ଓଡିଶା

odisha

ETV Bharat / entertainment

ଓଡ଼ିଶାରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରା, ରାମ୍ପ ୱାକରେ ଦେଖାଇଲେ ଜଲୱା - ସାନ୍ୟା ମଲହୋତ୍ରା

Bollywood Actress Sanya Malhotra: ଓଡ଼ିଶାରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରା । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଫେସନ ନେକ୍ସଟ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମଡ଼େଲମାନଙ୍କ ସହ କଲେ ରାମ୍ପ ୱାକ । ଅଧିକ ପଢ଼ନ୍ତୁ

ସାନ୍ୟା ମଲହୋତ୍ରା
ସାନ୍ୟା ମଲହୋତ୍ରା

By ETV Bharat Odisha Team

Published : Mar 3, 2024, 12:21 PM IST

Updated : Mar 3, 2024, 2:08 PM IST

ସାନ୍ୟା ମଲହୋତ୍ରା

ଭୁବନେଶ୍ବର:ଓଡ଼ିଶାରେ ବଲିଉଡ ଅଭିନେତ୍ରୀ ସାନ୍ୟା ମଲହୋତ୍ରା । ଭୁବନେଶ୍ୱରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଓଡ଼ିଶାର କଳାସଂସ୍କୃତିକୁ କଲେ ପ୍ରଶଂସା । ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଫେସନ ନେକ୍ସଟ ଫେଷ୍ଟିଭାଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମଡ଼େଲମାନଙ୍କ ସହ କଲେ ରାମ୍ପ ୱାକ । ଯେଉଁଠି ସେ ଭାରତର ଜଣାଶୁଣା ଫ୍ୟାସନ ଡିଜାଇନର ନଚିକେତ ବରଭେଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ ଓ ଶାଢ଼ୀ ପିନ୍ଧି ମଡେଲମାନଙ୍କ ସହ ୱାକରେ ଚାଲି ନିଜର ଜଲୱା ଦେଖାଇଛନ୍ତି ।

ତେବେ ଭୁବନେଶ୍ୱର ଆସିଥିବା ବେଳେ ନିଜର ପ୍ରତିକ୍ରିୟା ରଖି ସାନ୍ୟା ମଲହୋତ୍ରା କହିଛନ୍ତି, "ଏହା ମୋର ଦ୍ୱିତୀୟ ଥର ପାଇଁ ଓଡିଶା ଗସ୍ତ । ଓଡିଶା ମତେ ବହୁତ ସୁନ୍ଦର ଲାଗେ । ଏଠାକାର ଲୋକମାନେ ବହୁତ ସରଳ ଆଉ ସୁନ୍ଦର । ବିଶେଷ କରି ଭୁବନେଶ୍ୱର ବହୁତ ସୁନ୍ଦର ସହର, ମତେ ଏଠାରେ ବୁଲିବାକୁ ବେଶ୍‌ ପସନ୍ଦ । କମ ସମୟ ପାଇଁ ଆସୁଥିବାରୁ ଦୁର୍ଭାଗ୍ୟ ବଶତଃ ବୁଲି ପାରୁନାହିଁ । ଆଗକୁ ଆସିଲେ ନିଶ୍ଚୟ ଓଡିଶା ଓ ଭୁବନେଶ୍ୱରର ଭଲ ଭଲ ସ୍ଥାନ ବୁଲିବି । ଜଗନ୍ନାଥଙ୍କ ଦର୍ଶନ କରିବି । ଏହା ମୋର ବହୁଦିନର ଅଭିଳାଷ । ଏହାସହ ଓଡିଶା କଳାର ରାଜ୍ୟ ହୋଇଥିବା ବେଳେ ଏଠାରେ ମୋର ସୁଟିଂ ପାଇଁ ବହୁତ ଇଚ୍ଛା ଅଛି ।"

ସାନ୍ୟା ଏହା ମଧ୍ୟ କହିଛନ୍ତି, "ମୁଁ ଓଡ଼ିଶାର ଡ଼ାଲମା ଖାଇବି । ଶାଢ଼ୀ ମୋର ବହୁତ ପସନ୍ଦ । ମୁଁ ସମ୍ବଲପୁରୀ ଶାଢ଼ୀ ନେବି । ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ବେଶୀ ଯୋଡି ହେଉଛନ୍ତି । ଏହା ଭଲ, କିନ୍ତୁ ଏହା ବେଳେ ବେଳେ ମଣିଷକୁ ଏକୁଟିଆ କରିଦିଏ ଓ ସମ୍ପର୍କରୁ ଦୂରେଇଦିଏ । ତେଣୁ ଲୋକଙ୍କ ସହ ସିଧାସଳଖ ଯୋଡି ହେବା ସହ ଗୋଟିଏ ସ୍ଥାନରେ ଜଣେ ଜଣକ ସହ ମିଶି ଭଲପାଇବା ବାଣ୍ଟିବା । ଯାହା ମତେ ବେଶ ଭଲ ଲାଗେ । ତେଣୁ ଏଭଳି କାର୍ଯ୍ୟକ୍ରମରେ ମୁଁ ଲୋକଙ୍କ ସହ ଯୋଡି ହୋଇ ମତେ ବେଶୀ ଖୁସି ଲାଗେ ।"

ଏହା ମଧ୍ୟ ପଢ଼ନ୍ତୁ...Teachers Day 2023: ଅଭିନୟ ଜଗତକୁ ଆସିବା ପୂର୍ବରୁ ଶିକ୍ଷକ ଥିଲେ ଏହି ସେଲିବ୍ରିଟି

ସେହିପରି ଫେସନ ଡିଜାଇନର ନଚିକେତ କହିଛନ୍ତି, "ଓଡ଼ିଶାର କଳା ସଂସ୍କୃତି ମତେ ବହୁତ ଭଲ ଲାଗେ । ଏଠାର ପଟ୍ଟଚିତ୍ରର କାରୁକାର୍ଯ୍ୟ ମତେ ବହୁତ ପସନ୍ଦ । ଏହାକୁ ନେଇ ଆଗକୁ ନେଇ ବା ଏହାସହ ମୁଁ ସହବନ୍ଧିତା କରି ଆଗକୁ ନିଶ୍ଚୟ ନୂଆ ନୂଆ ଡିଜାଇନର ପୋଷାକ ବନାଇବି । ଓଡିଶାର ଆତିଥ୍ୟ ବହୁତ ସୁନ୍ଦର ଥିଲା । ଏଠାକୁ ଆସିଲେ ନିଜର ନିଜର ଅନୁଭବ ହୁଏ ।" ତେବେ ନଚିକେତ ମଧ୍ୟ ଓଡ଼ିଶାର ଖାଦ୍ୟକୁ ଭୂରି ଭୂରି ପ୍ରଶଂସା କରିଥିବା ବେଳେ ଛେନାପୋଡ଼ ଖାଇବି ବୋଲି କହିଛନ୍ତି । ଏଭଳି କାର୍ଯ୍ୟକ୍ରମରେ ଲୋକଙ୍କ ସହ ଯୋଡି ହୋଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ନଚିକେତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 3, 2024, 2:08 PM IST

ABOUT THE AUTHOR

...view details