ହାଇଦ୍ରାବାଦ: ମାଆ ହେବେ ଦୀପିକା ପାଦୁକୋନ । ଯାହାକୁ ନେଇ ବର୍ତ୍ତମାନ ଶିରୋନାମାରେ ରହିଛନ୍ତିବଲିଉଡ ଲୋକପ୍ରିୟ ଦମ୍ପତି ରଣଭୀର ସିଂ ଏବଂ ଦୀପିକା । ଦୀପିକା ପାଦୁକୋନଙ୍କ ବିଷୟରେ ଖବର ଆସିଥିଲା ଯେ ସେ ସେପ୍ଟେମ୍ବରରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି । ଏପରି ସମୟରେ ବର୍ତ୍ତମାନ ଦୀପିକା ପାଦୁକୋନଙ୍କୁ ଶନିବାର ମୁମ୍ବାଇର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗର୍ଭବତୀ ଦୀପିକା ପାଦୁକୋନ ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଏହି ଖବର ଆସିବା ପରେ କୁନି ଅତିଥି ଅପେକ୍ଷାରେ ରହିଛନ୍ତି ପରିବାର ଓ ଫ୍ୟାନ୍ସ ।
ହସ୍ପିଟାଲରେ ଭର୍ତ୍ତି ଦୀପିକା
କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀ ଯେକୌଣସି ସମୟରେ ଏକ ସନ୍ତାନ ପ୍ରସବ କରିପାରନ୍ତି । ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଥିଲେ । ସେପ୍ଟେମ୍ବରର ଶେଷ ସପ୍ତାହରେ ଦୀପିକା ଏକ ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋର ଧରିଥିଲା । ବର୍ତ୍ତମାନ କୁହାଯାଉଛି ଯେ ଏହି ଦମ୍ପତି ଏବଂ ସେମାନଙ୍କ ପରିବାର ସିଜରିଆନ୍ ଡେଲିଭରି (ସି-ସେକ୍ସନ୍) ମାଧ୍ୟମରେ ଶିଶୁକୁ ସ୍ୱାଗତ କରିବାକୁ ଯୋଜନା କରିଛନ୍ତି, ତେଣୁ ଅଭିନେତ୍ରୀଙ୍କୁ ଏଚ୍.ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସିଦ୍ଧିବିନାୟକଙ୍କ ଦର୍ଶନ କରିଥିଲେ ଦୀପିକା-ରଣଭୀର