ଓଡିଶା

odisha

ETV Bharat / entertainment

25ଦିନ ପରେ ଘରକୁ ଫେରିଲେ ତାରକ ମେହତା କା ଉଲଟା ଚଷମାର ଷ୍ଟାର ଗୁରୁଚରଣ...କହିଲେ - Gurucharan Singh

Gurucharan Singh Returns Home: ନିଖୋଜ ହୋଇନଥିଲେ ବରଂ ଆଧ୍ୟାତ୍ମିକ ଯାତ୍ରାରେ ଯାଇଥିଲେ ଗୁରୁଚରଣ । ନିଖୋଜ ଅଭିଯୋଗର 15 ଦିନ ପରେ ଘରକୁ ଫେରିଲେ ତାରକ ମେହତା କା ଉଲଟା ଚଷମାର ଅଭିନେତା । ଅଧିକ ପଢନ୍ତୁ

By ETV Bharat Odisha Team

Published : May 18, 2024, 10:48 AM IST

Gurucharan Singh Returns
Gurucharan Singh Returns (ETV BHARAT ODISHA)

ନୂଆଦିଲ୍ଲୀ:ତାରକ ମେହତା କା ଉଲଟା ଚଷମାର ଅଭିନେତା ଗୁରୁଚରଣ ସିଂ ନିଖୋଜ ଘଟଣା । ନିଖୋଜର 25ଦିନ ପରେ ଘରକୁ ଫେରିଲେ ଗୁରୁଚରଣ । ପୋଲିସ ତାଙ୍କ ବିବୃତ୍ତି କୋର୍ଟରେ ରେକର୍ଡ କରିଛି। ଆଧ୍ୟାତ୍ମିକ ଯାତ୍ରାରେ ଯିବା ପାଇଁ ସେ ଘରୁ ଚାଲିଯାଇଥିଲେ ବୋଲି ଦିଲ୍ଲୀ ପୋଲିସ କହିଛି । ଏପ୍ରିଲ 22 ତାରଖ ଦିନ ସେ ନିଖୋଜ ହୋଇଯାଇଥୀବ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ସେ ଘରକୁ ଫେରିଛନ୍ତି । ପରିବାର ଲୋକେ ଗୁରୁଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇପଡିଛନ୍ତି ।

ଗୁରୁଚରଣ ସିଂ ଙ୍କ ବାପା ଏପ୍ରିଲ 26 ତାରିଖରେ ପୋଲିସ ଷ୍ଟେସନରେ ପୁଅ ନିଖୋଜ ହେବା ନେଇ ଏକ ରିପୋର୍ଟ ଦାଖଲ କରିଥିଲେ । ଏପ୍ରିଲ 22 ତାରିଖ ସକାଳ 8ଟା 30 ମିନିଟରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ ଗୁରୁ । କିନ୍ତୁ ସେ ସେବେଠାରୁ ଆୁ ଘରକୁ ଫେରିନଥିଲେ । ଫୋନ ମଧ୍ୟ ବନ୍ଦ ରହିଛି । ସେ ମାନସିକ ସ୍ତରରେ ସୁସ୍ଥ ରହିଛନ୍ତି । ଆମେ ତାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ କିନ୍ତୁ ପାଇଲୁ ନାହିଁ ବୋଲି ଅଭିଯୋଗ ପତ୍ରରେ ଦର୍ଶାଯାଇଥିଲା । ଏହାପରେ ଦିଲ୍ଲୀ ପୋଲିସ ଏକ ଅପହରଣ ମାମଲା ଦାୟର କରିଥିଲା ଏବଂ ଅଭିନେତାଙ୍କୁ ଖୋଜିବା ପାଇଁ ତଦନ୍ତ ଚଳାଇଥିଲା । ଗୁରୁଚରଣ ଅମୃତସର ଏବଂ ଲୁଧିଆନା ପରି ଅନେକ ସହରର ଗୁରୁଦ୍ୱାର ବୁଲିବା ପରେ ଘରକୁ ଫେରିବା କଥା ଚିନ୍ତା କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଗୁରୁଚରଣ ସିଂ ନିଖୋଜ ଘଟଣା; ନିଜେ ରଚିଥିଲେ ଷଡଯନ୍ତ୍ର, ପାଲମ ଅଞ୍ଚଳରେ ଛାଡିଥିଲେ ଫୋନ ! - Gurucharan Singh Missing Case

ତଦନ୍ତ ସମୟରେ ଜଣେ ପୋଲିସ ଅଧିକାରୀ କହିଥିଲେ ଯେ, ଗୁରୁଚରଣ ସିଂଙ୍କ ଆର୍ଥିକ ଅବସ୍ଥା ଭଲ ନାହିଁ । କାହିଁକିନା ତାଙ୍କ ଉପରେ ଋଣ ଭାର ରହିଥିଲା । ଏପ୍ରିଲ 22 ରେ ଅଭିନେତା ଗୁରୁଚଣ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାର ଥିଲା । କିନ୍ତୁ ସେ ବିମାନରେ ଯାତ୍ରା କରିନଥିଲେ। ଗୁରୁଚରଣ ସିଂ ଏକ ଧର୍ମର ଅନୁଗାମୀ ଥିଲେ , ଯେଉଁଥି ପାଇଁ ସେ ଧ୍ୟାନ ଅଭ୍ୟାସ କରନ୍ତି ଏବଂ ହିମାଳୟକୁ ଯିବାକୁ ଆଗ୍ରହ ମଧ୍ୟ ଦେଖାଉଥିଲେ । ଥାନାରେ ନିଖୋଜ ଅଭିଯୋଗ ପରେ ସୋସିଆଲ ମିଡିଆରେ ଗୁରୁଚଣଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଭିଡିଓକୁକୁ ଆଧାର କରି ଦିଲ୍ଲୀ ପୋଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥିଲା । 'ତାରକ ମେହେତା କା ଉଲଟା ଚଷମା'ରେ ଗୁରୁଚରଣ ସିଂଙ୍କ ରୋଶନ ସିଂ ସୋଦି ଚରିତ୍ର ତାଙ୍କୁ ବେଶ ଲୋକପ୍ରିୟତା ଦେଇଥିଲା । ୨୦୧୩ରେ ସେ ଶୋ ଛାଡି ୨୦୧୪ରେ ପୁଣି ଫେରିଥିଲେ । ୨୦୨୦ରେ ସେ ଆନୁଷ୍ଠାନିକ ଭାବେ ଶୋ' ଛାଡିଥିଲେ ।

ABOUT THE AUTHOR

...view details