ହାଇଦ୍ରାବାଦ:କଳା, ବିଜ୍ଞାନ ଏବଂ ଚଳଚ୍ଚିତ୍ର ନିର୍ମାଣର କଳାକାରମାନଙ୍କୁ ଉତ୍ସର୍ଗୀକୃତ ଏକାଡେମୀ ମ୍ୟୁଜିୟମ୍ ଅଫ୍ ପିକ୍ଚର୍ସ ସମସ୍ତେ ଭାରତୀୟ ସିନେମା ଏବଂ ସଙ୍ଗୀତ ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ । ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ 'ଆରଆରଆର (୨୦୨୨)', 'ସ୍ଲମଡଗ ମିଲେନିଅର(୨୦୦୮) ' ଏବଂ 'ଲଗନ(୨୦୦୧)'ର ମ୍ୟୁଜିକ ଉତ୍ସବ ପାଳନ କରିବାକୁ ଏକାଡେମୀ ସଂଗ୍ରହାଳୟ ଏକ କାର୍ଯ୍ୟକ୍ରମ ଘୋଷଣା କରିଛି ।
ଏହି ଦିନ କାର୍ଯ୍ୟକ୍ରମ ଆୟୋଜିତ ହେବ
ଏକାଡେମୀ ନିଜ ଇନଷ୍ଟାଗ୍ରାମରେ ଏହି ତିନୋଟି ଚଳଚ୍ଚିତ୍ରର ପୋଷ୍ଟର ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, 'ମେ ୧୮ ଶନିବାର ଦିନ ସନ୍ଧ୍ୟା ସାଢେ ୬ଟାରେ ଆମେ ଭାରତୀୟ ସିନେମା ଜଗତର ଲୋକପ୍ରିୟ ଫିଲ୍ମ 'ଆରଆରଆର (୨୦୨୨)', 'ସ୍ଲମଡଗ ମିଲେନିଅର(୨୦୦୮) ' ଏବଂ 'ଲଗନ(୨୦୦୧)' ର ମ୍ୟୁଜିକ ଉତ୍ସବ ପାଳନ କରିବାକୁ ଯାଉଛୁ । ମେ ୧୮ ସନ୍ଧ୍ୟା ସାଢେ ୬ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବଲିପପ୍ ଏବଂ ସାଦୁବାସଙ୍କ ଏକ ଲାଇଭ୍ ତବଲା ଏବଂ ନୃତ୍ୟ ପ୍ରଦର୍ଶନ ଅନ୍ତର୍ଭୁକ୍ତ ହେବ ଯେଉଁଥିରେ ତିନୋଟି ଚଳଚ୍ଚିତ୍ରର ସଂଗୀତ ପରିବେଷଣ କରାଯିବ ।
ସ୍ଲମଡଗ ମିଲେନିଅର ଅନେକ ପୁରସ୍କାର ଜିତିଛି
ଭାରତ ଉପରେ ଆଧାରିତ 'ସ୍ଲମଡଗ ମିଲେନିଅର'ରେ ଅନୀଲ କପୁର, ସ୍ୱର୍ଗତ ଅଭିନେତା ଇରଫାନ ଖାନ, ଦେବ ପଟେଲ ଏବଂ ଫ୍ରାଇଡା ପିଣ୍ଟୋଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି । ଶ୍ରେଷ୍ଠ ନିର୍ଦ୍ଦେଶକ ପାଇଁ ଡାନି ବଏଲେଙ୍କ ସମେତ ଶ୍ରେଷ୍ଠ ଫିକ୍ଚର, ଶ୍ରେଷ୍ଠ ସମ୍ପାଦନା, ଶ୍ରେଷ୍ଠ ସାଉଣ୍ଡ ଏଡିଟିଂ ପାଇଁ ୨୦୦୯ରେ ଏହା ଅନେକ ଓସ୍କାର ଜିତିଥିବାବେଳେ ସଂଗୀତକାର ଏ ଆର ରେହମାନ 'ଜୟ ହୋ' ପାଇଁ ଶ୍ରେଷ୍ଠ ଅରିଜିନାଲ ଗୀତ ପାଇଁ ଓସ୍କାର ପାଇଥିଲେ । ସେହିପରି ୨୦୨୩ରେ ନାଟୁ ନାଟୁ ପାଇଁ ଶ୍ରେଷ୍ଠ ଅରିଜିନାଲ ଗୀତ ଭାବେ ଏସଏସ ରାଜାମୌଲିଙ୍କ ଫିଲ୍ମ ଆରଆରଆର ଓସ୍କାର ପାଇଥିଲା ।