ହାଇଦ୍ରାବାଦ:ବିବାହ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସେ ତାଙ୍କ ବୟଫ୍ରେଣ୍ଡ ଜାହିର ଇକବାଲଙ୍କୁ ବିବାହ କରିବେ ବୋଲି ଜଣାପଡିଥିବା ବେଳେ ଉଭୟଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ସୋନାକ୍ଷୀ ଜୁନ ୨୩ରେ ଜାହିରଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କର ଏକମାତ୍ର ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଖବର ନେଇ ମୁହଁ ଖୋଲିଛନ୍ତି ।
ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା
ଶତ୍ରୁଘ୍ନ ସିହ୍ନା କହିଛନ୍ତି, ''ଆଜିକାଲି ପିଲାମାନେ ଅନୁମତି ନିଅନ୍ତି ନାହିଁ ସେ କେବଳ ସୂଚନା ଦିଅନ୍ତି । ମୁଁ ବର୍ତ୍ତମାନ ଦିଲ୍ଲୀରେ ଅଛି । ନିର୍ବାଚନ ଫଳାଫଳ ପରେ ମୁଁ ଏଠାକୁ ଆସିଥିଲି । ମୋ ଝିଅର ଯୋଜନା ବିଷୟରେ ମୁଁ କାହା ସହିତ କଥାବାର୍ତ୍ତା କରିନାହିଁ । ଯଦି ତୁମର ପ୍ରଶ୍ନ ହେଉଛି ସେ ବିବାହ କରୁଛନ୍ତି କି ? ଉତ୍ତର ହେଉଛି ସେ ମୋତେ ଏ ବିଷୟରେ କିଛି କହି ନାହାଁନ୍ତି । ମୁଁ ଗଣମାଧ୍ୟମ ଜରିଆରେ ଯେତିକି ଜାଣିଛି । ଯଦି ସେ ଏହା କରୁଥାନ୍ତି, ତେବେ ମୁଁ ଏବଂ ମୋ ପତ୍ନୀ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ପ୍ରସ୍ତୁତ । ମୁଁ ଚାହେଁ ମୋ ଝିଅକୁ ସବୁ ଖୁସି ମିଳୁ।'' ସେ ଏହା ମଧ୍ୟ କହିଛନ୍ତି ଯେ ନିଶ୍ଚିତ ଯେ ସୋନାକ୍ଷୀ ନିଜ ପାଇଁ ସଠିକ୍ ନିଷ୍ପତ୍ତି ନେବେ ।