ETV Bharat / technology

ଓଡ଼ିଶାରେ ଆଇଏଫ ଟିଭି ଲଞ୍ଚ, ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା କଲେ ଅଧ୍ୟକ୍ଷ - BHARAT SANCHAR NIGAM LIMITED

ଓଡ଼ିଶାରେ ବିଏସଏନଏଲ ଅଧ୍ୟକ୍ଷ ଏ ରବର୍ଟ ଜେ ରବି । ରାଜ୍ୟରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର କଲେ ସମୀକ୍ଷା ।

BHARAT SANCHAR NIGAM LIMITED
BHARAT SANCHAR NIGAM LIMITED (ETV Bharat Odisha)
author img

By ETV Bharat Odisha Team

Published : Feb 16, 2025, 3:31 PM IST

ଭୁବନେଶ୍ବର: ଓଡ଼ିଶାରେ ଦୂରସଞ୍ଚାର ଭିତ୍ତିଭୂମି ବିକାଶର ସମୀକ୍ଷା । ଉଦଘାଟିତ ହେଲା ଆଇଏଫ ଟିଭି । ୫୫୦ ଲାଇଭ୍‌ ଟିଭି ଚାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା । ବିଏସଏନଏଲ ବୋର୍ଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏ ରବର୍ଟ ଜେ ରବି ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ବିଏସଏନଏଲ ଭବନରେ ଓଡ଼ିଶାର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଥିଲେ । ତେବେ ସମୀକ୍ଷା ବୈଠକରେ ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବା ସହିତ ଅଧ୍ୟକ୍ଷ ଓଡ଼ିଶା ପରିମଣ୍ଡଳରେ ରାଜସ୍ୱ ବୃଦ୍ଧି, ଭାରତ ଫାଇବର ବିକାଶ, 4G ସମ୍ପୂର୍ଣ୍ଣତା ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଥିଲା ।

BHARAT SANCHAR NIGAM LIMITED
BHARAT SANCHAR NIGAM LIMITED (ETV Bharat Odisha)
  • ଓଡ଼ିଶାରେ ଉଦଘାଟିତ ହେଲା ଆଇଏଫ ଟିଭି:
    ବିଏସଏନଏଲ ସିଏମଡି ସ୍କାଇପ୍ରୋ ସହଭାଗିତାରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କ ପାଇଁ ଆଇଏଫ ଟିଭି (ଇଣ୍ଟରନେଟ୍‌ ଫାଇବର ଟିଭି) ସେବାକୁ ଉଦଘାଟନ କରାଯାଇଛି । ଏହି ସେବା ଜରିଆରେ ବିଏସଏନଏଲ ଓଡ଼ିଶା ପରିମଣ୍ଡଳର ଏଫଟିଟିଏଚ ଗ୍ରାହକଙ୍କୁ ପାଖାପାଖି ୫୫୦ ଲାଇଭ୍‌ ଟିଭି ଚ୍ୟାନେଲ ଦେଖିବା ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯିବ । ବିଏସଏନଏଲ ଗ୍ରାହକଙ୍କ ପାଇଁ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ ଡିଜିଟାଲ ମନୋରଞ୍ଜନକୁ ଅଧିକ ସୁଲଭ କରିବ ।

  • କେତେ ଟାୱାର 4G ରହିଛି:
    ବିଏସଏନଏଲ ସିଏମଡି କହିଛନ୍ତି,"ବିଏସଏନଏଲ ବିଆଇ ଟିଭି ବ୍ରାଣ୍ଡ ନାମରେ ବିଏସଏନଏଲ ମୋବାଇଲ ଗ୍ରାହକଙ୍କ ପାଇଁ ମାଗଣା ଟିଭି ଦେଖିବାର ସେବା ଆରମ୍ଭ କରିଛି । ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ଡିଜିଟାଲ ଭାରତ ନିଧି ପ୍ରକଳ୍ପ ଅଧିନରେ ବିଭିନ୍ନ ଜିଲ୍ଲାର ଉପାନ୍ତ ଇଲାକାରେ ପୂର୍ବରୁ ୭୮୬ ନୂଆ 4G ଟାୱାର୍‌ ପ୍ରତିଷ୍ଠା କରାଯାଇଛି । ଓଡ଼ିଶା ୨୬୯୫ ମୋବାଇଲ ଟାୱାରକୁ 3Gରୁ 4G ସେବାକୁ ଉନ୍ନତିକରଣ କରାଯାଇଛି । ଯାହାଫଳରେ ବିଏସଏନଏଲ ଗ୍ରାହକଙ୍କୁ ସାରା ରାଜ୍ୟରେ ହାଇସ୍ପିଡ୍‌ ମୋବାଇଲର ତତ୍କାଳ ସୁବିଧା ମିଳିପାରୁଛି ।"

ଏହା ମଧ୍ୟ ପଢନ୍ତୁ...YouTube Shortsକୁ ମିଳିଲା AI ପାୱାର; 2ମିନିଟରେ ଭିଡିଓ ବନାଇବ Veo 2 - VEO 2 AI MODEL IN YOUTUBE SHORTS

ଏହା ମଧ୍ୟ ପଢନ୍ତୁ...କୋଟି କୋଟି ୟୁଜରଙ୍କ ଅପେକ୍ଷାର ଅନ୍ତ; Vi ଆଣୁଛି 5G ସେବା - VODAFONE IDEA TO LAUNCH 5G IN INDIA

ଏହା ମଧ୍ୟ ପଢନ୍ତୁ...ଆଣ୍ଡ୍ରଏଡ ଓ iOS ୟୁଜରଙ୍କ ଲାଗି ହ୍ବାଟ୍ସଆପ୍‌ ଆଣିଲା Chat Theme ଫିଚର; କଣ ଏହା ଜାଣନ୍ତୁ - WHATSAPP CHAT THEMES FEATURE

  • ବିଏସଏନଏଲ ୨ଟି ନୂଆ ରିଚାର୍ଜ ପ୍ଲାନ୍‌:
    ବିଏସଏନଏଲ ୨ଟି ନୂଆ ରିଚାର୍ଜ ପ୍ଲାନ୍‌ ନିକଟରେ ଲଞ୍ଚ କରିଛି । ଯାହାର ଦାମ୍‌ ଖୁବ୍‌ କମ୍‌ । ଏହି ପ୍ରିପେଡ୍‌ ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ବିଶେଷ ଭାବରେ ମିଳିପାରିବ । ଏହି ୨ଟି ହିଁ ପ୍ରିପେଡ୍‌ ପ୍ଲାନ୍‌ ଅଟେ । ଏହାର ଦାମ୍ ୨୧୫ ଓ ୬୨୮ ଟଙ୍କା ରହିଥିବା ବେଳେ ଏହି ପ୍ଲାନ୍‌ରେ ଅନ ଲିମିଟେଡ଼ କଲିଂ ଓ ଡାଟା ମିଳିବ । ବିଶେଷ ଭାବରେ ବିଏସଏନଏଲର ୨୧୫ ଟଙ୍କାର ରିଚାର୍ଜ ପ୍ଲାନ୍‌ରେ ୩୦ ଦିନ ସମୟ ସମୟସୀମା ରହିଛି । ଏକ ମାସ ପର୍ଯ୍ୟନ୍ତ ଏହି ପ୍ଲାନ୍‌ର ସୁବିଧା ମିଳିପାରିବ । ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି । ଏଥିରେ ଉପଭୋକ୍ତାଙ୍କୁ ଦୈନିକ 2GB ଡାଟା ମିଳିବ । ଅର୍ଥାତ୍‌ ଏହି ପ୍ଲାନ୍‌ରେ ମୋଟ୍‌ 60 GB ଡାଟା ମିଳିବ । ସେହିପରି ଦ୍ୱିତୀୟଟି ହେଉଛି ୬୨୮ ଟଙ୍କାର ପ୍ଲାନ୍‌ । ଯେଉଁଥିରେ ରହିଛି ୮୪ ଦିନ ସମୟସୀମା ପର୍ଯ୍ୟନ୍ତ ମିଳିବ । ଏଥିରେ କଲିଂ, ଡାଟା ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ରହିଛି । ଏଥିରେ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି । ଏହା ସମେତ ଦୈନିକ 3GB ଡାଟା ମିଳିବ । ମୋଟ୍‌ ୨୫୬ GB ଡାଟା ମିଳିବ । ଦୈନିକ ୧୦୦ଟି ଏସଏମଏସର ସୁବିଧା ମଧ୍ୟ ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.