ହାଇଦ୍ରାବାଦ:2019 ରେ ଅମ୍ବାନୀ ପରିବାରର ବଡ଼ ବୋହୂ ସାଜିଥିଲେ ଶ୍ଲୋକା ମେହଟ୍ଟା । ଦେଶର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ମୁକେଶ ଅମ୍ବାନୀଙ୍କ ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ସେ ବିବାହ କରିଥିଲେ । ଶ୍ଳୋକା ହେଉଛନ୍ତି ଜଣାଶୁଣା ହୀରା ବ୍ୟବସାୟୀ ରସେଲ ମେହଟ୍ଟାଙ୍କ ଝିଅ । ଭାରତର ୨୬ଟି ସହରରେ ରସେଲଙ୍କର ରହିଛି ୩୬ ଟି ଷ୍ଟୋର। ଏହା ଇସ୍ରାଏଲ, ଦୁବାଇ, ବେଲଜିୟମ, ଆମେରିକା, ଜାପାନ ଓ ହଂକଂ ଭଳି ଦେଶରେ ମଧ୍ୟ ତାଙ୍କର ବ୍ୟବସାୟ ରହିଛି ।
ରସେଲ ମେହଟ୍ଟାଙ୍କ ସ୍ତ୍ରୀ ବା ଶ୍ଲୋକା ମେହଟ୍ଟାଙ୍କ ମା' ହେଉଛନ୍ତି ମୋନା ମେହଟ୍ଟା । ଯିଏକି ଜଣେ ଜୁଏଲାରୀ ଜିଜାଇନର । ମୋନା ମେହଟ୍ଟା ଫ୍ୟାମିଲି ବିଜନେସ୍ ସମ୍ଭାଳିବା ବ୍ୟତୀତ ନିଜର ତିନି ସନ୍ତାନଙ୍କର ଦେଖାଶୁଣା ଖୁବ ସୁନ୍ଦର ଭାବେ କରିଥିବା କୁହାଯାଏ । ଅନେକ ଇଭେଣ୍ଟରେ ଶ୍ଳୋକା ନିଜ ମା'ଙ୍କ ସହ ଫଟୋ ପୋଜ୍ ଦେଉଥିବାର ନଜର ଆସିଥାନ୍ତି । ତେବେ ଶ୍ଳୋକା ଜଣେ ବିଜନେସ୍ ୱେମେନ ସହ ସମାଜସେବୀ ମଧ୍ୟ । ଉଭୟ ଆକାଶ ଓ ଶ୍ଲୋକା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢୁଥିବାବେଳେ ସେଠାରେ ତାଙ୍କର ଦେଖା ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଭ୍ ଷ୍ଟୋରୀ ବିବାହର ରୂପ ନେଇଥିଲା ।