ଭୁବନେଶ୍ୱର:ଖୁବଶୀଘ୍ର ଓଡ଼ିଶା ମାଟିର କଥା ନେଇ ପରଦାକୁ ଆସୁଛି ଓଡ଼ିଆ ଚଳଚିତ୍ର 'ଜଙ୍ଗଲ ଜଳୁଛେ' । ବର୍ତ୍ତମାନ ଫିଲ୍ମର ପୋଷ୍ଟର ରିଲିଜ ହୋଇଛି । ଭୁବନେଶ୍ୱରରେ ଏକ ପ୍ରେସ ମିଟ କରି ଫିଲ୍ମର ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ତେବେ ଫିଲ୍ମର ବର୍ତ୍ତମାନ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଫିଲ୍ମଟି ଖୁବଶୀଘ୍ର ରିଲିଜ କରାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ଏସ୍ସିଟି.ଏସ ପ୍ରଡକ୍ସନର ଏହି କାହାଣ ଟି ସତ ଘଟଣା ଉପରେ ଆଧାରିତ । ଜଙ୍ଗଲ ପୋଡିବା ବା ଜଙ୍ଗଲ ଜାଳିବା ଘଟଣା ଏଥିରେ ଦର୍ଶାଯାଇଛି । ଯେଭଳି ଛୋଟିଆ ନିଆଁରୁ ପୁରା ଜଙ୍ଗଲ ଜଳିଯାଇଥାଏ । ଫଳରେ ଜଙ୍ଗଲ ଜାଳିବା ଦ୍ୱାରା ଜଙ୍ଗଲ ସହ ଜଡିତ ଜୀବଜନ୍ତୁ କ୍ଷତିଗ୍ରସ୍ତ ହୁଅନ୍ତି ଏବଂ ଧୀରେ ଧୀରେ ଏହି ନିଆଁ ପୁରା ସମାଜକୁ ଜାଳିଦେଇଥାଏ । ସେହିପରି ଜଣକର ଅସାମାଜିକ କାର୍ଯ୍ୟକଳାପକୁ ନେଇ ପୁରା ପରିବାର ଛାରଖାର ହୋଇଯାଇଯାଏ ବା ଜଳିଯାଏ । ତେବେ ଏପରି କିଛି ମୌଳିକ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଏକ ଗାଁ କାହାଣୀ ଏଥିରେ ଚିତ୍ରିତ କରାଯାଇଛି ।
'ଜଙ୍ଗଲ ଜଳୁଛେ' ଫିଲ୍ମର କାହାଣୀ
ସୁବର୍ଣ୍ଣପୁର ଜିଲ୍ଲାର ଏକ ଗାଁର ଇଷ୍ଟଦେବୀଙ୍କର ପରମ୍ପରାକୁ କିଭଳି ଭାଙ୍ଗି କିଛି ଆଜିର ଅମାନୁଷିକ ପଥଭ୍ରଷ୍ଟ ମଣିଷ ମଦ ମାଂସ ଖାଇ ପ୍ରଥମେ ପରିବାର ଓ ପରେ ପୁରା ଗାଁରେ ମାହୋଲ ଖରାପ କରୁଛନ୍ତି । ଆଉ ଏମାନଙ୍କୁ ଖରାପ ରାସ୍ତାରୁ ନିବୃତ କରି ପଣ୍ଡିତ ବା ମୁନିଋଷି ମାନେ ଯେତେବେଳେ ଭଲ ବାଟକୁ ଆଣିବାକୁ ଚେଷ୍ଟା କରନ୍ତି ସେତେବେଳେ ଏହି ଦୃଷ୍ଟ ମଣିଷ ସୁଧୁରିବା ବଦଳରେ ପୁରା ସମାଜ ଉପରେ ଅକଥନୀୟ ଅତ୍ୟାଚାର କରେ । ଆଉ ଏହି ଅତ୍ୟାଚାରର ନିଆଁ ମଣିଷ ମନକୁ ଜାଳିଦିଏ ଆଉ ସେହି ମାନସିକ ଅଶାନ୍ତି ବା ବହ୍ନି ମନରୂପୀ ପୁରା ଜଙ୍ଗଲକୁ ଜାଳିଦେଉଛି । ମଣିଷର ମନରେ ଜଙ୍ଗଲ ପରି ଲାଗିଥିବା ଏହି ନିଆଁକୁ କିଏ ଲିଭାଇବା ତାକୁ ନେଇ ଗତିଶୀଳ ହୋଇଛି ଚଳଚିତ୍ର 'ଜଙ୍ଗଲ ଜଳୁଛେ'।