ଓଡିଶା

odisha

ETV Bharat / entertainment

ମିଷ୍ଟର ଆଣ୍ଡ ମିସେସ ମାହି ଟ୍ରେଲର: ପ୍ରେମ ଏବଂ କ୍ରିକେଟକୁ ନେଇ ସିଲଭର ସ୍କ୍ରିନରେ କରିବ ଧମାଲ - Mr and Mrs Mahi Trailer

Mr and Mrs Mahi Trailer: ଜାହ୍ନବୀ କପୁର ଏବଂ ରାଜକୁମାର ରାଓ ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ ମାହି' ଆଜି ଟ୍ରେଲର ରିଲିଜ ହୋଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : May 12, 2024, 10:28 PM IST

Mr and Mrs Mahi Trailer
Mr and Mrs Mahi Trailer (Rajkummar Rao)

ମୁମ୍ବାଇ: ଆଜି ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ ଜାହ୍ନବୀ କପୁରଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ ମାହି'ର ଟ୍ରେଲର ରିଲିଜ ହୋଇଛି । ଜାହ୍ନବୀ ଏବଂ ରାଜକୁମାରଙ୍କ ଏହି ଫିଲ୍ମର ନିର୍ଦ୍ଦେଶନା ଶରଣ ଶର୍ମା ଦେଇଛନ୍ତି । ଯେଉଁଥିରେ କ୍ରିକେଟ୍ ଏବଂ ରୋମାନ୍ସର ଯୁଗଳ ବନ୍ଦି ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମରେ ଜାହ୍ନବୀ ଏବଂ ରାଜକୁମାର ନିଜ ନିଜ ଫ୍ୟାସନକୁ ଫଲୋ କରିବା ନେଇ ବିତର୍କ ହୋଇଥିବା ଦେଖିବାକୁ ମିଳିଛି । ରିଲିଜ ହୋଇଥିବା ପ୍ରୋମୋରେ ଉଭୟେ ଦମ୍ପତି ଭୂମିକାରେ ନଜର ଆସିବା ସହିତ ଉଭୟଙ୍କୁ କ୍ରିକେଟ ପ୍ରେମୀ ଭାବରେ ଦର୍ଶାଯାଇଛି।

ଗୁଞ୍ଜନ ସକ୍‌ସେନାର ନିର୍ଦ୍ଦେଶକ ଶରଣ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ମିଷ୍ଟର ଆଣ୍ଡ ମିସେସ ମାହି'ରେ ରାଜକୁମାର ରାଓ ଏବଂ ଜାନଭୀ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ରିଲିଜ ହୋଇଥିବା ଟ୍ରେଲରରେ ଜାହ୍ନବୀଙ୍କୁ ଜଣେ ଡାକ୍ତର ରୂପରେ ଦେଖିବାକୁ ମିଳିଛି ଯେ କ୍ରିକେଟ୍ ଦେଖିବା ଏବଂ ଖେଳିବାକୁ ଭଲ ପାଆନ୍ତି । ଅନ୍ୟପଟେ ରାଜକୁମାର ଜଣେ ମହତ୍ବକାଂକ୍ଷୀ କ୍ରିକେଟର ରୂପରେ ଦେଖିବାକୁ ମିଳିଛି, ଯେ ଏହି ଫିଲ୍ମରେ ନିଜ ସ୍ବପ୍ନକୁ ସାକାର କରି ପାରି ନଥିଲେ ଏବଂ ସେ ନିଜ ସ୍ବପ୍ନକୁ ଜାହ୍ନବୀଙ୍କ ଦ୍ବାରା ସାକାର କରିବା ପାଇଁ ଚାହୁଁଛି । ହେଲେ ତା ମଧ୍ୟରେ ଅନେକ ବାଧା ଆସିଛି, ଯାହାକୁ ରାଜକୁମାର କିପରି ଅତିକ୍ରମ କରିଛନ୍ତି ତାହା ଏହି ଫିଲ୍ମରେ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.. ମିଷ୍ଟର ଆଣ୍ଡ ମିସେସ ମାହି ପ୍ରଥମ ପୋଷ୍ଟର ଆଉଟ୍, ଏହି ଦିନ ପରଦାକୁ ଆସିବ ଫିଲ୍ମ - Mr And Mrs Mahi First Poster

ଟ୍ରେଲର ରିଲିଜ୍ ହେବା ମାତ୍ରେ ଅନେକ ଲୋକ ତାଙ୍କ କମେଣ୍ଟ କରିବା ସହିତ ଅଭିନେତାମାନଙ୍କର ପ୍ରଶଂସା କରିଛନ୍ତି । ତେବେ ଜଣେ ଫ୍ୟାନ ଲେଖିଛନ୍ତି, 'ରାଜକୁମାର ଏବଂ ଜାହ୍ନବୀ ରିଅଲ କପଲଙ୍କ ପରି ଲାଗୁଛନ୍ତି '। ଆଉ ଜଣେ ଲେଖିଛନ୍ତି, 'ଜାହ୍ନବୀ କପୁର ତାଙ୍କ ହୃଦୟ ଖୋଲି ଦେଇଛନ୍ତି ଏବଂ ରାଜକୁମାର ବହୁତ ଭଲ ଦେଖାଯାଉଛନ୍ତି । ଏହି ବର୍ଷ ଥିଏଟରରେ ଧମାଲ ମଚିବ ।' ଅନ୍ୟପଟେ ଆଉ ଜଣେ ଲେଖିଛନ୍ତି, 'ଯୋଡ଼ି କମାଲ ଲାଗୁଛି ।'

ଏହା ପୂର୍ବରୁ ୨୦୨୧ ମସିହାରେ ଉଭୟଙ୍କୁ ହରର୍ ଥ୍ରୀଲର ଫିଲ୍ମ 'ରୁହି'ରେ ଦେଖିବାକୁ ମିଳିଥିଲା ​। ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ ଏହା ଟିମ୍ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା ଅଧିନାୟକ ତଥା କିମ୍ବଦନ୍ତୀ ମହେନ୍ଦ୍ର ସିଂ ଧୋନିଙ୍କ କାହାଣୀ ଉପରେ ଆଧାରିତ । ଏହି ଯୋଡି ଦ୍ୱିତୀୟ ଥର ପରଦାରେ ଦେଖାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details