ଓଡିଶା

odisha

ETV Bharat / entertainment

ଓଟିଟିରେ ରିଲିଜ ହେଲା ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର' - Fighter OTT Release

Fighter OTT Release: ଓଟିଟିରେ ରିଲିଜ ହୋଇଛି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର' । ଆସନ୍ତୁ ଜାଣିବା ଫିଲ୍ମ କେବେ ଓ କେଉଁ ପ୍ଲାଟଫର୍ମରେ ରିଲିଜ ହେବ ।

Fighter OTT Release
Fighter OTT Release

By ETV Bharat Odisha Team

Published : Mar 21, 2024, 10:08 AM IST

ମୁମ୍ବାଇ: ବଡ ପରଦା ପରେ ଏବେ ଓଟିଟିରେ ରିଲିଜ ହୋଇଛି ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଫାଇଟର' । ପରଦାରେ ଲୋକେ ଏହି ଫିଲ୍ମକୁ ପସନ୍ଦ କରିବା ସହ ବେଶ ପ୍ରଶଂସା କରିଥିଲେ । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ଯେଉଁମାନେ ପ୍ରେକ୍ଷାଳୟରେ ଫିଲ୍ମକୁ ଦେଖି ପାରି ନ ଥିଲେ ସେମାନଙ୍କ ପାଇଁ ଖୁସି ଖବର ଯେ ସେମାନେ ଓଟିଟି ପ୍ଲାଟଫର୍ମରେ ଆଜିଠୁ ଦେଖି ପାରିବେ । ଏଥିରେ ଫିଲ୍ମରୁ କଟାଯାଇଥିବା ସିନ ଓ ଗୀତ ମଧ୍ୟ ସାମିଲ କରାଯାଇଛି ।

ନେଟଫ୍ଲିକ୍ସ ଇଣ୍ଡିଆର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ଝଲକ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ଫାଇଟର ଲୋଡିଂ ପାଇଁ ପ୍ରସ୍ତୁତ । ଫିଲ୍ମ ଆଜି(ଗୁରୁବାର) ରାତି ୧୨ ଟାରେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଷ୍ଟାରର ଫିଲ୍ମ 'ଫାଇଟର' ଜାନୁଆରୀ ୨୬ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ 'ବ୍ୟାଙ୍ଗ ବ୍ୟାଙ୍ଗ' ଓ 'ଓ୍ବାର' ପରେ ହ୍ରିତିକ ରୋଶନ ଓ ସିଦ୍ଧାର୍ଥ ଆନନ୍ଦଙ୍କ ମଧ୍ୟରେ ତୃତୀୟ କୋଲାବରେସନ ।

ଫିଲ୍ମକୁ ନେଇ ହ୍ରିତିକ ରୋଶନ କହିଛନ୍ତି, 'ଫାଇଟର ଭାରତୀୟ ବାୟୁସେନା ପ୍ରତି ଆମର ଶ୍ରଦ୍ଧାଞ୍ଜଳି । ଏହା ନେଟଫ୍ଲିକ୍ସରେ ରିଲିଜ ହେବା ସହିତ ମୁଁ ପ୍ରତିକ୍ରିୟାକୁ ଅପେକ୍ଷା କରିଛି । ଏଥିସହ ମୁଁ ଆଶା କରୁଛି ଯେ ଦର୍ଶକ 'ଫାଇଟର୍' ପସନ୍ଦ କରିବେ । ମାର୍ଚ୍ଚ 21ରେ ନେଟଫ୍ଲିକ୍ସରେ OTT ରିଲିଜ୍ ପାଇଁ ଏହା ପ୍ରସ୍ତୁତ । OTT ସଂସ୍କରଣରେ ଫିଲ୍ମରୁ ଡିଲିଟ ହୋଇଥିବା ଦୃଶ୍ୟ ଏବଂ 'ବେକର ଦିଲ' ପରି ଗୀତ ଅନ୍ତର୍ଭୁକ୍ତ ହେବ । ଏହି ଚଳଚ୍ଚିତ୍ରରେ କରଣ ସିଂ ଗ୍ରୋଭର, ଅନିଲ କପୁର ଏବଂ ଅକ୍ଷୟ ଓବରୋଇ ମଧ୍ୟ ବିଶେଷ ଭୂମିକା ଗ୍ରହଣ କରିଛନ୍ତି ।'

ଏହା ମଧ୍ୟ ପଢନ୍ତୁ-ଫାଇଟରକୁ ପ୍ରଶଂସାରେ ପୋତି ପକାଇଲେ ଆର ମାଧବନ

ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଏରିୟଲ ଆକ୍ସନ ଫିଲ୍ମର କାହାଣୀ ଭାରତୀୟ ବାୟୁସେନା ଯୁଦ୍ଧ ବିମାନ ପାଇଲଟଙ୍କ ଉପରେ ଆଧାରିତ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ଗଣତନ୍ତ୍ର ଦିବସ ଅବସରରେ ରିଲିଜ ହୋଇଛି । ଭିଆକମ୍ 18 ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସ ଦ୍ୱାରା ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଦୀପିକା ପାଦୁକୋନ, ହ୍ରିତିକ ରୋଶନ, କରଣ ସିଂ ଗ୍ରୋଭର ଏବଂ ଅନୀଲ କପୁର, ଅକ୍ଷୟ ଅବରୋଏ ନଜର ଆସିଛନ୍ତି । ତେବେ ଦୀପିକା, ଅନୀଲଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଛନ୍ତି ହ୍ରିତିକ ।

ABOUT THE AUTHOR

...view details