ETV Bharat / sports

୧୯୯୮-୨୦୨୪ ପର୍ଯ୍ୟନ୍ତ କେଉଁ ଦଳ ଜିତିଛି ଚାମ୍ପିଅନ୍ସ ଟ୍ରଫି, କେତେ ଥର ଚାମ୍ପିଆନ୍ ଭାରତ, ଦେଖନ୍ତୁ ଲିଷ୍ଟ - ICC CHAMPIONS TROPHY WINNER TEAMS

୧୯୯୮ ରୁ ୨୦୨୪ ପର୍ଯ୍ୟନ୍ତ କେବଳ 7ଟି ଦଳ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି । ଏମାନଙ୍କ ମଧ୍ୟରେ ଦୁଇଟି ଦଳଙ୍କ ନାମ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।

ଆଇସିସି ଚାମ୍ପିଆନ୍ସ ଟ୍ରଫି 2013 ବିଜେତା ଭାରତୀୟ ଟିମ୍
ଆଇସିସି ଚାମ୍ପିଆନ୍ସ ଟ୍ରଫି 2013 ବିଜେତା ଭାରତୀୟ ଟିମ୍ ((AFP Photo))
author img

By ETV Bharat Odisha Team

Published : Feb 16, 2025, 3:39 PM IST

ନୂଆଦିଲ୍ଲୀ: 'ମିନି ବିଶ୍ୱକପ୍' ଭାବରେ ଜଣାଶୁଣା ଚାମ୍ପିଅନ୍ସ ଟ୍ରଫିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) 1998 ମସିହାରେ ଆରମ୍ଭ କରିଥିଲା । ପୂର୍ବରୁ ଏହା ICC ନକ୍ ଆଉଟ୍ ଟୁର୍ଣ୍ଣାମେଣ୍ଟ ଭାବେ ଜଣାଶୁଣା ଥିଲା । ପ୍ରତି 4 ବର୍ଷରେ ଥରେ ଖେଳାଯାଉଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଟେଷ୍ଟ ମାନ୍ୟତା ନଥିବା ଦେଶଗୁଡ଼ିକରେ କ୍ରିକେଟ୍ ପାଇଁ ପାଣ୍ଠି ସଂଗ୍ରହ । ପ୍ରଥମ ଦୁଇଟି ସଂସ୍କରଣ କେନିଆ ଏବଂ ବାଂଲାଦେଶରେ ଅନୁଷ୍ଠିତ ହୋଇଥିଲା । ତେବେ ଏହାର ସଫଳତା ଯୋଗୁଁ ପରବର୍ତ୍ତୀ ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଏବଂ ଭାରତ ଭଳି ପ୍ରମୁଖ କ୍ରିକେଟିଂ ଦେଶଗୁଡ଼ିକରେ ଅନୁଷ୍ଠିତ ହୋଇଥିଲା ।

୨୦୦୯ ସଂସ୍କରଣ ପାଇଁ ଫର୍ମାଟକୁ ପରିବର୍ତ୍ତନ କରାଯାଇଥିଲା । ଯାହା ଦ୍ୱାରା କେବଳ ICC ODI ମାନ୍ୟତାର ଶ୍ରେଷ୍ଠ ୮ ଦଳକୁ ସାମିଲ କରାଯାଇଥିଲା । ଟ୍ରଫି ଆରମ୍ଭ ହେବାର 6 ମାସ ପୂର୍ବରୁ ରାଙ୍କିଂ କଟ ଅଫ୍ ସ୍ଥିର କରାଯାଇଥିଲା । ୨୦୧୭ ସଂସ୍କରଣ ପରେ, ଚାମ୍ପିଅନ୍ସ ଟ୍ରଫିକୁ ବନ୍ଦ କରିଦିଆଯାଇଥିଲା ଯାହା ଫଳରେ ତିନୋଟି କ୍ରିକେଟ ଫର୍ମାଟ ପାଇଁ କେବଳ ଗୋଟିଏ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ରହିଯାଇଥିଲା । କିନ୍ତୁ, 2021 ମସିହାରେ, ICC ଚାମ୍ପିଅନ୍ସ ଟ୍ରଫି ଫେରିବା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଯାହା ଏବେ 2025 ଏବଂ 2029ରେ ଆୟୋଜିତ ହେବ ।

ଆସନ୍ତୁ ଜାଣିବା ଚାମ୍ପିଅନ୍ସ ଟ୍ରଫିର ପୂର୍ବ ସଂସ୍କରଣର ବିଜେତାମାନଙ୍କ ବିଷୟରେ...

୧୯୯୮ ରୁ ୨୦୨୪ ପର୍ଯ୍ୟନ୍ତ ICC ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳ :-

ୱିଲ୍ସ ଆନ୍ତର୍ଜାତୀୟ କପ୍ (୧୯୯୮/୯୯) – ଦକ୍ଷିଣ ଆଫ୍ରିକା

ଆଇସିସି ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ( ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଭାବରେ ଜଣାଶୁଣା), ୱିଲ୍ସ ଇଣ୍ଟରନ୍ୟାସନାଲ କପ୍ ନାମରେ ନାମିତ କରାଯାଇଥିଲା । ଏହା ବାଂଲାଦେଶରେ ଆୟୋଜିତ ହୋଇଥିଲା । ଫାଇନାଲ୍ ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ବିଜୟୀ ହୋଇଥିଲା ।

ୱେଷ୍ଟଇଣ୍ଡିଜ୍ – ୨୪୫

ଦକ୍ଷିଣ ଆଫ୍ରିକା- ୨୪୮/୬

ଆଇସିସି ନକଆଉଟ୍ (୨୦୦୦/୦୧) - ନ୍ୟୁଜିଲ୍ୟାଣ୍ଡ

ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ ICC ନକଆଉଟ୍ ନାମରେ ନାମିତ କରାଯାଇଥିଲା । ଯାହାକୁ କେନିଆ ଆୟୋଜନ କରିଥିଲା। ଫାଇନାଲ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ନ୍ୟୁଜିଲାଣ୍ଡ ୪ ୱିକେଟରେ ଜିତିଥିଲା।

ଭାରତ - ୨୬୪/୬

ନ୍ୟୁଜିଲ୍ୟାଣ୍ଡ- ୨୬୫/୬

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୨/୦୩) – ଭାରତ ଏବଂ ଶ୍ରୀଲଙ୍କା

୨୦୦୨ ମସିହାରେ, ପ୍ରଥମ ଥର ପାଇଁ, ICC ଏହି ଟୁର୍ଣ୍ଣାମେଣ୍ଟକୁ ଚାମ୍ପିଅନ୍ସ ଟ୍ରଫି ନାମରେ ନାମିତ କରିଥିଲା । ଏହା ଶ୍ରୀଲଙ୍କାରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାର ଥିଲା । କିନ୍ତୁ, ବର୍ଷା ଯୋଗୁଁ ଫାଇନାଲ ମ୍ୟାଚ ବାତିଲ ହୋଇଥିଲା ଏବଂ ଟ୍ରଫି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବଣ୍ଟା ଯାଇଥିଲା ।

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୪) – ୱେଷ୍ଟଇଣ୍ଡିଜ୍

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଚତୁର୍ଥ ସଂସ୍କରଣ ଇଂଲଣ୍ଡରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ୍ ଆୟୋଜକ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୭ ରନ କରିଥିଲା, ଯାହାକୁ ୱେଷ୍ଟଇଣ୍ଡିଜ୍ ୨ ୱିକେଟ ବାକି ଥାଇ ହାସଲ କରିଥିଲା।

ଇଂଲଣ୍ଡ - ୨୧୭ ରନ୍

ୱେଷ୍ଟଇଣ୍ଡିଜ୍- ୨୧୮/୮

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୬/୦୭) – ଅଷ୍ଟ୍ରେଲିଆ

ଭାରତ ୨୦୦୬-୦୭ରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଥିଲା। ଫାଇନାଲ୍ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦୦ ରନ କରିଥିଲା। ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟକୁ 6 ୱିକେଟରେ ହାସଲ କରିଥିଲା ।

ନ୍ୟୁଜିଲ୍ୟାଣ୍ଡ - ୨୦୦/୯

ଅଷ୍ଟ୍ରେଲିଆ- ୨୦୬/୪

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୦୯/୧୦) - ଅଷ୍ଟ୍ରେଲିଆ

ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ୟାଚ୍ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ଅଷ୍ଟ୍ରେଲିଆ 8 ୱିକେଟରେ ଜିତିଥିଲା ​​ଏବଂ ଲଗାତାର ଦ୍ୱିତୀୟ ଥର ପାଇଁ ଟ୍ରଫି କବଜା କରିଥିଲା।

ୱେଷ୍ଟଇଣ୍ଡିଜ୍ - ୧୩୮

ଅଷ୍ଟ୍ରେଲିଆ- ୧୧୬/୨

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୧୩) – ଭାରତ

୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ଇଂଲଣ୍ଡ ଦ୍ୱାରା ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚ୍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୫ ରନ୍‌ରେ ବିଜୟୀ ହୋଇ ପ୍ରଥମ ଥର ପାଇଁ ଏହି ଟ୍ରଫି କବଜା କରିଥିଲା।

ଭାରତ - ୧୨୯/୭

ଇଂଲଣ୍ଡ - ୧୨୪/୮

ଆଇସିସି ଚାମ୍ପିଅନ୍ସ ଟ୍ରଫି (୨୦୧୭) - ପାକିସ୍ତାନ

ଆଇସିସି ଚାମ୍ପିଅନ୍ସ ଟ୍ରଫିର ଶେଷ ସଂସ୍କରଣ ୨୦୧୭ରେ ଖେଳାଯାଇଥିଲା। ଯାହା ଇଂଲଣ୍ଡରେ ଆୟୋଜିତ ହୋଇଥିଲା। ଫାଇନାଲ ମ୍ୟାଚ୍ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଖେଳାଯାଇଥିଲା। ଯେଉଁଥିରେ ପାକିସ୍ତାନ ଭାରତକୁ 180 ରନରେ ପରାସ୍ତ କରିଥିଲା।

ପାକିସ୍ତାନ- ୩୩୮/୪

ଭାରତ- ୧୫୮

ଆଇସିସି ଚାମ୍ପିଅନ୍ସ ଟ୍ରଫି 2021 ଭାରତରେ ଆୟୋଜିତ ହେବାର ଥିଲା । କିନ୍ତୁ କରୋନା ଯୋଗୁଁ ICC ଏହି ଟୁର୍ଣ୍ଣାମେଣ୍ଟକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟ ଏବେ 8 ବର୍ଷ ପରେ 2025 ରେ ଫେରୁଛି । ଏହାର ଆୟୋଜନ ପାକିସ୍ତାନକୁ ଦିଆଯାଇଛି। ହେଲେ ଭାରତ ତାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.