ଓଡିଶା

odisha

ETV Bharat / entertainment

କରୱାଚୌଥ ପାଳିଲେନି ଅନୁଷ୍କା ! ବିରାଟଙ୍କ ସହ କୀର୍ତ୍ତନ ସମାରୋହରେ ଆସିଲେ ନଜର

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି । କରୱାଚୌଥ ଅବସରରେ ଏହି ଦମ୍ପତି ଭଜନ ସମାରୋହ ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

By ETV Bharat Entertainment Team

Published : 4 hours ago

Anushka Sharma And Virat Kohli
Anushka Sharma And Virat Kohli (ANI)

ହାଇଦ୍ରାବାଦ:ବଲିଉଡ ଅଭିନେତ୍ରୀ ତଥା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀଅନୁଷ୍କା ଶର୍ମା ଏଥର କରୱାଚୌଥ ଉତ୍ସବ ପାଳନ କରିନାହାନ୍ତି । ବାସ୍ତବରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଲାଟେଷ୍ଟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କରୱାଚୌଥ ଅବସରରେ ଏହି ଦମ୍ପତି ଏକ କୀର୍ତ୍ତନ ସମାରୋହରେ ନଜର ଆସିଛନ୍ତି । ଭାଇରାଲ ଭିଡିଓରେ ଦମ୍ପତିଙ୍କ ବେଶ ଆନନ୍ଦର ସହ କୃଷ୍ଣ ଭଜନ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଉଭୟ କରୱାଚୌଥ ଉତ୍ସବ ପାଳନ କରିନଥିବା କୁହାଯାଉଛି ।

କରୱାଚୌଥ ଅବସରରେ କୀର୍ତ୍ତନ ସମାରୋହରେ ଯୋଗଦାନ

ଅକ୍ଟୋବର 20ରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମୁମ୍ବାଇର ନେସ୍କୋ ଠାରେ ଆମେରିକୀୟ ଗାୟକ କୃଷ୍ଣ ଦାସଙ୍କ କୃଷ୍ଣ କୀର୍ତ୍ତନରେ ଯୋଗ ଦେଇଥିଲେ । ଲାଇଭ ଇଭେଣ୍ଟକୁ ଉପଭୋଗ କରୁଥିବାବେଳେ ଏହି ଦମ୍ପତି କ୍ୟାମେରାରେ କଏଦ ହୋଇଥିଲେ । ଭାଇରାଲ୍ ଭିଡିଓରେ ଅନୁଷ୍କା ଏବଂ ବିରାଟ କରତାଳି ଦେଇ ଏହି ସମାରୋହ ବେଶ ଆନନ୍ଦର ସହ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ ଅନୁଷ୍କା ଏକ କ୍ରିମ୍ ରଙ୍ଗର କୋ-ଅର୍ଡ ସେଟ୍ ରେ ନଜର ଆସିଥିବା ବେଳେ ବିରାଟ ନୀଳ ଡେନିମ୍ ପ୍ୟାଣ୍ଟ, ଟି-ସାର୍ଟ ସହ ଏବଂ ଲାଲ୍ କ୍ୟାପ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ପୂର୍ବରୁ ବି କୀର୍ତ୍ତନ ସମାରୋହରେ ଯୋଗ ଦେଇଥିଲେ ବିରୁଷ୍କା

ଏହା ପ୍ରଥମ ଥର ନୁହେଁ ଯେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି କିର୍ତ୍ତନରେ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳିଛି । ଏହାପୂର୍ବରୁ ଜୁଲାଇରେ ଏହି ଦମ୍ପତି ଲଣ୍ଡନରେ ଏକ ସମାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ଭିଡିଓ ସେହି ସମୟରେ ଆସିଥିଲା ​​ଯେତେବେଳେ ଜୁନ୍ ମାସରେ ଭାରତର ଟି -20 ବିଶ୍ୱକପ ଟାଇଟଲ ଜିତିବା ପରେ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବିରତି ନେଇଥିଲେ ଅନୁଷ୍କା ସେହି ସ୍ମରଣୀୟ କୀର୍ତ୍ତନର ଫଟୋ ମଧ୍ୟ ସେୟାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ:ବିଜୟୀ ପରେ କାନ୍ଦିଲେ 'ବିରୁଷ୍କା', ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଅନୁଷ୍କା ଶର୍ମାଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଅନୁଷ୍କା ଶର୍ମାଙ୍କୁ ଶେଷ ଥର ପାଇଁ ଜିରୋରେ ଦେଖିବାକୁ ମିଳିଥିଲା । ସେବେଠାରୁ ସେ ଫିଲ୍ମ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରହିଛନ୍ତି । ଏହି ଫିଲ୍ମରେ ସେ ଶାହାରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତାଙ୍କୁ ଖୁବ ଶୀଘ୍ର କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍ 'ଚକଦା ଏକ୍ସପ୍ରେସ'ରେ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ:ବଲିଉଡରୁ ଓଲିଉଡ....କରୱାଚୌଥ ପାଳିଲେ ସେଲିବ୍ରିଟି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details