ହାଇଦ୍ରାବାଦ:ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଆଗାମୀ ଫିଲ୍ମ 'ବେଦା'ର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି । ଅଗଷ୍ଟ ୧, ଗୁରୁବାର ଫିଲ୍ମର ରୋମାଞ୍ଚକର ଟ୍ରେଲର ମୁକ୍ତିଲାଭ କରିଛି । ଟ୍ରେଲର ରିଲିଜର ୨୪ ଘଣ୍ଟା ନପରୁଣୁ ୨୫ ଳକ୍ଷରୁ ଅଧିକ ଭିୟୁ ମିଳିସାରିଲାଣି । ଟ୍ରେଲରରେ ଜନ୍ ଆବ୍ରାହମଙ୍କ ଆକ୍ସନ ଏବଂ ଲୁକ୍ ଦେଖି ଫ୍ୟାନ୍ସ ପସନ୍ଦ କରିଥିବା ବେଳେ ଏବେ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
'ବେଦା' ର ଟ୍ରେଲର କେମିତି ଅଛି?
'ବେଦା' ଫିଲ୍ମଟି ଏକ ଆକ୍ସନ୍ ଷ୍ଟୋରୀ ସହ ଦେଶପ୍ରେମର କାହାଣୀ ଏବଂ ପ୍ରକୃତ ଭାରତୀୟ ସୈନିକଙ୍କ କାହାଣୀକୁ ନେଇ ନିର୍ମିତ । ୨ ମିନିଟ ୩୦ ସେକେଣ୍ଡର ଟ୍ରେଲରରେ ଜନ ଅବ୍ରହାମ ଜଣେ ସେନା ଅଧିକାରୀ ଥିବା ବେଳେ ଆତଙ୍କବାଦୀଙ୍କଠାରୁ ରକ୍ଷା କରୁଥିବା ନଜର ଆସିଛନ୍ତି । ବେଦ ଟ୍ରେଲର ଗୀତାର ଏକ ପଦରୁ ଆରମ୍ଭ ହୁଏ, ଜନ୍ ଅବ୍ରହାମ କୁହନ୍ତି ଯେ ଯେତେବେଳେ ଅନ୍ୟାୟ ବଢେ, ମୁଁ ଧର୍ମକୁ ସୁରକ୍ଷା ଦେବି । ଜନ୍ ଅବ୍ରହାମ ଶରଭରୀ ୱାଗଙ୍କ ସୁରକ୍ଷା ଦାୟିତ୍ୱ ନିଜ ଉପରେ ନିଅନ୍ତି । ତେବେ ଏଥିରେ ଶରଭରୀ ଏଂବ ଜନଙ୍କ ଦମଦାର ଆକ୍ସନ ଅବତାର ଦେଖିବାକୁ ମିଳିଛି । ଉଭୟ ନ୍ୟାୟ, ସମାନତା ଓ ସ୍ୱତନ୍ତ୍ରତା ପାଇଁ ଲଢୁଥିବା ନଜର ଆସିଛନ୍ତି । ତେବେ ଫିଲ୍ମଟି ମଧ୍ୟ ମଜାଦାର ରିବ ବୋଲି ଜଣାପଡିଛି ।
'ବେଦା' ଷ୍ଟାରକାଷ୍ଟ
'ବେଦା'ରେ ଜନ, ଶରଭରୀଙ୍କ ସମେତ ସାଉଥ ଅଭିନେତ୍ରୀ ତମନ୍ନା ଭାଟିଆ, ଆଶିଷ ବିଦାର୍ଥୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭିଲେନ ଭୂମିକାରେ ଅଭିଷେକ ବାନାର୍ଜୀ ଦେଖିବାକୁ ମିଳିଥିବା ବେଳେ ତମନ୍ନା ଜନଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ । ନିକଟରେ ଫିଲ୍ମର କୌଣସି ଦୃଶ୍ୟ ନ କାଟି ସେନ୍ସର ବୋର୍ଡ ଏହି U/A ସାର୍ଟିଫିକେଟ୍ ଦେଇଛି । ତେବେ ଏହି ଫିଲ୍ମ ଦର୍ଶକଙ୍କ ବେଶ ଭଲ ଲାଗିବ ବୋଲି ଆଶା କରାଯାଉଛି ।