ଓଡିଶା

odisha

'କଲ୍କି' ପରେ 'ରାଜା ସାବ' ସହ ଧମାକା କରିବେ ପ୍ରଭାସ, ନୂଆ ପୋଷ୍ଟର ସହ ଟିଜର ରିଲିଜ ଡେଟ୍ ଘୋଷଣା - Raja Saab New Poster

By ETV Bharat Odisha Team

Published : Jul 28, 2024, 3:54 PM IST

Prabhas RajaSaab Teaser Release Date: 'କଲ୍କି' ଦମଦାର ସଫଳତା ପରେ ପ୍ରଭାସ ଆଗାମୀ ଚଳଚ୍ଚିତ୍ର 'ରାଜା ସାବ' ପୁଣି ଧମାକା କରିବାକୁ ପ୍ରସ୍ତୁତ । ବର୍ତ୍ତମାନ ନିର୍ମାତା ଏହି ଫିଲ୍ମରୁ ଏକ ନୂଆ ପୋଷ୍ଟର ରିଲିଜ୍ କରିଛନ୍ତି । ଏହା ସହ ସେ ଟିଜର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ତେବେ କେବେ ଆସିବ ଟିଜର, ଜାଣନ୍ତୁ

'କଲ୍କି' ପରେ 'ରାଜା ସାବ' ସହ ଧମାକା କରିବେ ପ୍ରଭାସ, ନୂଆ ପୋଷ୍ଟର ସହ ଟିଜର ରିଲିଜ ଡେଟ୍ ଘୋଷଣା
'କଲ୍କି' ପରେ 'ରାଜା ସାବ' ସହ ଧମାକା କରିବେ ପ୍ରଭାସ, ନୂଆ ପୋଷ୍ଟର ସହ ଟିଜର ରିଲିଜ ଡେଟ୍ ଘୋଷଣା (Film Poster)

ହାଇଦ୍ରାବାଦ:ପାନ ଇଣ୍ଡିଆ ସୁପରଷ୍ଟାର ପ୍ରଭାସ ତାଙ୍କର ବର୍ତ୍ତମାନର ବ୍ଲକବଷ୍ଟର 'କଲ୍କି 2898AD'ର ସଫଳତାକୁ ଉପଭୋଗ କରୁଛନ୍ତି । ଏହି ଫିଲ୍ମ ବିଶ୍ୱ ବକ୍ସ ଅଫିସରେ ୧୧୦୦କୋଟିରୁ ଅଧିକ ଆୟ କରିଥିବା ବେଳେ ବର୍ତ୍ତମାନ ଫିଲ୍ମ ରିଲିଜର ମାସେ ପରେ ବି ଥିଏଟରରେ ଜାରି ରହିଛି । ଏହାରି ମଧ୍ୟରେ ବର୍ତ୍ତମାନ ପ୍ରଭାସଙ୍କ ନୂଆ ଫିଲ୍ମ 'ରାଜା ସାବ'ର ପୋଷ୍ଟର ରିଲିଜ ହୋଇଛି । ନିର୍ମାତା ଏହି ପୋଷ୍ଟର ରିଲିଜ କରି ଟିଜର ରିଲିଜ ତାରିଖ ଘୋଷଣା କରିଛନ୍ତି ।

ଏହି ଦିନ ଆସିବ 'ରାଜା ସାବ' ଟିଜର

ନିର୍ମାତାମାନେ ପ୍ରଭାସଙ୍କ ଏକ ଷ୍ଟାଇଲିସ୍ ଲୁକ ପୋଷ୍ଟର ରିଲିଜ କରିଛନ୍ତି । ପୋଷ୍ଟରରେ ସେ ଫୁଲରେ ସଜାଯାଇଥିବା ଏକ ପୁରୁଣା କାର ଆଡକୁ ଦେଖୁଥିବା ସହ ମେରୁନ ରଙ୍ଗର ଜ୍ୟାକେଟ୍ ଏବଂ ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ପୋଷ୍ଟର ସେୟାର କରି ନିର୍ମାତା ଲେଖିଛନ୍ତି, ରାଜା ସାବାଙ୍କର ପ୍ରଥମ ଝଲକ ଜୁଲାଇ ୨୯ରେ ସନ୍ଧ୍ୟା ୫.୦୩ରେ ରିଲିଜ୍ ହେବ । ଏହାର ଅର୍ଥ ଫିଲ୍ମର ପ୍ରଥମ ଟିଜର ଆସନ୍ତାକାଲି ଅପରାହ୍ନ ୫ଟା ସମୟରେ ରିଲିଜ ହେବ ।

ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା

'ଦ ରାଜା ସାବ' ଫିଲ୍ମର ନିର୍ଦ୍ଦେଶନା ଦେବେ ସାଉଥର ଲୋକପ୍ରିୟ ନିର୍ଦ୍ଦେଶକ ମାରୁତି । ସେ ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ସେହିପରି ଏହି ଫିଲ୍ମର ମ୍ୟୁଜିକ ଜାତୀୟ ପୁରସ୍କାର ବିଜେତା ଥମନ ଏସ ପ୍ରସ୍ତୁତ କରିବେ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିସହ ଏହି ଫିଲ୍ମ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ଼ ଏବଂ ମାଲାୟାଲମ ଭାଷାରେ ରିଲିଜ ହେବ ବୋଲି ଜଣାପଡିଛି ।

ପ୍ରଭାସଙ୍କୁ ଫିଲ୍ମରେ ଏକ ଖାସ୍ ଲୁକରେ ଦେଖିବାକୁ ମିଳିବ

ମାରୁତିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଚମତ୍କାର VFX ସହ ଏକ ହରର-କମେଡି ଫିଲ୍ମ ଅଟେ । ଏହି ମଜାଳିଆ ଚଳଚ୍ଚିତ୍ରରେ ପ୍ରଭାସ ଏକ ଭିନ୍ନ ଅନ୍ଦାଜରେ ନଜର ଆସିବେ । ପ୍ରଭାସଙ୍କ ବ୍ୟତୀତ ମାଲଭିକା ମୋହନାନ ଏବଂ ନିଧି ଅଗ୍ରୱାଲ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି । ଏକାଧିକ ଭାଷାରେ ମୁକ୍ତିଲାଭ କରୁଥିବା ଏହି ଚଳଚ୍ଚିତ୍ର ୨୦୨୫ ଆରମ୍ଭରେ ମୁକ୍ତିଲାଭ କରିବ । ତେବେ ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ମକର ସଂକ୍ରାନ୍ତିରେ ଫ୍ୟାନ୍ସଙ୍କୁ ଭେଟି, ନୂଆ ଫିଲ୍ମ ଘୋଷଣା କଲେ ପ୍ରଭାସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details