ହାଇଦ୍ରାବାଦ:ହଙ୍ଗାମା, ଧୁମ୍, ଗୋଲମାଲ ଭଳି ଅନେକ ଫିଲ୍ମରେ ନିଜର ଜଲୱା ଦେଖାଇଥିବା ବଲିଉଡ ଅଭିନେତ୍ରୀ ଶୁଭମିତ୍ରା ଅର୍ଥାତ୍ ରିମି ସେନ ପୂର୍ବ ଭଳି ନାହାନ୍ତି । ସେ ଦୀର୍ଘ ଦିନରୁ ପରଦାରୁ ଦୂରେଇ ଯାଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର କରିଥିବା ଲାଟେଷ୍ଟ ଫଟୋରେ ତାଙ୍କୁ ନୂଆ ଲୁକ ସହ ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆଦୌ ବିଶ୍ୱାସ କରିପାରୁନାହାନ୍ତି । ଏପରି ସମୟରେ ସମସ୍ତେ ଅଭିନେତ୍ରୀ ପ୍ଲାଷ୍ଟିକ ସର୍ଜରୀ କରିଥିବା ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି ରିମି ।
'ପ୍ଲାଷ୍ଟିକ୍ ସର୍ଜରୀ ନକରି ଲୋକେ ଏପରି କହୁଛନ୍ତି...'
ଏକ ସାକ୍ଷାତକାରରେ ଅଭିନେତ୍ରୀ ଜଣାଇଛନ୍ତି ଯେ, ସେ କିପରି ପ୍ଲାଷ୍ଟିକ୍ ସର୍ଜରୀ ନକରି ନିଜକୁ ପରିବର୍ତ୍ତନ କରିଛନ୍ତି । କେତେବେଳେ ପ୍ଲାଷ୍ଟିକ୍ ସର୍ଜରୀ କରାଯାଇପାରିବ ତାହା ମଧ୍ୟ କହିଛନ୍ତି । ରିମି ସେନ୍ କହିଛନ୍ତି, ''ଯଦି ଲୋକମାନେ ଅନୁଭବ କରନ୍ତି ଯେ ମୁଁ ପ୍ଲାଷ୍ଟିକ୍ ସର୍ଜରୀ କରିସାରିଛି । ଯଦି ଏହା ସକରାତ୍ମକ, ଏହା ମୋ ପାଇଁ ବହୁତ ଭଲ । ମୁଁ ପ୍ଲାଷ୍ଟିକ୍ ସର୍ଜରୀ ନକରି ଲୋକମାନେ ଆଲୋଚନା କଲେଣି । ମୁଁ କେବଳ ଫିଲ୍ଟର୍, ବୋଟକ୍ସ, PRP ଚିକିତ୍ସା କରିସାରିଛି, ଅନ୍ୟ କିଛି ନୁହେଁ ।''
'୫୦ ବର୍ଷ ବୟସ ପରେ ସର୍ଜରୀ କରିବା କଥା ଭାବିବି'