ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ ହେବ ବଡ଼ ଧମାକା, ବଲିଉଡର ଏହି ନିର୍ମାତାଙ୍କ ସହ ଫିଲ୍ମ କରିବେ ଥଲାଇଭା - ରଜନୀକାନ୍ତ

Rajinikanth and Sajid Nadiadwala: ହିନ୍ଦୀ ସିନେମାକୁ ଅନେକ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ନିର୍ମାତା ସାଜିଦ ନାଦିଆୱାଲା ବର୍ତ୍ତମାନ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଏକାଠି ଫିଲ୍ମ କରିବେ । ନିର୍ମାତା ସୋସଇାଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ବକ୍ସ ଅଫିସରେ ହେବ ବଡ଼ ଧମାକା, ବଲିଉଡର ଏହି ନିର୍ମାତାଙ୍କ ସହ ଫିଲ୍ମ କରିବେ ଥଲାଇଭା
ବକ୍ସ ଅଫିସରେ ହେବ ବଡ଼ ଧମାକା, ବଲିଉଡର ଏହି ନିର୍ମାତାଙ୍କ ସହ ଫିଲ୍ମ କରିବେ ଥଲାଇଭା

By ETV Bharat Odisha Team

Published : Feb 27, 2024, 3:24 PM IST

ହାଇଦ୍ରାବାଦ:ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ରଜନୀକାନ୍ତ ପୁଣି ଥରେ ବଲିଉଡରେ ଧମାକା କରିବାକୁ ଯାଉଛନ୍ତି । ଜୁଡୱା, ମୁଝସେ ସାଦି କରୋଗି, ହେ ବେବି, ହାଉସଫୁଲ୍ ସିରିଜ୍, ହିରୋପନ୍ତି, କିକ୍, ବାଗୀ, ଚିଛୋରେ, ସୁପର 30, ସତ୍ୟପ୍ରେମ କି କଥା ଭଳି ହିଟ୍ ଚଳଚ୍ଚିତ୍ର ଦେଇଥିବା ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ସାଜିଦ ନାଦିଆୱାଲା ସହ କାମ କରିବେ ରଜନୀକାନ୍ତ । ସାଜିଦ ନାଦିଆୱାଲା ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ର ପାଇଁ ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଫିଲ୍ମ କରିବାକୁ ଯାଉଛନ୍ତି । ନିର୍ମାତା ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି ।

ଆଜି ୨୭ ଫେବୃଆରୀରେ ନିର୍ମାତା ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ 'ଥଲାଇଭା'ଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ରଜନୀକାନ୍ତ ହ୍ୱାଇଟ କୁର୍ତ୍ତା ପାଇଜାମାରେ ଏବଂ ନିର୍ମାତା ଏକ ବ୍ଲାକ ଟି-ସାର୍ଟ ସହ ଡେନିମ ପ୍ୟାଣ୍ଟରେ ନଜର ଆସିଛନ୍ତି । ଏହି ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି, 'କିମ୍ବଦନ୍ତୀ ରଜନୀକାନ୍ତ ସାରଙ୍କ ସହ ଫିଲ୍ମ କରିବା ଆମ ପାଇଁ ଗୌରବର ବିଷୟ । ଆମେ ଆମର ନୂଆ ପ୍ରକଳ୍ପ ତାଙ୍କ ସହ କରିବା ନେଇ ବେଶ ଉତ୍ସାହିତ ।

ରଜନୀକାନ୍ତ ଏହି ବଲିଉଡ ଫିଲ୍ମରେ କାମ କରିଛନ୍ତି

କହିରଖୁଛୁ ଯେ, ରଜନୀକାନ୍ତ ୧୯୮୨ ମସିହାରେ ଫିଲ୍ମ 'ଅନ୍ଧା କାନୁନ' ସହ ବଲିଉଡରେ ପାଦ ଦେଇଥିଲେ । ଏହା ପରେ ୧୯୮୩ ରେ 'ଜିତ ହମାରି' ଓ 'ମେରି ଅଦାଲତ', 'ଗାଙ୍ଗଭା', 'ମହାଗୁରୁ','ଇନସାଫ କୋନ କରେଗା', 'ଇନସାନିଆତ କା ଦେବତା'ଭଳି ଅନେକ ହିନ୍ଦୀ ଫିଲ୍ମରେ ଦେଖିବାକୁ ମିଳିଥିଲା । ଶେଷ ଥର ପାଇଁ ରଜନୀକାନ୍ତଙ୍କୁ ୨୦୧୧ ରେ ଶାହାରୁଖ ଖାନଙ୍କ ଫିଲ୍ମ 'ରା.ୱାନ'ରେ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ:ଥଲାଇଭା 170ରେ ପୋଲିସ ଭୂମିକାରେ ନଜର ଆସିବେ ରଜନୀକାନ୍ତ

ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ, ବର୍ତ୍ତମାନ ରଜନୀକାନ୍ତ ବର୍ତ୍ତମାନ ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ 'ଲାଲ ସଲାମ'ରେ ନଜର ଆସିଛନ୍ତି । ଏଥିସହ ଆଗାମୀ ଦିନରେ ରଜନୀକାନ୍ତଙ୍କୁ ଆଗାମୀ ଆକ୍ସନ୍ ଡ୍ରାମା ତାମିଲ ଚଳଚ୍ଚିତ୍ର 'ଭେଟ୍ଟିଆନ୍'ରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଟିଜେ ଜିଆନେଭାଲ। ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ନଜର ଆସିବେ । ଏଥିସହ 'ଲିଓ' ନିର୍ଦ୍ଦେଶକ ଲୋକେଶ କନଗରାଜଙ୍କ ସହ ରଜନୀକାନ୍ତଙ୍କ ପରବର୍ତ୍ତୀ ଫିଲ୍ମ 'ଥଲାଇଭର 171'ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details