ହାଇଦ୍ରାବାଦ:ନାଗା ଅଶ୍ୱିନଙ୍କ ନିର୍ଦ୍ଦେଶିତ 'କଲ୍କି 2898 AD' ବର୍ଷର ସବୁଠାରୁ ବଡ ତଥା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆଜି ପ୍ରେକ୍ଷାଳୟକୁ ଆସିଛି । ଏହା ଏକ ସାଇନ୍ସ ଫିକ୍ସନ୍ ଫିଲ୍ମ ହୋଇଥିବା ବେଳେ ଏଥିରେ ପ୍ରଭାସ, ଦୀପିକା ପାଦୁକୋନ, ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପାଟାନିଙ୍କ ସମେତ ଅନେକ କଳାକାର ଶକ୍ତିଶାଳୀ ଭୂମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ର ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ୫୦କୋଟିରୁ ଅଧିକ ଟଙ୍କା କଲେକ୍ସନ କରି ରେକର୍ଡ ସୃଷ୍ଟି କରିଛି । କେବଳ ଏତିକି ନୁହେଁ ଫିଲ୍ମ ପ୍ରଥମ ଦିନର ସୋ' ହାଉସଫୁଲ ରହିଛି । ତେବେ ଏହାକୁ ଦେଖି ଫିଲ୍ମ ପ୍ରଥମ ଦିନରେ ବମ୍ପର କଲେକ୍ସନ ସହ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ର 2024 ବର୍ଷର ସର୍ବୋଚ୍ଚ ଓପନର ହୋଇପାରେ ।
ପ୍ରଥମ ଦିନରେ ବମ୍ପର କଲେକ୍ସନ କରିବ ‘କଲ୍କି 2898 AD’
‘କଲ୍କି 2898 AD’ ଭାରତର ସମସ୍ତ ଭାଷାରେ ୨୦ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିସାରିଛି । ସାକନିକଙ୍କ ରିପୋର୍ଟ ଅନୁଯାୟୀ, ‘କଲ୍କି 2898 AD’ କେବଳ ତେଲୁଗୁ ଭାଷାରେ ୧୫ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରିଛି । ତେବେ ଏହି ଚଳଚ୍ଚିତ୍ରଟି ମୋଟ ଆଡଭାନ୍ସ ବୁକିଂରେ ସାରା ଦେଶରେ ୫୫କୋଟିରୁ ଅଧିକ ଆୟ କରିସାରିଛି । ଏହାକୁ ଦେଖି ଫିଲ୍ମ ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନରେ ୧୪୦କୋଟିରୁ ଅଧିକ ଟଙ୍କା ସହ ଓପନିଂ କରିବାର ପୂର୍ବାନୁମାନ କରିଥିବାରୁ ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ।
ଦେଶ ନୁହେଁ ବିଦେଶରେ ମଧ୍ୟ ଫିଲ୍ମର ଜବରଦସ୍ତ କଲେକ୍ସନ
ଦେଶ ସମେତ ବିଦେଶରେ ମଧ୍ୟ ଫିଲ୍ମ ରିଲିଜ ହୋଇଥିବା ବେଳେ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ପ୍ରଥମ ଦିନ ପାଇଁ ଉତ୍ତର ଆମେରିକାରେ ପ୍ରାୟ ୧ ମିଲିୟନରୁ ଅଧିକ ଟିକେଟ୍ ବିକ୍ରି ହୋଇଛି । ଫଳରେ ଫିଲ୍ମ ଆଡଭାନ୍ସ ବୁକିଂରେ ୩.୫ ମିଲିୟନ ଡଲାର କଲେକ୍ସନ କରିଛି । ଏହାକୁ ଦେଖି କୁହାଯାଇପାରେ ଯେ, ସର୍ବଭାରତୀୟ ସ୍ତରରେ ଏହି ଚଳଚ୍ଚିତ୍ର ୨୦୦କୋଟି ଟଙ୍କା ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।