଲ ନିଦ ନହେବା ବା ନିଦ୍ରାହୀନତା ଥକ୍କାପଣ ଓ ଦୁର୍ବଳତାର କାରଣ ହୋଇପାରେ । ଶରୀରକୁ ସକ୍ରିୟ ରଖିବା ପାଇଁ ପର୍ଯ୍ୟାପ୍ତ ଓ ଆରମଦାୟକ ନିଦ ଅତ୍ୟନ୍ତ କରିବା ଗୁରୁତ୍ବପୂର୍ଣ୍ଣ । ଦୈନିକ 8 ଘଣ୍ଟା ଶୋଇବାକୁ ଡାକ୍ତର ପରାମର୍ଶ ଦିଅନ୍ତି ।
ଅସ୍ବାସ୍ଥ୍ୟକର ଜୀବନଶୈଳୀ: ଖରାପ ଖାଦ୍ୟାଭାସ ଓ ଯୋଗ, ବ୍ୟାୟାମର ଅଭାବ ମଧ୍ୟ ଥକ୍କାପଣର କାରଣ ହୋଇଥାଏ । ଏଥିପାଇଁ ଅନେକ ସମୟରେ ଆମେ ଖୁବ୍ ଦୁର୍ବଳ ଓ କ୍ଲାନ୍ତ ଅନୁଭବ କରୁ । ଏକ ସନ୍ତୁଳିତ ଖାଦ୍ୟ ସହିତ ନିୟମିତ ଶାରିରୀକ କାର୍ଯ୍ୟକଳାପ ମଣିଷକୁ ସୁସ୍ଥ ଓ ସକ୍ରିୟ ରଖିଥାଏ ।
ଶାରିରୀକ ଓ ମାନସିକ ଚାପ: ଅଧିକ କାର୍ଯ୍ୟବ୍ୟସ୍ତତା, ଚିନ୍ତା, ବିଷାଦ ଆଜିକାଲି ଏକ ମୁଖ୍ୟ ସମସ୍ୟା ହୋଇଛି । ଏହା ମଧ୍ୟ ଥକ୍କାପଣ ଓ ଦୁର୍ବଳତାର କାରଣ ହୋଇପାରେ । ତେଣୁ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରନ୍ତୁ ।
ହରମୋନ ପରିବର୍ତ୍ତନ: ଋତୁସ୍ରାବ, ଗର୍ଭଧାରଣ ସମୟରେ ହରିମୋନାଲ ପରିବର୍ତ୍ତନ ଶରୀରର ଶକ୍ତିସ୍ତରକୁ ପ୍ରଭାବିତ କରିଥାଏ ଓ ଏହା କାରଣରୁ ଥକ୍କାପଣ ଅନୁଭବ ହୋଇଥାଏ ।
ଅସୁସ୍ଥତା:ଜ୍ବର, କୋଭିଡ-19 ପରି ଭଳି ରୋଗ ଲମ୍ବା ସମୟ ପର୍ଯ୍ୟନ୍ତ ଥକ୍କାପଣର କାରଣ ହୋଇପାରେ । ରକ୍ତହୀନତା ଯୋଗୁଁ ଦୁର୍ବଳ ଲାଗିବା ସହିତ ନିଦ୍ରାହୀନତା ସମସ୍ୟା ଦେଖାଯାଇଥାଏ । ଫଳରେ ଥକ୍କାପଣ, ମାନ୍ଦା ଅନୁଭବ ହୋଇଥାଏ । ଏସବୁ ଆମର ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ ।
ଏହିସବୁ ରୋଗର ହୋଇପାରେ ଲକ୍ଷଣ:
ଶରୀରରେ ଆଇରନ ଅଭାବ:ଅତ୍ୟଧିକ ଥକ୍କାପଣ ଅନୁଭବ ହେବା, ହୃଦସ୍ପନ୍ଦନ ବଢିବା, ନିଶ୍ବାସ ପ୍ରଶ୍ବାସରେ ଯନ୍ତ୍ରଣା ହେବା ଏବଂ ସ୍କିନ ଫିକା ପଡିବା ଇତ୍ୟାଦି ଆଇରନର ଅଭାବ ହୋଇପାରେ ।