ଓଡିଶା

odisha

By ETV Bharat Odisha Team

Published : Jun 28, 2024, 12:59 PM IST

ETV Bharat / entertainment

ବଲିଉଡ୍ ଷ୍ଟାର୍ ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ - Hina Khan Diagnosed Breast Cancer

Hina Khan Diagnosed With Breast Cancer: ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହିନା ଖାନ । ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ,

ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ
ହିନା ଖାନଙ୍କୁ ବ୍ରେଷ୍ଟ କ୍ୟାନ୍ସର, ଆରୋଗ୍ୟ କାମନା କଲେ ସେଲିବ୍ରିଟି-ଫ୍ୟାନ୍ସ (IANS)

ହାଇଦ୍ରାବାଦ:ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ । ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଏହି ଖବର ସେୟାର କରିଛନ୍ତି । ତେବେ ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ହିନା ଖାନ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ

ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହିନା ଖାନ । ହିନା ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ''ନମସ୍କାର ବନ୍ଧୁଗଣ, ସାମ୍ପ୍ରତିକ ଗୁଜବକୁ ଦୃଷ୍ଟିରେ ରଖି ମୁଁ କିଛି ସେୟାର କରିବାକୁ ଚାହୁଁଛି, ଯେଉଁମାନେ ମୋତେ ଭଲ ପାଆନ୍ତି ଏବଂ ମୋ ବିଷୟରେ ଚିନ୍ତା କରନ୍ତି । ମୋର ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ ରୋଗ ଚିହ୍ନଟ ହୋଇଛି । ଏହାର ଚ୍ୟାଲେଞ୍ଜିଂ ଚିକିତ୍ସା ସତ୍ତ୍ୱେ ମୁଁ ମୋର ସମସ୍ତ ପ୍ରଶଂସକଙ୍କୁ ଜଣାଇବାକୁ ଚାହେଁ, ମୋର ଚିକିତ୍ସା ଆରମ୍ଭ ହୋଇସାରିଛି ଏବଂ ମୁଁ ଭଲ କାମ କରୁଛି । ମୁଁ ଦୃଢ ରହିବାକୁ ଚେଷ୍ଟା କରୁଛି ।''

ହିନା ଖାନ ଆହୁରି ଲେଖିଛନ୍ତି, ''ମୁଁ ଚାହୁଁଛି ଆପଣ ମୋର ଗୋପନୀୟତାକୁ ସମ୍ମାନ ଦିଅ, ମୁଁ ଆପଣମାନଙ୍କ ଭଲପାଇବାକୁ ସମ୍ମାନ କରେ, ମୁଁ ଆପଣଙ୍କ ଅଭିଜ୍ଞତା ଏବଂ ପରାମର୍ଶକୁ ଅପେକ୍ଷା କରିଛି ଏବଂ ମୁଁ ସେମାନଙ୍କୁ ଅନୁସରଣ କରିବି । ମୁଁ ଏହି ଚ୍ୟାଲେଞ୍ଜରୁ ମୁକ୍ତି ପାଇବି । ଆପଣମାନେ ମୋ ପ୍ରତି ଭଲପାଇବା ଏବଂ ଆଶୀର୍ବାଦ ରଖନ୍ତୁ ଏବଂ ମୋ ପାଇଁ ପ୍ରାର୍ଥନା କରନ୍ତୁ । ମୁଁ ଶୀଘ୍ର ସୁସ୍ଥ ହୋଇ ଫେରିବି ।'' ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା ଲାଗିଥିବା ବେଳେ ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ହିନା ଖାନଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ,ଲୋକପ୍ରିୟ ଟେଲିଭିଜନ ଶୋ 'ୟେ ରିସ୍ତା କ୍ୟା କେହଲତା ହେ' ରେ ଅକ୍ଷରାଙ୍କ ଭୂମିକା ସହ ବେଶ ଲୋକପ୍ରିୟତା ହାସଲ କରିବା ସହ ଘରେ ଘରେ ବେଶ ପରିଚିତ ହୋଇଥିଲେ । ଏଥିସହ ସେ 'କସୋଟି ଜିନ୍ଦଗି କି ୨'ର ଏକ ଅଂଶ ମଧ୍ୟ ଥିଲେ, ଯେଉଁଥିରେ ସେ ଖଳନାୟିକା କୋମୋଲିକା ଭୂମିକାରେ ଅଭିନୟ କରିଥିଲେ । ତେବେ ସେ କିଛି ମାସ ପରେ ସେ ଶୋ' ଛାଡିଦେଇଥିଲେ। ପରେ ତାଙ୍କୁ 'ଖତରୋଁ କେ ଖିଲାଡି' ସିଜନ୍ 8 ଏବଂ 'ବିଗ୍ ବସ୍ 11' ପରି ଟେଲିଭିଜନ ରିଆଲିଟି ଶୋ’ରେ ମଧ୍ୟ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା । ଏଥିସହ ସେ ଅନେକ ମ୍ୟୁଜିକ ଆଲବମରେ ମଧ୍ୟ କାମ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଭାଙ୍ଗିଲା ହିନାଙ୍କ ହୃଦୟ, ପ୍ରେମରେ ମିଳିଲା ଧୋକା ! ଭାଇରାଲ ହେଉଛି ଇନଷ୍ଟା ପୋଷ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details