ଓଡିଶା

odisha

ETV Bharat / entertainment

ଅନ୍ତର୍ଜାତୀୟ ମହିଳା ଦିବସ; ଫ୍ୟାନ୍ସଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - International Womens Day 2024

Celebs Wishes Fans On Womens Day 2024: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସବୁଠି ଉତ୍ସାହର ମାହୋଲ । ଏହି ଅବସରରେ ଫ୍ୟାନ୍ସଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବଲିଉଡ ସାଉଥ ସେଲିବ୍ରିଟି । ଅଧିକ ପଢ଼ନ୍ତୁ

ଅନ୍ତର୍ଜାତୀୟ ମହିଳା ଦିବସ; ଫ୍ୟାନ୍ସଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ଅନ୍ତର୍ଜାତୀୟ ମହିଳା ଦିବସ; ଫ୍ୟାନ୍ସଙ୍କୁ ଏମିତି ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

By ETV Bharat Odisha Team

Published : Mar 8, 2024, 2:24 PM IST

ହାଇଦ୍ରାବାଦ:ଆଜି ମାର୍ଚ୍ଚ ୮ରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ବିଶେଷ ଦିନକୁ ସେଲିବ୍ରିଟି ମଧ୍ୟ ଉତ୍ସାହର ସହ ପାଳନ କରୁଥିବା ବେଳେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ମହିଳା ଦିବସର ଶୁଭକାମନା ଜଣାଇଛନ୍ତି । ଅଭିନେତ୍ରୀ ଆଲିଆ ଭଟ୍ଟ, ଚିରଞ୍ଜିବୀ ଏବଂ କମଲ ହାସନଙ୍କ ଭଳି ତାରକା ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ମହିଳା ଦିବସର ଶୁଭକାମନା ଜଣାଇଛନ୍ତି ।

କମଲ ହାସନ ଏବଂ ଚିରଞ୍ଜିବୀ ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ମହିଳା ଦିବସରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଛନ୍ତି । କମଲ ମହିଳାଙ୍କ ସୁରକ୍ଷା, ସମାନତା ଏବଂ ସମ୍ମାନ ପାଇଁ ବାର୍ତ୍ତା ଦେଇଥିବା ବେଳେ ଜୀବନରେ ମହିଳାଙ୍କ ଅବଦାନକୁ ପ୍ରତିପାଦିତ କରିଛନ୍ତି । ସେହିପରି ଆଲିଆ ନିଜ ଝିଅ ରାହା ଏବଂ ସମସ୍ତ ମହିଳା ଫ୍ୟାନ୍ସଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭକାମନା ଜଣାଇଛନ୍ତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଅଭିନେତା ନିଜ ପୋଷ୍ଟ ସେୟାର କରିଛନ୍ତି ।

ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମର ଏକ ଲାଲ ହାର୍ଟ ଫଟୋ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି, 'ମୋର ଛୋଟ ମହିଳା ଏବଂ ମୁଁ ଏହାକୁ ସମସ୍ତଙ୍କ ସହ ସେୟାର କରୁଛି । ମହିଳାଙ୍କୁ ମହିଳା ଦିବସର ଶୁଭକାମନା । ଆଜି ଏକ ମିନିଟ ସମୟ ବାହାର କରି ନିଜ ଜୀବନର ସବୁ ଦିନକୁ ମନେ ପକାଇ ସେଲିବ୍ରେସନ କରନ୍ତୁ ।'

ସେହିପରି କମଲ ହାସନ ନିଜ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ଆମ ଜୀବନରେ ମହିଳାମାନଙ୍କର ଅବଦାନ ଅତୁଳନୀୟ । ଆଜିର ଦିନରେ ପ୍ରତ୍ୟେକ ପୁରୁଷ ସେମାନଙ୍କର ସମ୍ମାନ ଏବଂ ସେମାନଙ୍କ ସୁରକ୍ଷା କରିବାକୁ ଶପଥ ନେବା ଉଚିତ । ନାରୀବାଦକୁ ଆପଣାନ୍ତୁ ଏବଂ ସମସ୍ତ ନାରୀଙ୍କୁ ସମ୍ମାନ ଦିଅନ୍ତୁ । ସମସ୍ତ ମହିଳାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅନେକ ଅନେକ ଶୁଭେଚ୍ଛା ।'

ସେହିପରି ଚିରଞ୍ଜିବୀ ବିଶ୍ୱର ମହିଳାମାନଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇ ସେମାନଙ୍କୁ ବିଶ୍ୱ ଜୀବନ ଶକ୍ତି ଭାବରେ ସ୍ୱୀକାର କରିଛନ୍ତି ଏବଂ ତାଙ୍କୁ ସମର୍ଥନ କରିଥିବା ଏବଂ ପ୍ରେରଣା ଦେଇଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "ଦୁନିଆର ସମସ୍ତ ମହିଳାଙ୍କୁ ମହିଳା ଦିବସର ଶୁଭେଚ୍ଛା । ଆପଣମାନେ ଏହି ଜଗତର ଜୀବନ ଶକ୍ତି ଅଟନ୍ତି । ଆପଣମାନେ ଆଗକୁ ବଢନ୍ତୁ ଏବଂ ସମସ୍ତଙ୍କୁ ପ୍ରେରଣା ଯୋଗାଉଥାନ୍ତୁ । ମୋ ଜୀବନର ସମସ୍ତ ମହିଳାଙ୍କ ପାଇଁ ଏକ ବିଶେଷ ଉଲ୍ଲେଖ ରହିଛି । ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ସମସ୍ତ ମହିଳାଙ୍କୁ ହାର୍ଦ୍ଦିକ ଶୁଭକାମନା ।''

ଏହା ମଧ୍ୟ ପଢନ୍ତୁ:ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୪: ମହିଳାଙ୍କ କାହାଣୀକୁ ନେଇ ନିର୍ମିତ ଏହି ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ

ABOUT THE AUTHOR

...view details