ଓଡିଶା

odisha

ETV Bharat / entertainment

ହିନ୍ଦୁ ମନ୍ଦିର ଉଦଘାଟନ ପୂର୍ବରୁ ଆବୁଧାବିରେ ସୋନୁ ନିଗମ, ମୋଦିଙ୍କ ପ୍ରଶଂସାରେ କହିଲେ ଏହି କଥା - ସୋନୁ ନିଗମ

Sanu Nigam In Abu Dhabi Temple: ଆସନ୍ତାକାଲି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବୁଧାବିରେ ପ୍ରଥମ BAPS ହିନ୍ଦୁ ମନ୍ଦିର ଉଦଘାଟନ କରିବେ । ତେବେ ଏହାପୂର୍ବରୁ ବଲିଉଡର ଗାୟକ ସୋନୁ ନିଗମ ସେଠାରେ ପହଞ୍ଚିଛନ୍ତି । ଏହି ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ମନ୍ଦିର ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ

ହିନ୍ଦୁ ମନ୍ଦିର ଉଦଘାଟନ ପୂର୍ବରୁ ଆବୁଦାବିରେ ସୋନୁ ନିଗମ, ମୋଦିଙ୍କ ପ୍ରଶଂସାରେ କହିଲେ ଏହି କଥା
ହିନ୍ଦୁ ମନ୍ଦିର ଉଦଘାଟନ ପୂର୍ବରୁ ଆବୁଦାବିରେ ସୋନୁ ନିଗମ, ମୋଦିଙ୍କ ପ୍ରଶଂସାରେ କହିଲେ ଏହି କଥା

By ETV Bharat Odisha Team

Published : Feb 13, 2024, 10:11 AM IST

Updated : Feb 13, 2024, 10:25 AM IST

ହାଇଦ୍ରାବାଦ:ଅଯୋଧ୍ୟାର ରାମ ମନ୍ଦିର ପ୍ରତିଷ୍ଠା ପରେ ଏବେ ଆବୁଧାବିରେ ପ୍ରଥମ BAPS ହିନ୍ଦୁ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ଆସନ୍ତାକାଲି ଅର୍ଥାତ୍ ପେବୃଆରୀ ୧୪ରେ ଏହି ମନ୍ଦିର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମ ମନ୍ଦିର ପରି ଏହି ମନ୍ଦିର ନେଇ ବି ଲୋକେ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ବଲିଉଡର ଲୋକପ୍ରିୟ କଣ୍ଟଶିଳ୍ପୀ ସୋନୁ ନିଗମ ଆବୁଦାବି ପହଞ୍ଚିଛନ୍ତି । ସେଠାରେ ମନ୍ଦିର ପରିଦର୍ଶନ କରି ପିଏମ ମୋଦିଙ୍କୁ ଏଥିପାଇଁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗୁଁ ଏହା ହୋଇପାରିଛି ।''

ଆବୁଧାବିରେ ମନ୍ଦିର ପରିଦର୍ଶନ ପରେ ସୋନୁ ନିଗମ ଗଣମାଧ୍ୟମ ସହ କଥାବାର୍ତ୍ତା କରିଛନ୍ତି । ମନ୍ଦିର ନେଇ ସେ ନିଜର ଖୁସିବ୍ୟକ୍ତ କରିବା ସହ ମୋଦିଙ୍କୁ ଏହାର ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଅନନ୍ୟ, ମୋ ପାଖରେ ପ୍ରକାଶ କରିବାକୁ କୌଣସି ଶବ୍ଦ ନାହିଁ । ମୁଁ ପରିଦର୍ଶନର ସୁଯୋଗ ପାଇଥିବାରୁ ବହୁତ ଭାଗ୍ୟବାନ ମନେ କରୁଛି । ସାରା ଦୁନିଆ ଆସନ୍ତାକାଲିଠାରୁ ଏହି ମନ୍ଦିରର ଦର୍ଶନ କରିବେ । ପିଏମ ମୋଦିଙ୍କ ପାଇଁ ଏହା ସମ୍ଭବପର ହୋଇପାରିଛି । BAPS ହିନ୍ଦୁ ମନ୍ଦିର ମଧ୍ୟ-ପୂର୍ବର ପ୍ରଥମ ପାରମ୍ପରିକ ହିନ୍ଦୁ ମନ୍ଦିର ହେବାକୁ ଯାଉଛି । ଆବୁ ମୁରିଖା ଅଞ୍ଚଳରେ ଅବସ୍ଥିତ ଏହି ମହାନ ମନ୍ଦିର ସାଂସ୍କୃତିକ ଶାନ୍ତି ଏବଂ ସହଯୋଗର ଆତ୍ମାକୁ ପ୍ରତୀତ କରିଥାଏ ଏବଂ ଏହା ଭାରତ ଏବଂ ୟୁଏଇ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରମାଣ ଅଟେ ।

ଏହା ମଧ୍ୟ ପଢନ୍ତୁ:ଆଉ 2ଟା ଦିନ, ଉଦଘାଟନ ଅପେକ୍ଷାରେ ଆବୁଧାବିର ବିଶାଳ ହିନ୍ଦୁ ମନ୍ଦିର

ସୂଚନା ଥାଉକି, BAPS ମନ୍ଦିରର ଉଦଘାଟନ ପାଇଁ ଆବୁଧାବିରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆବୁଧାବିର କ୍ରାଉନ୍ ପ୍ରିନ୍ସ ତଥା ୟୁଏଇ ସଶସ୍ତ୍ର ବାହିନୀର ଡେପୁଟି ସୁପ୍ରିମୋ କମାଣ୍ଡର ଶେଖ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ମନ୍ଦିର ନିର୍ମାଣ ପାଇଁ ୨୦୧୫ରେ ୧୩.୫ ଏକର ଜମି ଦାନ କରିଥିଲେ । ତେବେ ମନ୍ଦିର ପ୍ରାୟ ୨୭ ଏକର ଜମିରେ ନିର୍ମାଣ ହୋଇଥିବା ବେଳେ ଏଥିପାଇଁ ୭୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଡିସେମ୍ବରରେ BAPS ସ୍ୱାମୀ ଇଶ୍ୱର ଚରଣଦାସ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ୧୪ ଫେବୃଆରୀରେ ଆବୁଧାବିରେ BAPS ମନ୍ଦିରର ଉଦଘାଟନ ପାଇଁ ନିମନ୍ତ୍ରଣ କରିଥିଲେ । ଏହି କ୍ରମରେ ଆସନ୍ତାକାଲି ମନ୍ଦିର ଉଦଘାଟନ କରିବେ ମୋଦି ।

Last Updated : Feb 13, 2024, 10:25 AM IST

ABOUT THE AUTHOR

...view details