ଓଡିଶା

odisha

ETV Bharat / entertainment

ସଲମାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ନିରାଶା, ଏହି କାରଣରୁ ଘୁଞ୍ଚିଲା 'ସିକନ୍ଦର' ଟିଜର ରିଲିଜ - SIKANDAR TEASER RELEASE POSTPONED

ଆଜି ରିଲିଜ ହେବନି 'ସିକନ୍ଦର' ଟିଜର । ସଲମାନ ଖାନଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ନିରାଶା ହେବାକୁ ପଡିଛି । ମନମୋହନ ସିଂଙ୍କ ଦେହାନ୍ତ ପାଇଁ ଏହି ନିଷ୍ପତି ନେଇଛନ୍ତି ନିର୍ମାତା ।

sikandar teaser release postpond on salman khan birthday
sikandar teaser release postpond on salman khan birthday (film poster)

By ETV Bharat Entertainment Team

Published : Dec 27, 2024, 10:50 AM IST

ହାଇଦ୍ରାବାଦ:ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସିକନ୍ଦର'ର ଟିଜର ଆଜି 27 ଡିସେମ୍ବରରେ ସଲମାନ ଖାନଙ୍କ 59 ତମ ଜନ୍ମଦିନ ଅବସରରେ ମୁକ୍ତିଲାଭ କରିବାର ଥିଲା । ହେଲେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । ଡିସେମ୍ବର 26(ଗୁରୁବାର) ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହେତୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ନିର୍ମାତାମାନେ ମନମୋହନ ସିଂଙ୍କ ବିଯୋଗରେ ଶୋକ ପ୍ରକାଶ କରି ଏହି ସୂଚନା ଦେଇଛନ୍ତି । ଏଥିସହ 'ସିକନ୍ଦର'ର ଟିଜରର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି ।

'ସିକନ୍ଦର' ଟିଜରର ରିଲିଜ ସ୍ଥଗିତ

'ସିକନ୍ଦର' ଟିଜର ଆଜି ରିଲିଜ ହେବନାହିଁ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ହେତୁ ଏହାର ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ସାଜିଦ ନାଦିଆଡୱାଲା ସିକନ୍ଦର ଟିଜର ରିଲିଜର ନୂଆ ତାରିଖ ଘୋଷଣା କରିଛନ୍ତି। ଏହି ଆକ୍ସନ୍ ଥ୍ରୀଲର ଫିଲ୍ମର ଟିଜର ବର୍ତ୍ତମାନ ଡିସେମ୍ବର 28 ରେ 11:07 ରେ ଅନଲାଇନରେ ମୁକ୍ତିଲାଭ କରିବ । ନାଡିଆଡୱାଲା ସନ୍ ଚିତ୍ତବିନୋଦନ ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏହା ସୂଚନା ଦେଇଛନ୍ତି । ସେ ପୋଷ୍ଟରେ ଲେଖିଛନ୍ତି, "ଆମର ସମ୍ମାନିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଜୀଙ୍କର ଦେହାନ୍ତକୁ ଦୃଷ୍ଟିରେ ରଖି ଆମେ ଦୁଃଖିତ ଏବଂ ଏଥିପାଇଁ ଆମେ 'ସିକନ୍ଦର'ର ଟିଜର ରିଲିଜକୁ ସ୍ଥଗିତ ରଖାଯାଇଛି। ଏହା ବର୍ତ୍ତମାନ 28 ଡିସେମ୍ବର ଦିନ 11:07 ରେ ମୁକ୍ତିଲାଭ କରିବ।"

ଏହା ମଧ୍ୟ ପଢନ୍ତୁ:ପରଲୋକରେ ମନମୋହନ ସିଂ; ସେଲିବ୍ରିଟିଙ୍କ ଶୋକ

'ସିକନ୍ଦର' କେବେ ରିଲିଜ ହେବ?

କହିରଖୁଛୁ କି, ସଲମାନ ଖାନଙ୍କ ଜନ୍ମଦିନରେ 'ସିକନ୍ଦର' ଫିଲ୍ମର ଟିଜର ରିଲିଜ ପାଇଁ ଏକ ଯୋଜନା କରାଯାଇଥିଲା । ଏଭଳି ପରିସ୍ଥିତିରେ ନିର୍ମାତାମାନେ ଡିସେମ୍ବର 26 ତାରିଖ ସନ୍ଧ୍ୟାରେ ସିକନ୍ଦର ଫିଲ୍ମରୁ ସଲମାନ ଖାନଙ୍କ ପ୍ରଥମ ଲୁକ୍ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବାବେଳେ ସିକନ୍ଦର ନିର୍ମାତା ଏହାକୁ ସ୍ଥଗିତ ରଖିଛନ୍ତି । ତେବେ 'ସିକନ୍ଦର' ଫିଲ୍ମ ଆସନ୍ତାବର୍ଷ ମାର୍ଚ୍ଚ 2025 ରେ ଇଦ୍ ଅବସରରେ ରିଲିଜ ହେବ । ସିକନ୍ଦର'ର ନିର୍ଦ୍ଦେଶନା ଦେବେ ଆର୍ ମୁରୁଗାଦୋସ । ସଲମାନଙ୍କ ସହ ପ୍ରଥମ ଥର ପାଇଁ କାମ କରିବେ ଏହି ନିର୍ଦ୍ଦେଶକ । ଏଥିସହ ଏହି ଫିଲ୍ମର ନିର୍ମାତା ଅଟନ୍ତି ସାଜିଦ ନାଦିଆଡୱାଲା । ବର୍ତ୍ତମାନ ୧୦ବର୍ଷ ପରେ ସଲମାନ ଖାନ ଏବଂ ସାଜିଦ ନାଦିଆଡୱାଲା ପୁଣିଥରେ ଏକାଠି କାମ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details