ଚିନାବାଦାମ ଖାଇବାକୁ କାହାକୁ ବା ଭଲ ନଲାଗେ । ଖାସ୍ କରି ଶୀତ ଦିନେ ଏହାର ଚାହିଦା ଅଧିକ । ତେବେ ଏହି ବାଦାମ କେବଳ ସ୍ବାଦରେ ନୁହେଁ, ବରଂ ସ୍ବାସ୍ଥ୍ୟ ପାଇଁ ବି ବେଶ୍ ଲାଭଦାୟକ । ଏହାକୁ ଶୀତଦିନିଆ ସୁପରଫୁଡ୍ ବି କହିପାରିବେ । ବାଦାମରେ ପ୍ରଚୁର ପ୍ରୋଟିନ, ହେଲ୍ଦି ଫ୍ୟାଟ୍, ଫାଇବର, ବିଭିନ୍ନ ପ୍ରକାର ଭିଟାମିନ ଓ ମିନେରାଲ ରହିଥାଏ । ସାଧାରଣତଃ ଶୀତ ଦିନରେ ଥଣ୍ଡା, କାଶ ଭଳି ରୋଗ ଅଧିକ ହେଉଥିବାବେଳେ ଏହିସବୁ ପୌଷ୍ଟିକ ତତ୍ତ୍ବ ଶରୀରକୁ ସୁସ୍ଥ ଓ ଫିଟ୍ ରଖିବାରେ ସାହାଯ୍ୟ କରେ । ଏଥିସହ ବାଦାମରେ ଇମ୍ୟୁନିଟି ବର୍ଦ୍ଧକ ନ୍ୟୁଟ୍ରିଏନ୍ସ ଯେମିତିକି ଭିଟାମିନ ଇ, ମ୍ୟାଗ୍ନେସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି । ନିମୟିତ ସେବନ ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
ବାଦାମ ଖାଇବାର ଫାଇଦା:
ଥଣ୍ଡା-କାଶରୁ ଆରାମ: ଶୀତ ଦିନ ହେବା ମାତ୍ରେ ଥଣ୍ଡା କାଶ ଭଳି ସମସ୍ୟା ଅଧିକ ବଢିଯାଏ । ବାଦାମରେ ଇମ୍ୟୁନିଟି ବଢାଇବା ଶକ୍ତି ଥିବାରୁ ଏହାକୁ ନିୟମିତ ଖାଇବା ଭଲ । ବିଶେଷକ କରି ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଥଣ୍ଡା, କାଶ ଓ ବିଭିନ୍ନ ସଂକ୍ରମଣ ଆଶଙ୍କା କମ୍ ହୋଇଥାଏ । ବାଦାମରେ ପ୍ରଚୁର ପ୍ରୋଟିନ ଥିବାରୁ ଏହା ଏନର୍ଜିର ଏକ ଭଲ ଉତ୍ସ । ଯାହାକି ଶରୀରକୁ ଶକ୍ତି ଯୋଗାଇ ମାନ୍ଦା, ଥକ୍କାପଣ ଦୂର କରିଥାଏ ।
ହାର୍ଟ ସୁସ୍ଥ ରଖେ: ବାଦାମକୁ ଭିଜାଇଲେ ଏହାର ଚୋପା ପାଣିକୁ ଭଲ ଭାବେ ଶୋଷି ନିଏ । ଏହାକୁ ଖାଇବା ଖାଇବା ହୃଦୟ ପାଇଁ ସ୍ବାସ୍ଥ୍ୟକର ହୋଇଥାଏ । ଏଥିରେ ହାର୍ଟଆଟାକ୍ ଏବଂ ହୃଦୟ ସହ ଜଡିତ ଅନ୍ୟାନ୍ୟ ରୋଗ ଆଶଙ୍କା ହ୍ରାସ ପାଏ । ଏହି କାରଣରୁ ନିଜ ଡାଏଟରେ ବାଦାମ ସାମିଲ କରିବା ଉଚିତ୍ ।
ପିଠି ଯନ୍ତ୍ରଣା:ଯେଉଁମାନଙ୍କ ଅଣ୍ଟା ପିଠି ଯନ୍ତ୍ରଣା ହେଉଛି ସେମାନଙ୍କୁ ପ୍ରତିଦିନ ବାଦାମ ଖାଇବା ପାଇଁ ପରାମର୍ଶ ଦିଆଯାଏ । ଭିଜା ବାଦାମ ଗୁଡ ସହ ଖାଇଲେ ବେଶୀ ଫାଇଦା ମିଳିପାରେ । ଏଥିରେ ପିଠି ଯନ୍ତ୍ରଣା କମିଯାଏ । ଚିନାବାଦାମ ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ ।
ସ୍ମୃତିଶକ୍ତି ଓ ଆଖି ସ୍ବାସ୍ଥ୍ୟ ପାଇଁ: ସ୍ମୃତି ଶକ୍ତି ବଢାଇବାକୁ ଚାହୁଁଥିଲେ ବାଦାମ ଖାଇବା ଭଲ । ପାଣିରେ ଭିଜା ବାଦାମ ଅଧିକ ଲାଭଦାୟକ ହୋଇଥାଏ । ଏହାସହିତ ଦୃଷ୍ଟିଶକ୍ତି ଦୁର୍ବଳ ଥିବା ଲୋକମାନେ ମଧ୍ୟ ବାଦାମ ଖାଇବା ଦ୍ବାରା ଫାଇଦା ମିଳେ । ଏହା ଉଭୟ ସ୍ମରଣ ଶକ୍ତି ବୃଦ୍ଧି ଏବଂ ଦୃଷ୍ଟିଶକ୍ତି ଉନ୍ନତ କରିବାରେ ଲାଭଦାୟକ ହୋଇପାରେ ।