ହାଇଦ୍ରାବାଦ:ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ 'କୁଲି' ଟିମକୁ ଇଲାୟାରାଜାଙ୍କ ଲିଗାଲ ନୋଟିସ୍ ମାମଲା । ପ୍ରତିକ୍ରିୟା ରଖିଛନ୍ତି ଅଭିନେତା । ସେ କହିଛନ୍ତି, ଏହା ନିର୍ମାତା ଏବଂ ସଙ୍ଗୀତକାରଙ୍କ ମଧ୍ୟରେ ଏକ ପ୍ରସଙ୍ଗ । ସେମାନେ ମିଶି ଏହାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନା ଥାଉ କି, ତାଙ୍କ ବିନା ଅନୁମତିରେ ଫିଲ୍ମରେ ତାଙ୍କ ଗୀତ ବ୍ୟବହାର କରାଯାଇଥିବା ନେଇ ଭେଟେରାନ୍ ସଂଗୀତକାର ଇଲାୟାରାଜା 'କୁଲି' ଟିମକୁ ଏକ ଲିଗାଲ ନୋଟିସ୍ ପଠାଇଥିଲେ ।
ସୂଚନା ଅନୁସାରେ, ନିକଟଟରେ 'କୁଲି' ଟିଜର ମୁକ୍ତିଲାଭ କରିଥିଲା । ରଜନୀକାନ୍ତଙ୍କ ସ୍ୱାଗ ଏବଂ ଆକ୍ସନରେ ଏହି ଟିଜରରେ ଦମଦାର ହୋଇଥିବା ବେଳେ ଏହାର ପୃଷ୍ଠଭୂମିରେ ବାଜୁଥିବା ସଙ୍ଗୀତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ରିପୋର୍ଟ ଅନୁଯାୟୀ, କୁଲିର ଟିଜରରେ ଇଲାୟାରାଜାଙ୍କ ଗୀତ 'ୱା ୱା ପାଖମ ୱା'କୁ ରିକ୍ରିଏଟ କରିଛନ୍ତି । ଯାହାକୁ ନେଇ କପିରାଇଟ୍ ଅଭିଯୋଗରେ ଇଲାୟାରାଜା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କୁଲି ଟିମକୁ ଲିଗାଲ ନୋଟିସ୍ ପଠାଇଛନ୍ତି । କପିରାଇଟ୍ ଆକ୍ଟ ୧୯୫୭ ଅନୁଯାୟୀ ଇଲାୟାରାଜା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଥିସହ ସହ ଇଲାୟାରାଜା ନିର୍ମାତାଙ୍କୁ ଧମକ ମଧ୍ୟ ଦେଇଛନ୍ତି ଯେ, ଯଦି ଫିଲ୍ମରୁ ସେ ଏହି ଗୀତ ନ ହଟାନ୍ତି ତେବେ ସେ ଫିଲ୍ମ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।