ହାଇଦ୍ରାବାଦ:ଖୁବଶୀଘ୍ର ବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଘରକୁ ଆସିବ ନୂଆ ଅତିଥି । ଏହି ସମୟରେ ପ୍ରେଗନେନ୍ସି ପାଇଁ ଦୀପିକାଙ୍କୁ ସମାଲୋଚନା କରିଛନ୍ତି ନେଟିଜେନ୍ସ । ବର୍ତ୍ତମାନ ସ୍ୱାମୀ ତଥା ଅଭିନେତା ରଣଭୀର ସିଂ ଦୀପିକାଙ୍କ ସମର୍ଥନରେ ବାହାରି ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି । ରଣଭୀର ସୋସିଆଲ ମିଡିଆରେ ଦୀପିକାଙ୍କ ଅନେକ ଫଟୋ ସେୟାର କରି ତାଙ୍କ ପ୍ରଶଂସା କରିବା ସହ ଟ୍ରୋଲର୍ସଙ୍କୁ ଜବାବ ଦେଇଛନ୍ତି ।
ରଣଭୀର ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୀପିକାଙ୍କ ଅନେକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଦୀପିକା ୟେଲୋ ଗାଉନରେ ନଜର ଆସିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଟ୍ରୋଲର୍ସଙ୍କୁ ଟାର୍ଗେଟ କରି ଲେଖିଛନ୍ତି, 'ବୁରି ନଜର ୱାଲେ ତେରା ମୁଁ କାଲା' ଏହାର ଅର୍ଥ ଖରାପ ନଜରରେ ଦେଖୁଥିବା ଲୋକଙ୍କୁ ମୁହଁ କଳା । ସେ ସେୟାର କରିଥିବା ଅନ୍ୟ ଫଟୋରେ ଦୀପିକାଙ୍କ ପ୍ରଶଂସା କରି ମୋ ସନସାଇନ ବୋଲି କହିଛନ୍ତି ।
ସୂଚନା ଥାଉ କି, ମେ' ୨୦ରେ, ଦୀପିକା ଏବଂ ରଣଭୀର ସିଂ ମୁମ୍ବାଇ ଏକ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ପହଞ୍ଚିଥିଲେ । ଏହି ସମୟରେ ଦୀପିକାଙ୍କ ବେବି ବମ୍ପ ଲୁକ ଦେଖିବାକୁ ମିଳିଥିଲା । ଯାହାର ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯାହାପରେ ଟ୍ରୋଲର୍ସ ତାଙ୍କୁ ସମାଲୋଚନା କରିଥିଲେ । ଅନେକ ତାଙ୍କ ବେବି ବମ୍ପକୁ ନକଲି ବୋଲି କହିବା ସହ ଅନେକ ତାଙ୍କ ପ୍ରେଗନେନ୍ସିକୁ ନେଇ ଥଟ୍ଟା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:ଦୀପଭୀରଙ୍କ ଘରକୁ ଆସିବେ ନୂଆ ଅତିଥି, ଫ୍ୟାନ୍ସଙ୍କୁ ଦେଲେ ଖୁସି ଖବର