ମୁମ୍ବାଇ:ଗତ କିଛି ଦିନ ଧରି ଲାଗିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇ ଅଲଗା ହୋଇଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନକୋଭିକ । ଉଭୟ ମିଳିତ ବିବୃତ୍ତି ଜାରି କରି ଛାଡପତ୍ର ନେଇ ଘୋଷଣା କରିଛନ୍ତି । ନିକଟରେ ନତାଶା ନିଜ ପିତାମାତାଙ୍କ ଘରକୁ ଚାଲିଯାଇଥିଲେ । ନିକଟରେ ଅମ୍ବାନୀ ସେରିମନିରେ ମଧ୍ୟ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନଥିଲା । ଏହାପରେ ଉଭୟଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।
ହାର୍ଦ୍ଦିକ ଓ ନତାଶା ଉଭୟ ଏନେଇ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି । ଏହି ନିଷ୍ପତ୍ତି ଉଭୟଙ୍କ ପାଇଁ ବେଶ ମୁସ୍କିଲ ଥିଲା ବୋଲି ଉଲ୍ଲେଖ କରିଛନ୍ତି । ପୋଷ୍ଟରେ ହାର୍ଦ୍ଦିକ ଲେଖିଛନ୍ତି, "4ବର୍ଷ ସାଥୀରେ ରହିବା ପରେ, ନତାଶା ଓ ମୁଁ ଆପୋଷ ସହମତିରେ ଏହି ନିଷ୍ପତ୍ତି ନେଇଛୁ । ଏହି ସମ୍ପର୍କକୁ ବଞ୍ଚାଇ ରଖିବା ପାଇଁ ଆମେ ଉଭୟ ଉଦ୍ୟମ କରିଥିଲୁ । କିନ୍ତୁ ଏବେ ଅଲଗା ହେବା ଆମ ଦୁହିଁଙ୍କ ପାଇଁ ଠିକ ବୋଲି ହୃଦୟଙ୍ଗମ କରିଛୁ । ଏହି ନିଷ୍ପତ୍ତି ଆମ ପାଇଁ ବହୁତ ମୁସ୍କିଲ ଥିଲା ।"
ପୁଅ ଅଗସ୍ତ୍ୟ ପାଇଁ ଏପରି କହିଲେ...
ଏହି ପୋଷ୍ଟରେ ହାର୍ଦ୍ଦିକ ପୁଅ ଅଗସ୍ତ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି, "ଆମେ ଅଗସ୍ତ୍ୟକୁ ପାଇ ବହୁତ ଭାଗ୍ୟଶାଳୀ । ଯିଏକି ଏବେ ଯେମିତି ଆଗକୁ ମଧ୍ୟ ଆମ ଜୀବନର ଆଧାର ହୋଇ ରହିବ । ଆମେ ଉଭୟ ମିଶି ତାର ଦେଖାରଖା କରିବୁ । ତାକୁ ଦୁନିଆର ସବୁ ଖୁସି ମିଳୁ, ସେ ନେଇ ଆମେ ଚେଷ୍ଟା କରିବୁ । ତା ଖୁସି ପାଇଁ ଆମେ ସବୁ କିଛି କରିବୁ । ଆଶା ଆପଣମାନେ ଆମକୁ ସହଯୋଗ କରିବେ । ଏହି କଠିନ ସମୟରେ ଆମ ବ୍ୟକ୍ତିଗତ ଜୀବନକୁ ବୁଝିବେ ।"
ବାପଘରକୁ ଫେରିଲେ ନତାଶା:-