ଓଡିଶା

odisha

ETV Bharat / entertainment

କାନ୍ସରେ ଚମକିଲା ଭାରତ, ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ ହେଲା ଏହି ଫିଲ୍ମ - INDIAN FILM WINS AT CANNES 2024 - INDIAN FILM WINS AT CANNES 2024

FTII Student Film Wins At Cannes: ଚଳିତ ବର୍ଷ କାନ୍ସ ୨୦୨୪ରେ ଅନେକ ଭାରତୀୟ ତାରକା ଏବଂ ଫିଲ୍ମ ଦମଦାର ପ୍ରଦର୍ଶନ କରୁଛନ୍ତି । ଐଶ୍ୱର୍ଯ୍ୟା ରାୟ, କିଆରା ଆଡଭାନୀଙ୍କ ଭଳି ଭାରତୀୟ ଅଭିନେତ୍ରୀମାନେ ରେଡ କାର୍ପେଟରେ ନିଜ ଫ୍ୟାଶନ ସହ ସମସ୍ତଙ୍କ ହୃଦୟ ଜିତିଥିବାବେଳେ ଏବେ ଭାରତକୁ ମିଳିଛି ଆଉ ଏକ ସଫଳତା । କାନ୍ସରେ ଭାରତର ପ୍ରତିଷ୍ଠାନ FTIIର ଚଳଚ୍ଚିତ୍ର 'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' ପୁରସ୍କୃତ କରାଯାଇଛି । ଅଧିକ ପଢନ୍ତୁ

କାନ୍ସରେ ଚମକିଲା ଭାରତ,ଖାସ୍ ଆୱାର୍ଡରେ ସମ୍ମାନିତ ହେଲା ଏହି ଭାରତୀୟ ଫିଲ୍ମ
କାନ୍ସରେ ଚମକିଲା ଭାରତ,ଖାସ୍ ଆୱାର୍ଡରେ ସମ୍ମାନିତ ହେଲା ଏହି ଭାରତୀୟ ଫିଲ୍ମ (Instagram)

By ETV Bharat Odisha Team

Published : May 24, 2024, 3:39 PM IST

ହାଇଦ୍ରାବାଦ:ବର୍ତ୍ତମାନ ଫ୍ରାନ୍ସରେ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ (କାନ୍ସ 2024) ଜାରି ରହିଛି । ଏହି ଇଭେଣ୍ଟରେ ଭାରତୀୟ ଅଭିନେତ୍ରୀଙ୍କ ଠାରୁ ଆରମ୍ବ କରି ହଲିଉଡ ପର୍ଯ୍ୟନ୍ତ ଅଭିନେତ୍ରୀମାନେ ରେଡ କାର୍ପେଟରେ ନିଜର ଜଲୱା ଦେଖାଉଛନ୍ତି । କାନ୍ସରେ ଐଶ୍ୱର୍ଯ୍ୟା ରାୟ, କିଆରା ଆଡଭାନୀ, ଜ୍ୟାକଲିନ ଫର୍ଣ୍ଣାଡିଜ ଭଳି ଭାରତୀୟ ଅଭିନେତ୍ରୀ ନିଜ ଗ୍ଲାମର ଲୁକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଅନେକ ଭାରତୀୟ ଫିଲ୍ମ ପ୍ରିମିୟର ମଧ୍ୟ ହୋଇଛି । ବର୍ତ୍ତମାନ ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ FTII ଦ୍ୱାରା ନିର୍ମିତ ଫିଲ୍ମ ଦ୍ୱିତୀୟ ଥର ପାଇଁ ପୁଣି କାନ୍ସରେ ପୁରସ୍କାର ଲାଭ କରିଛି । 'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ' ଖାସ୍ ଆୱାର୍ଡରେ ପୁରସ୍କୃତ ହୋଇଛି ।

'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' ଏହି ପୁରସ୍କାରରେ ସମ୍ମାନିତ

ଚିଦାନନ୍ଦ ଏସ ନାୟକଙ୍କ ଫିଲ୍ମ 'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' ଶ୍ରେଷ୍ଠ ସଟ ଷ୍ଟୋରୀ ପାଇଁ 'ଲା ସିନେଫ'ର ପ୍ରଥମ ପୁରସ୍କାର ଜିତିଛି, ଯାହା ଭାରତ ପାଇଁ ଏକ ବଡ଼ ବିଜୟ ଅଟେ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଚଳଚ୍ଚିତ୍ର ପାଇଥିବା ସମ୍ମାନ ନେଇ ଖୁସି ବ୍ୟକ୍ତ କରି କରିଛନ୍ତି ଚିଦାନନ୍ଦ । ସେ କହିଛନ୍ତି, "ଆମ ପାଖରେ କେବଳ ଚାରି ଦିନ ଥିଲା । ମୋତେ କୁହାଯାଇଥିଲା ଯେ ମୁଁ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍ ନୁହେଁ । ଏହା କର୍ଣ୍ଣାଟକର ଲୋକନୃତ୍ୟ ଉପରେ ଆଧାରିତ ଏକ ଚଳଚ୍ଚିତ୍ର । ଏଗୁଡ଼ିକ ହେଉଛି କାହାଣୀ ଯାହାକୁ ଆମେ ଶୁଣିବାରେ ବଡ଼ ହୋଇଛୁ । ମୁଁ ପିଲାଦିନରୁ ଏହି ଧାରଣା ଅନୁସରଣ କରିଆସୁଛି । ତେବେ ଆଜି ଏଥିପାଇଁ ସମ୍ମାନ ପାଇଁ ମୁଁ ବହୁତ ଖୁସି ।''

ଦୁଇ ଦୁଇ ଥର ପୁରସ୍କୃତ ହୋଇଛି FTII ଦ୍ୱାରା ନିର୍ମିତ ଫିଲ୍ମ

ସୂଚନା ଥାଉ କି, ଏହା ପ୍ରଥମ ଥର ନୁହେଁ ଯେ ଏକ FTII ଚଳଚ୍ଚିତ୍ରକୁ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହାପୂର୍ବରୁ ୨୦୨୦ ମସିହାରେ, FTIIର ଅଶ୍ମିତା ଗୁହା ନିୟୋଗୀ ମଧ୍ୟ ଫିଲ୍ମ 'କ୍ୟାଟଡଗ୍' ପାଇଁ ପୁରସ୍କାର ପାଇଥିଲେ ।

'ସନଫ୍ଲାଭାର ୱେର ଦ ଫାଷ୍ଟ ୱାନ୍ସ'ର କାହାଣୀ କ'ଣ?

FTII ନିଜେ ମଧ୍ୟ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ଏନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ, କାରଣ ଭାରତୀୟ ଚଳଚ୍ଚିତ୍ର ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ପ୍ରଥମ ପୁରସ୍କାର ପାଇଛି । ଚିଦାନନ୍ଦ ଏସ୍ ନାୟକଙ୍କ ଫିଲ୍ମ 'ସନଫ୍ଲାୱାର ୱେର ଦ ଫାଷ୍ଟ ୱାନ୍ସ' କାହାଣୀ କନ୍ନଡରେ ରହୁଥିବା ଲୋକଙ୍କ କାହାଣୀ ଉପରେ ଆଧାରିତ ।

ଏହା ମଧ୍ୟ ପଢନ୍ତୁ:କାନ୍ସ ଫିଲ୍ମ ଫେଷ୍ଟିଭାଲ; ଓପନିଂ ସେରମନିରେ ସମ୍ମାନିତ ହେଲେ ମେରିଲ ଷ୍ଟ୍ରିପ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details